ବଡିଗାର୍ଡଙ୍କୁ ପରିବାରର ସଦସ୍ୟ ଭାବନ୍ତି ସଲମାନ: ବାର୍ଷିକ ଦରମା ଜାଣିଲେ …

ବଲିଉଡ ତାରକାଙ୍କ ସୁରକ୍ଷା ଦାୟିତ୍ୱ ତାଙ୍କ ବଡିଗାର୍ଡଙ୍କ ଉପରେ ରହିଥାଏ। ପ୍ରଶଂସକଙ୍କ ଠାରୁ ଆରମ୍ଭ କରି ଭିଡ଼ ମଧ୍ୟରେ ହେଉଥିବା ଅସୁବିଧା ପର୍ଯ୍ୟନ୍ତ ସେମାନେ ତାରକାଙ୍କୁ ବଞ୍ଚାଇଥାନ୍ତି। ଏଭଳି ପରିସ୍ଥିତିରେ ତାରକାମାନଙ୍କ ମନୋଭାବ ଜାଣିବା ମଧ୍ୟ ଜରୁରୀ । ଏମିତି କିଛି ସେଲିବ୍ରିଟିି ଅଛନ୍ତି ଯେଉଁମାନେ ନିଜର ବଡିଗାର୍ଡଙ୍କୁ ପରିବାରର ସଦସ୍ୟ ବୋଲି ବିବେଚନା କରିଥାନ୍ତି। ଆମେ ଆପଣଙ୍କୁ ବଲିଉଡ୍‌ର ସୁପରଷ୍ଟାର ଭାଇଜାନଙ୍କ ବଡିଗାର୍ଡଙ୍କ ବିଷୟରେ କହୁଛୁ। ଶେରାଙ୍କ ବିଷୟରେ ଜାଣନ୍ତୁ କିଛି ବିଶେଷ କଥା।
ଭାଇଜାନଙ୍କ ବଡିଗାର୍ଡ ଶେରା। ଶେରା ଗତ କିଛି ବର୍ଷ ଧରି ସଲମାନଙ୍କ ସହ ଅଛନ୍ତି। ଏପରିକି ସଲମାନ ତାଙ୍କୁ ତାଙ୍କ ପରିବାର ସଦସ୍ୟଠାରୁ ମଧ୍ୟ କିଛି କମ ଭାବନ୍ତି ନାହିଁ। ଶେରାର ପ୍ରକୃତ ନାମ ଗୁରୁମିତ ସିଂ ଜଲି । ସୂଚନା ଅନୁଯାୟୀ, ସୁରକ୍ଷା ପାଇଁ ଶେରା ବର୍ଷକୁ ପ୍ରାୟ ୨ କୋଟି ଟଙ୍କା ନେଇଥାନ୍ତି, ଅର୍ଥାତ ସେ ମାସକୁ ୧୬ ଲକ୍ଷ ଟଙ୍କା ଫି ଭାବରେ ନେଇଥା’ନ୍ତି । ଶେରା ଶିଖ ପରିବାରର, ଜନ୍ମଗ୍ରହଣ କରିଥିଲେ। ପିଲାଦିନରୁ ତାଙ୍କୁ ବଡି ବିଲ୍‌ଡିଂ ପସନ୍ଦ ଥିଲା ।

Share