ମା’ ରାଣୀ ସମୃଦ୍ଧି ଦେବୀ ଚରିତ୍ରରେ ନଜର ଆସିବେ ବଲିଉଡ୍‌ର ଏହି ଅଭିନେତ୍ରୀ

ବଲିଉଡ୍‌ ଅଭିନେତ୍ରୀ ଇଶା ଦେଓଲ ବିବାହ ଏବଂ ଝିଅ ଜନ୍ମ ପରଠାରୁ ଅଭିନୟରୁ ସମ୍ପୂର୍ଣ୍ଣ ଦୂରେଇ ଯାଇଥିଲେ। ଏବେ ପୁଣିଥରେ ସେ ଛୋଟ ପରଦା ମାଧ୍ୟମରେ ଅଭିନୟକୁ ଫେରୁଛନ୍ତି। ଷ୍ଟାର ଭାରରେ ପ୍ରସାରିତ ପୌରାଣିକ ଧାରାବାହିକ ‘ଜଗ୍‌ ଜନନୀ ମା ବୈଷ୍ଣୋଦେବୀ’ରେ ତାଙ୍କୁ ଦେଖିବାକୁ ମିଳିବ। ଏଥିରେ ଇଶାଙ୍କ ମା’ ରାଣୀ ସମୃଦ୍ଧି ଦେବୀ ଚରିତ୍ରରେ ନଜର ଆସିବେ। ତେବେ ଏଥିପାଇଁ ଆଗାମୀ ୨ ଦିନ ମଧ୍ୟରେ ଇଶା କଣ୍ଟ୍ରାକ୍ଟ ପେପର ସାଇନ୍‌ କରିବେ ବୋଲି ଶୁଣିବାକୁ ମିଳୁଛି।
ପୂର୍ବରୁ ମା’ ରାଣୀ ସମୃଦ୍ଧି ଦେବୀ ଚରିତ୍ରରେ ତୋରଲ ରାସପୁତ୍ରା ଅଭିନୟ କରୁଥିଲେ। କୌଣସି କାରଣ ପାଇଁ ଲକ୍‌ଡାଉନ୍‌ ପୂର୍ବରୁ ସେ ଏହି ଧାରାବାହିକ ଛାଡିଦେଇଥିଲେ।

Share