ଜିଲା ମୁଖ୍ୟ ଚିକିତ୍ସାଳୟରେ ମୃତଦେହକୁ ମିଳୁନି ସମ୍ମାନ

ନବରଙ୍ଗପୁର,୨୯।୫(ବି.ପ୍ର.): ମୃତଦେହକୁ ସମ୍ମାନ ଦେଇ ତାହାର ସୁରକ୍ଷା ଓ ସତ୍କାର ପାଇଁ ସରକାରଙ୍କ ନିର୍ଦ୍ଦେଶ ରହିଛି। ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଚିତ୍ର କିନ୍ତୁ ସମ୍ପୂର୍ଣ ଅଲଗା। ଶୁକ୍ରବାରରୁ ରାଇଘରରୁ ଜଣେ ଅଜଣା ବ୍ୟକ୍ତିଙ୍କ ମୃତଦେହକୁ ଜିଲା ମୁଖ୍ୟ ଚିକିତ୍ସାଳୟ ଶବଗୃହରେ ରଖା ଯାଇଛି। ଏବେ ମୃତଦେହରୁ ଦୁର୍ଗନ୍ଧ ବାହାରି ଆଖପାଖ ପରିବେଶ ପ୍ରଦୂଷିତ କରୁଛି। ମୃତଦେହ ରଖିବାକୁ ଥିବା ଫ୍ରିଜର ଖରାପ ଥିବାବେଳେ ତଷୁ ଓ ଗୋଟିଏ ଆଇସ ଖଣ୍ଡ ଦେଇ ତାହାକୁ ରଖା ଯାଇଛି l ମୃତଦେହ ଏବେ ପଚିବାକୁ ବସିଲାଣି। ବିଗତ ଦିନରେ ଉମରକୋଟ ମେଡିକାଲରେ ମଧ୍ୟ ଏପରି ଏକ ଚିତ୍ର ସାମ୍ନାକୁ ଆସିଥିଲା। ସେଠାରେ ରଖାଯାଇଥିବା ମୃତଦେହ କ୍ଷତ ବିକ୍ଷତ ହୋଇ ମିଳିଥିଲା। ଏନେଇ ସିଡିଏମ୍‌ଓ କାଳୀ ପ୍ରସାଦ ବେହେରାଙ୍କୁ ପଚାରିବାରୁ ଫ୍ରିଜର ପାଇଁ ଉପରିସ୍ଥ ଅଧିକାରୀଙ୍କୁ ପତ୍ର ଲେଖାଯାଇଛି। ଶବଗୃହରୁ ପାଣି ବାହାରିବା ପାଇଁ ମଧ୍ୟ ଉତ୍ତମ ଡ୍ରେନ ବ୍ୟବସ୍ଥା ନ ଥିବାରୁ ପାଣି ଆସୁଛି। ଶୁକ୍ରବାରଠାରୁ କରେଣ୍ଟ ନ ଥିବା ଯୋଗୁ ବାଧ୍ୟ ହୋଇ ଆଇସ ଦିଆ ଯାଇ ରଖାଯାଇଛି। ଉମରକୋଟ ଓ ନବରଙ୍ଗପୁର ମେଡ଼ିକାଲ ପାଇଁ ୨ଟି ଲେଖାଏ ମରଚରି ଯୋଗାଇ ଦିଆଯିବ ବୋଲି ସେ କହିଛନ୍ତି। ମୃତଦେହକୁ ଅସମ୍ମାନ କରାଯାଇଥିବା କହି ବୁଦ୍ଧିଜୀବୀମାନେ ତୀବ୍ର ନିନ୍ଦା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅବସର ନେବାକୁ ଆହୁରି ଦୁଇ ବର୍ଷ ବାକିଥିଲା, ମାତ୍ର ଝୁଲିପଡ଼ିଲେ ଏଏସ୍‌ଆଇ

ତେନ୍ତୁଳିଖୁଣ୍ଟି,୨୭ା୧୨(ଚିଦାନନ୍ଦ ସାହୁ): ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ଥାନା ଏଏସ୍‌ଆଇ ରେଣୁପ୍ରସାଦ ପ୍ରଧାନ ୨୩ ତାରିଖ ସୋମବାରରୁ ନିଖୋଜ ଥିଲେ। ସେ ଥାନାକୁ ଆସୁ ନ ଥିବା...

ଦୁଇ ବାଇକ୍‌ ମୁହାଁମୁହିଁ, ଚାଲିଗଲା ଦୁଇ ଜୀବନ 

ନବରଙ୍ଗପୁର,୨୨।୧୨(ସଦାଶିବ ପ୍ରହରାଜ): ନବରଙ୍ଗପୁର ସହର ଗ୍ଲେଜ ହୋଟେଲ ସମ୍ମୁଖ ରାସ୍ତାରେ ଦୁର୍ଘଟଣା ଘଟି ୨ ବାଇକ୍‌ ଚାଳକଙ୍କ ମୃତ୍ୟୁ ହୋଇଛି। ସେମାନେ ହେଲେ ବଡ଼ଡାଇଭଟ୍ଟା ଅଞ୍ଚଳର...

ନିଲମ୍ବିତ ପିଇଓଙ୍କୁ ଉଠାଇନେଲା ଭିଜଲାନ୍ସ, ୩ ପଞ୍ଚାୟତରୁ କୋଟିଏରୁ ଊର୍ଦ୍ଧ୍ୱ ଟଙ୍କା ଆତ୍ମସାତ କରି…

ନବରଙ୍ଗପୁର,୨୨ା୧୨(ସଦାଶିବ ପ୍ରହରାଜ): ରାଇଘର ବ୍ଲକ ୩ଟି ପଞ୍ଚାୟତ ତୁରୁଡ଼ିହି, କଚରାପରା -୩ ଓ ପରଚିପାରା ଦାୟିତ୍ୱରେ ଥିବା ପିଇଓ ସୁରେନ୍ଦ୍ର ଭତ୍ରା କୋଟିଏରୁ ଊର୍ଦ୍ଧ୍ୱ ଟଙ୍କା...

ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା: ଚାଲିଗଲା ୨ ଜୀବନ

ନବରଙ୍ଗପୁର,୨୨ା୧୨(ସଦାଶିବ ପ୍ରହରାଜ): ସଡ଼କ ଦୁର୍ଘଟଣା ନେଲା ଦୁଇ ଜୀବନ। ଶନିବାର ବିଳମ୍ବିତ ରାତିରେ ନବରଙ୍ଗପୁର ସହର ନିକଟସ୍ଥ ଗ୍ଲେଜ ନିକଟରେ ଦୁଇ ବାଇକ୍‌ଆରୋହୀ ମୁହାଁମୁହିଁ ଧକ୍କା...

ଏଫ୍‌ଏକ୍ୟୁ ମାନକୁ ନେଇ ବିବାଦ, ମଣ୍ଡିରୁ ଉଠିଲାନି ଧାନ

ଝରିଗାଁ,୧୮ା୧୨(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ଝରିଗାଁ ଏବଂ ଚଚା ମଣ୍ଡିରେ ମଧ୍ୟ ଧାନର ଏଫ୍‌ଏକ୍ୟୁ ମାନକୁ ନେଇ ବିବାଦ ଦେଖାଦେଇଛି। କିଛି...

ମୁଖ୍ୟମନ୍ତ୍ରୀଙ୍କ ଆଗରେ ବିଜେଡି ବିଧାୟକ ଦେଲେ ବିବାଦୀୟ ବୟାନ, ଭାଜପା ମହିଳା ମୋର୍ଚ୍ଚାର ବିରୋଧ

ନବରଙ୍ଗପୁର,୧୦।୧୨(ସଦାଶିବ ପ୍ରହରାଜ): ବିଜେଡି ବିଧାୟକଙ୍କ ବିବାଦୀୟ ବୟାନ। କହିଲେ ସବୁ ମହିଳା ମୋ ମୋ ଗର୍ଲଫ୍ରେଣ୍ଡ। ଏଭଳି ବିବାଦୀୟ ବୟାନ ଦେଇଛନ୍ତି ନବରଙ୍ଗପୁର ଜିଲା ଡାବୁଗାଁ...

ଜୀବନ ଯୁଦ୍ଧରେ ହାରିଗଲେ କୃଷ୍ଣ

ଝରିଗାଁ,୯।୧୨(କିଶୋର ଚନ୍ଦ୍ର ମଣ୍ଡଳ) ମକା ମିଲିଂ ବେଳେ ମେଶିନରେ ଡାହାଣ ଗୋଡ଼ ପଶି ଗୁରୁତର ଥିବା ନାବାଳଙ୍କ ଚିକିତ୍ସାଧୀନ ଅବସ୍ଥାରେ ବିଶାଖାପାଟଣାରେ ମୃତ୍ୟୁ ହୋଇଛି। ପରିବାର...

ମକା ମିଲିଂ ବେଳେ ଅଘଟଣ: ମେଶିନରେ ଚାପି ହୋଇଗଲା ନାବାଳକଙ୍କ ଗୋଡ଼

ଝରିଗାଁ,୮।୧୨(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ କରଲାପଡା ଗ୍ରାମରେ ରବିବାର ଏକ ଅଘଟଣ ଘଟିଛି। ମକା ମିଲିଂ ବେଳେ ଜଣେ ନାବାଳକଙ୍କ ଡାହାଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri