Advertisement

ରାଜପଥରେ ହୁତୁହୁତୁ ହୋଇ ଜଳିଗଲା ବୋଲେରୋ

କୋରାପୁଟ,୧୪ା୧୦(ଅମିତାଭ ବେହେରା): କୋରାପୁଟ ଜିଲା ସୁନାବେଡ଼ା ୨୬ ନଂ ଜାତୀୟ ରାଜପଥ ନୂଆ କଲୋନୀ ନିକଟରେ ଶନିବାର ସନ୍ଧ୍ୟାରେ ଏକ ବୋଲେରୋ ହୁତୁହୁତୁ ହୋଇ ଜଳିଯାଇଛି। ବୋଲେରୋଟି କୋରାପୁଟରୁ ସୁନାବେଡ଼ା ଅଭିମୁଖେ ଯାଉଥିଲା। କୌଣସି କାରଣବଶତଃ ଗାଡ଼ିରେ ନିଆଁ ଲାଗି ଯାଇଥିଲା। ସ୍ଥାନୀୟ ବ୍ୟକ୍ତି ସଙ୍ଗେ ସଙ୍ଗେ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ୍ତ କରିଛି। ସ୍ଥାନୀୟ ବ୍ୟକ୍ତିଙ୍କ କହିବା ଅନୁସାରେ ଗାଡ଼ିରୁ ଧୂଆଁ ବାହାରିବା ସମୟରେ ଏଥିରେ ଥିବା ୪ ଜଣ ବ୍ୟକ୍ତି ବାହାରକୁ ବାହାରି ଆସିଥିଲେ। କାହାର କିଛି କ୍ଷତି ହୋଇନାହିଁ। ନିଆଁ ଲାଗିବା ଯୋଗୁ ଗାଡ଼ିଟି ସମ୍ପୂର୍ଣ୍ଣ ଜଳିଯାଇଛି। ଓଡି -୦୭-ସି ୧୫୧୦ ନମ୍ବର ବିଶିଷ୍ଟ ବୋଲେରୋଟି ଜଳିଯିବାରୁ ଜାତୀୟ ରାଜପଥର ଉଭୟ ପାର୍ଶ୍ୱରେ ଶହଶହ ଗାଡ଼ି ଅଟକି ରହିଥିଲା।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share