Advertisement

ଲ୍ୟାଣ୍ଡମାଇନ ନଷ୍ଟ କଲେ ବମ୍‌ ସ୍କ୍ବାଡ୍‌

ବୌଦ୍ଧ/କଣ୍ଟାମାଳ,୧୬ା୧୨(ଅଜିତ କୁମାର ବାରିକ/ ଆଦିତେଶ୍ୱର ମିଶ୍ର): ବୌଦ୍ଧ ଜିଲା ମନମୁଣ୍ଡା ଥାନା ଶଗଡା ଫାଣ୍ଡି ନଳିକୁପା ଗାଁ ନିକଟ ସୁବର୍ଣ୍ଣଗିରି ଓ ପେନାଜୋର ଜଙ୍ଗଲରେ ମାଓବାଦୀ ଓ ଏସ୍‌ଓଜି ଯବାନଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା। ଏଥିରେ କାହାର କିଛି କ୍ଷତି ହୋଇ ନ ଥିଲା। ତେବେ ଏହି ଘଟଣା ପରେ ଜଙ୍ଗଲରେ ମାଓବାଦୀଙ୍କ ପକ୍ଷରୁ ଲ୍ୟାଣ୍ଡମାଇନ ବିଛା ଯାଇଥିବା ସୂଚନା ମିଳିବା ପରେ କୋମ୍ବିଂ ଅପରେଶନକୁ ଜୋରଦାର କରାଯାଇଛି। କନ୍ଧମାଳ ପଟୁ ୭ ଟିମ୍‌ ଓ ବୌଦ୍ଧ ପଟୁ ୫ଟି ଟିମ୍‌ ଏହି ଅପରେଶନରେ ସାମିଲ ହୋଇଥିଲେ। କୋମ୍ବିଂ ବେଳେ ମାଓବାଦୀମାନେ ଖଞ୍ଜି ଥିବା କିଛି ଲ୍ୟାଣ୍ଡ ମାଇନକୁ ବମ୍‌ ସ୍କ୍ବାଡ୍‌ ନଷ୍ଟ କରିଦେଇଛନ୍ତି। ଘଟଣା ସ୍ଥଳରେ ଏସ୍‌ପି ରାଜ ପ୍ରସାଦ, ମନମୁଣ୍ଡା ଥାନା ଅଧିକାରୀ ଭାବାନନ୍ଦ ପ୍ରଧାନ ଓ ଅନ୍ୟ ଅଧିକାରୀ ପହଞ୍ଚି ସ୍ଥିତି ଅନୁଧ୍ୟାନ କରି ଫେରିଛନ୍ତି। ପୋଲିସ ପକ୍ଷରୁ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ ହୋଇଥିବା ନେଇ ଏସ୍‌ପି ରାଜ ପ୍ରସାଦ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି। ଏଥିସହ ମାଓବାଦୀଙ୍କ କ୍ୟାମ୍ପ ନଷ୍ଟ କରିଥିବା କହିଛନ୍ତି।

ମାଓବାଦୀ କ୍ୟାମ୍ପରେ ୧୨ଟି ଆଇଇଡି, ୪ ଜିଲେଟିନ, ଲୋକାଲ ମେଡ ହେଣ୍ଡ ଗ୍ରାନେଡ ୪,ଏସପିଜିଲେ ଲାଇଭ ରାଉଣ୍ଡ ୨, ବିଦ୍ୟୁତ୍‌ ତାର ୫ ବଣ୍ଡଲ, ମଲଟି ମିଟର ୧,ଗନ କି୍ଲନିଂ ପୁଲ ଥ୍ରୋ ୨, ପଟାସିୟମ ନାଇଟ୍ରେଟ ପାଉଡର ପ୍ୟାକେଟ,ଏନିମେସନ ପାଉଚ ୨, ବ୍ୟାଟେରୀ ୧୨, ୱାକିଟକି ଚାର୍ଜର ୩ ,ଇଲେକ୍ଟ୍ରି ସର୍କିଟ ୧, ବଡି ଟ୍ରେପ ମେକାନିଜମ, ବେଟେରୀ ଚାର୍ଜର୨, ଜଙ୍ଗଲ ପେକ୍‌ ହାଭେରସେକ୍‌ ୭, ଗୋଟିଏ ମାଓବାଦୀ ପୋଷାକ, ମାଓ ପୁସ୍ତକ, କମ୍ବଳ ୧୨ଟା, ସୋଲାର ପେନାଲ ୩ ଟା, ଟର୍ଚ୍ଚ ବ୍ୟାଟେରୀ ୪ ଟା ଆଦି ଜବତ ହୋଇଥିଲା। ଏବେ ବି ମାଓ ବାଦଦୀଙ୍କ ଗତିବିଧି ଉପରେ ନଜର ରହିଥିବା ଏସପି ସୂଚନା ଦେଇଛନ୍ତି।

Subscribe to Dharitri WhatsApp Channel

Share