କେନ୍ଦୁଝର,୨।୯ (ସ୍ବ.ପ୍ର.): କେନ୍ଦୁଝର ଜିଲା ସ୍ଥାନୀୟ ଶିରିପୁର ସ୍ଥିତ ପୋଖରୀରେ ବୁଡି ଯାଇଥିବା ବ୍ୟକ୍ତିଙ୍କ ମୃତଦେହ ତିରିଶ ଘଣ୍ଟା ପରେ ମିଳିଲା। ପୋଖରୀରେ ଭାସୁଥିବା ଅବସ୍ଥାରେ ସ୍ଥାନୀୟ ଲୋକେ ଦେଖି ସୂଚନା ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି। ତେବେ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ଜିଲା ମୁଖ୍ୟ ଡାକ୍ତରଖାନାକୁ ପଠାଯାଇଥିବା ଜଣାପଡିଛି। ସୂଚନାଯୋଗ୍ୟ, ଗୁରୁବାର ଅନ୍ୟ ତିନିଜଣଙ୍କ ସହ ହାଣ୍ଡିଆ ପିଇ ଚାଲି ଚାଲି ଫେରୁଥିବା ବେଳେ ପୋଖରୀକୁ ଡେଇଁ ପଡ଼ିଥିଲେ। ବୁଡି ଯିବା ପରେ ଦମକଳ ବାହିନୀ ବହୁତ ଖୋଜା ଖୋଜି କରି ବିଫଳ ହୋଇଥିଲେ।