ଟ୍ରେନ ଲାଇନରୁ ମିଳିଲା ମୃତଦେହ

ରେଢାଖୋଲ,୨୨।୭(ଡି.ଏନ୍‌.ଏ): ରେଢାଖୋଲ ରେଳ ଷ୍ଟେଶନଠାରୁ ୨୦କି.ମି. ଦୂର ମୋଚିବାହାଳ ଗ୍ରାମ ନିକଟ ଟ୍ରେନ୍‌ ଲାଇନରୁ ଗୁରୁବାର ଜିଆର୍‌ପି ପୋଲିସ ଜଣେ ଯୁବକଙ୍କ ମୃତଦେହ ଜବତ କରିଛି। ସେ ହେଲେ ରେଢାଖୋଲ ଏନ୍‌ଏସିର ପୋଡାବଲଣ୍ଡା ଗ୍ରାମର ବିନୋଦ ପ୍ରଧାନଙ୍କ ପୁଅ ସୁଦର୍ଶନ ପ୍ରଧାନ(୨୨)। ଯୁବକଙ୍କ ମୃତଦେହ ଟ୍ରେନ୍‌ଲାଇନରେ ପଡିଥିବା ଦେଖି ଟ୍ରାକ୍‌ ମ୍ୟାନ ଜିଆର୍‌ପିକୁ ସୂଚନା ଦେଇଥିଲେ। ପରେ ପୋଲିସ ପହଞ୍ଚି ମୃତଦେହ ଜବତ କରି ବୁର୍ଲା ବଡ଼ଡାକ୍ତରଖାନାକୁ ବ୍ୟବଛେଦ ପାଇଁ ପଠାଯାଇଛି। କେଉଁ ପରିସ୍ଥିତିରେ ସୁଦର୍ଶନ ମୃତ୍ୟୁ ଘଟିଛି ତାହା ଜଣାପଡି ନାହିଁ। କୌଣସି ଏକ ଟ୍ରେନ ଧକ୍କାରେ ସୁଦର୍ଶନ ମୃତ୍ୟୁ ଘଟିଥିବା ପୋଲିସ ସନ୍ଦେହ କରୁଛି।

Share