ଶାଶୁଙ୍କୁ ସେକ୍ସି ଡାକନ୍ତି ଏହି ବଲିଉଡ୍‌ ଅଭିନେତା

ବଲିଉଡ୍‌ର ବାଦଶାହ ଶାହରୁଖ ଖାନ୍‌ ଏବଂ ଗୌରୀ ଖାନ୍‌ଙ୍କୁ ଚିରସବୁଜ ଯୋଡି ବୋଲି କୁହାଯାଏ। ଶାହରୁନିଜ କ୍ୟାରିଅର ଆରମ୍ଭରୁ ଶାହରୁଖ ଗୌରୀଙ୍କୁ ଭଲ ପାଇବସିଥିଲେ। ୧୯୮୪ ମସିହାରେ ଶାହରୁଖ ପ୍ରଥମଥର ପାଇଁ ଗୌରୀଙ୍କୁ ଦେଖିଥିଲେ ଓ ପ୍ରଥମ ଦେଖାରୁ ହିଁ ତାଙ୍କୁ ପ୍ରେମ ହୋଇଯାଇଥିଲା। ଉଭୟ ପରସ୍ପର ସହ ୬ ବର୍ଷ ସମ୍ପର୍କରେ ରହିବା ପରେ ବିବାହ କରିଥିଲେ। ଯେହେତୁ ଉଭୟ ଅଲଗା ଅଲଗା ଧର୍ମରୁ ଥିଲେ ତାଙ୍କୁ ବିବାହରେ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥିଲା। ଗୌରୀଙ୍କ ପରିବାର ପାଇଁ ଶାହରୁଖ ୫ ବର୍ଷ ପାଇଁ ହିନ୍ଦୁ ହୋଇ ରହିଥିଲେ। କିନ୍ତୁ ସତ ଯେହେତୁ ଲୁଚି ରହେନି ଯେବେ ହେଲେ ସାମ୍ନାକୁ ଆସେ, ସେ ମୁସଲମାନ ବୋଲି ଗୌରୀଙ୍କ ପରିବାର ୫ ବର୍ଷ ପରେ ଜାଣିବାକୁ ପାଇଲେ। ବହୁତ କଷ୍ଟରେ ତାଙ୍କ ପରିବାର ଏହି ବିବାହ ପାଇଁ ରାଜି ହୋଇଥିଲେ। ବିବାହ ପରେ ଶାଶୁ ସବିତା ଛିବରଙ୍କ ବେଶୀ ଯତ୍ନ ନିଅନ୍ତି ଶାହରୁଖ। ଏକ ସାକ୍ଷାତକାରରେ ଗୌରୀ ଖାନ କହିଥିଲେ ଶାହାରୁଖ ଶାଶୁଙ୍କୁ ‘ସେକ୍ସି’ ବୋଲି ଡାକନ୍ତି। ଶୁଟିଂ ବନ୍ଦ ଥିଲେ ଶାଶୁଙ୍କୁ ଦେଖିବାକୁ ଯାନ୍ତି ଯେ। ସବିତା ମଧ୍ୟ ଜ୍ୱାଇଁଙ୍କୁ ଖଉବ୍‌ ପସନ୍ଦ କରନ୍ତି। ଶାହରୁଖଙ୍କ ରୁଚି ମୁତାବକ ଖାଦ୍ୟ ପ୍ରସ୍ତୁତ କରି ଦିଅନ୍ତି।

Share