ପାଣି ଢ଼ାଳି ଫେରିଲା ବେଳେ ଚାଲିଗଲା କାଉଡିଆଙ୍କ ଜୀବନ, ମେଡିକାଲରୁ ଉଭାନ ହେଲା ଯୁବକଙ୍କ ମୃତଦେହ

କୋରାପୁଟ,୩୦।୭(ଅମିତାଭ ବେହେରା ): ଶ୍ରାବଣ ମାସର ଦିତୀୟ ସୋମବାରରେ ଏକ ବଡ ଅଘଟଣ ଘଟିଛି। ପାଣି ଢ଼ାଳି ଫେରିଲା ବେଳେ ଜଣେ କାଉଡ଼ିଆଙ୍କ ହୃଦଘାତରେ ମୁତ୍ୟୁ ଘଟିଛି। ମୃତକ ଜଣକ ବରଗଡ଼ ଜ଼ିଲାର ବରପାଲି ଅଞ୍ଚଳର ୨୧ ବର୍ଷିୟ ସୁକେଶ ଦିପ।

ସୂଚନାଥାଉ କି, ବରଗଡ଼ ଜ଼ିଲାର ବରପାଲି ଅଞ୍ଚଳର ୧୪ ଜଣ କାଉଡ଼ିଆ ପାଣି ଢାଳିବା ପାଇଁ ଗୁପ୍ତେଶ୍ୱର ଆସିଥିଲେ। ପାଣି ଢ଼ାଳି ସାରିବା ପରେ ଗୋଟେ ଗାଡ଼ିରେ ମାଛକୁଣ୍ଡ ଓ କୋଲାବ ବୁଲି ଫେରିବା ସମୟରେ ବାଟରେ ସୁକେଶ ଅସୁସ୍ଥ ହୋଇ ପଡ଼ିଥିଲେ । ସଙ୍ଗେ ସଙ୍ଗେ ତାଙ୍କୁ କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ ଓ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା l ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ l ଏହା ପରେ ମୃତ କାଉଡିଆଙ୍କ ମୃତଦେହକୁ ମେଡିକାଲରୁ ଏକ ଆମ୍ବୁଲାନ୍ସ ଯୋଗେ ଆସିଥିବା ଅନ୍ୟ କାଉଡ଼ିଆମାନେ ନିଜ ଗାଁ ବରପାଲିକୁ ନେଉଥିଲେ । ଆମ୍ବୁଲାନ୍ସରେ ଯାଉଥିବା ସମୟରେ ନବରଙ୍ଗପୁର ପାଖରେ ଆମ୍ବୁଲାନ୍ସ ଡ୍ରାଇଭରକୁ ପୁଲିସ ଫୋନ କରି ପୁନର୍ବାର କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ ଓ ହସ୍ପିଟାଲକୁ ଆସିବାକୁ କହିଥିଲେ। ରାତିରେ ମୃତ କାଉଡ଼ିଆଙ୍କ ମୃତଦେହ ମେଡିକାଲରେ ଆସି ପହଞ୍ଚିଥିଲା । ମେଡିକାଲ କତ୍ତୃପକ୍ଷଙ୍କ ଅଜଣାତରେ ମେଡିକାଲ୍‌କୁ ଶବ କିପରି ଗଲା ଏ ନେଇ ମେଡିକାଲ କତୃପକ୍ଷଙ୍କ ପାଖରେ ଖବର ମଧ୍ୟ ନ ଥିଲା l ମେଡିକାଲରୁ ମୃତଦେହ ଯିବା ପରେ ମେଡିକାଲ କତୃପକ୍ଷଙ୍କ ପାଖରେ ଖବର ଥିଲା ନା ମେଡିକାଲ ଫାଣ୍ଡିରେ ଖବର ରହିଥିଲା l ଏହି ଘଟଣା ଜଣା ପଡିବା ପରେ ମେଡିକାଲ କତୃପକ୍ଷ ଏ ନେଇ ଥାନା କୁ ଜଣାଇ ଥିଲେ l ପୋଲିସ ର ହସ୍ତକ୍ଷେପ ପରେ ଯାଉଥିବା ଶବ ନବରଙ୍ଗପୁରରୁ ପୁଣି କୋରାପୁଟ ଫେରିଥିଲା l ସାଙ୍ଗରେ ଆସିଥିବା ସାଙ୍ଗ ମାନେ ଆଜି କୋରାପୁଟ ସଦର ଥାନା ରେ ଲିଖିତ ଭାବେ ଅଭିଯୋଗ କରିବା ପରେ ମୃତଦେହ ବ୍ୟବଛେଦ କରାଯିବା ପରେ ତାଙ୍କ ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରାଯିବ ବୋଲି କୋରାପୁଟ ସଦର ଥାନା ଅଧିକାରୀ ରୁନୁବାଳା ମାଝୀ ସୂଚନା ଦେଇଛନ୍ତି l ମେଡିକାଲରେ ଏତେ ସୁରକ୍ଷା କର୍ମୀ ନିୟୋଜିତ ରହିଥିବା ସତ୍ୱେ ମେଡିକାଲରୁ କେମିତି ମୃତଦେହ ଗାଏବ ହୋଇଗଲା ତା’ ନେଇ ସାଧାରଣରେ ଚର୍ଚ୍ଚା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ମାନସିକ ରୋଗାକ୍ରାନ୍ତ ପୁଅ ପାଖରେ ପହଞ୍ଚତ୍ଲା ମେଡିକାଲ ଟିମ୍‌

କୋକସରା,୨୨ା୧୧ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ କାଶିବାହାଲ ପଞ୍ଚାୟତ ସିଆଲଲଟି ପଡ଼ା ଗ୍ରାମର ମାନସିକ ରୋଗାକ୍ରାନ୍ତ କେଶବ ମାଝୀ (୨୮)ଙ୍କୁ ବୃଦ୍ଧା...

ଗ୍ୟାସ୍‌ ଲିକ୍‌ରୁ ଅଗ୍ନିକାଣ୍ଡ ଘଟଣା ଚିକିତ୍ସାଧୀନ ଅବସ୍ଥାରେ ଜଣେ ମୃତ

ଦିଗପହଣ୍ଡି,୨୨ା୧୧(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ନରେନ୍ଦ୍ରପୁର ଗ୍ରାମରେ ଗତ ଶନିବାର ସନ୍ଧ୍ୟାରେ ଗ୍ୟାସ୍‌ ସିଲିଣ୍ଡର ପାଇପ ଲିକରୁ ଅଗ୍ନିକାଣ୍ଡ ଘଟଣାରେ ଗୋଟିଏ ପରିବାରର ସ୍ବାମୀ,...

ଘରୁ ବୋମା ଜବତ: ପୁଅଙ୍କ ପରେ ବାପା ଗଲେ ଜେଲ

ଦିଗପହଣ୍ଡି,୨୨ା୧୧(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଏନ୍‌ଏସି ୧ ନଂ ୱାର୍ଡ ମୁକ୍ତେଶ୍ୱର ଶୈବପୀଠ ସଂଲଗ୍ନ କେନାଲ ସାହିର ଏକ ଭଡ଼ା ଘରେ ରହୁଥିବା ପଦ୍ମନାଭପୁର ଗ୍ରାମର...

ଇନ୍‌ଫର୍ମର ସନ୍ଦେହରେ ୨ ଗ୍ରାମବାସୀଙ୍କୁ ହତ୍ୟା କଲେ ମାଓବାଦୀ

ମାଲକାନଗିରି,୨୨ା୧୧(ଦୁର୍ଯ୍ୟୋଧନ ପାତ୍ର)-ଛତିଶଗଡ ବର୍ଡର ତେଲଙ୍ଗାନା ଭେଜେଡୁ ମଣ୍ଡଳ ପେରୁ ଗ୍ରାମର ଉଇକା ରମେଶ ଏବଂ ଉଇକା ଅର୍ଜୁନଙ୍କୁ ପୋଲିସ ଇନ୍‌ଫର୍ମର ସନ୍ଦେହରେ ମାଓବାଦୀମାନେ ହତ୍ୟା କରିଛନ୍ତି।...

ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ ଦୁର୍ନୀତି ଅଭିଯୋଗର ଭିଜିଲାନ୍ସ ତଦନ୍ତ

ଭବାନୀପାଟଣା,୨୨ା୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ବ୍ଲକ ପଲନା ପଞ୍ଚାୟତରେ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ରେ ଦୁର୍ନୀତି ହୋଇଥିବା ସାମ୍ନାକୁ ଆସିଛି। ପ୍ରଧାନମନ୍ତ୍ରୀ ସଡ଼କ, ପିଚୁ ରାସ୍ତା ଉପରେ...

ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଘୋଷଣା କଲେ ମୋହନ ସରକାର, ଅବସର ପରେ ମିଳିବ…

ଭୁବନେଶ୍ୱର,୨୨।୧୧: ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଘୋଷଣା କଲେ ମୋହନ ସରକାର। ଏଣିକି ସରକାରୀ କର୍ମଚାରୀଙ୍କୁ ଅବସର ଦିନ ପୂର୍ଣ୍ଣାଙ୍ଗ ପେନସନ ସୁନିଶ୍ଚିତ ହେବ। ଏନେଇ...

ହାଡ଼ଭଙ୍ଗା ଶୀତରେ ଥରୁଛି କଳାହାଣ୍ଡିର କଶ୍ମୀର

ଥୁଆମୂଳ ରାମପୁର, ୨୨।୧୧ (ଦୁର୍ଗା କୀର୍ତ୍ତି) : – କଳାହାଣ୍ଡି ଜିଲାର କାଶ୍ମୀର କୁହାଯାଉଥିବା ଥୁଆମୂଳ ରାମପୁର ବ୍ଲକ ଏବେ ଶୀତରେ ଥରୁଛି। ଚଳିତ ବର୍ଷ...

ଦିଲ୍ଲୀ ବାଣିଜ୍ୟ ମେଳାରେ କନ୍ଧମାଳ ହଳଦୀ କିଣିଲେ ମୁଖ୍ୟମନ୍ତ୍ରୀ

ଦାରିଙ୍ଗବାଡି, ୨୨।୧୧ (ଅରୁଣ ସାହୁ )-ଦିଲ୍ଲୀ ପ୍ରଗତି ମଇଦାନରେ ଚାଲିଥିବା ଅନ୍ତର୍ଜାତୀୟ ବାଣିଜ୍ୟ ମେଳାରେ କନ୍ଧମାଳ ହଳଦୀ କିଣିଛନ୍ତି ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି।...

Advertisement
Dharitri Youth Conclave 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri