ଦୟା ନଦୀ କୂଳରେ ମାଛ ମରାକୁ ନେଇ ବୋମାମାଡ

କଣାସ,୨୭।୧୨(ଡି.ଏନ୍‌.ଏ.): ମାଛ ମରାକୁ ନେଇ ୨ ଗାଁ ମଧ୍ୟରେ ଗୋଷ୍ଠୀ ସଂଘର୍ଷ, ବୋମାମାଡ ହୋଇଛି। ଏଭଳି ଅଭାବନୀୟ ଘଟଣା ଘଟିଛି ପୁରୀ ଜିଲା କଣାସ ନିକଟବର୍ତ୍ତୀ ଦୟା ନଦୀ କୂଳରେ। ଏଥିରେ ୨ଜଣ ଆହତ ହୋଇଛନ୍ତି। ସେମାନଙ୍କୁ କଣାସ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଦୟା ନଦୀ କୂଳରେ ମାଛ ମରାକୁ କେନ୍ଦ୍ରକରି ଜାଗୁଳାଇପଦର ଓ ନଈକୂଳପାଟଣା ଗାଁ ଲୋକଙ୍କ ମଧ୍ୟରେ ଏହି ଗଣ୍ଡଗୋଳ ହୋଇଥିଲା। ତେବେ ଏହି ସାମାନ୍ୟ ଘଟଣାରୁ କଥା ଗଣ୍ଡଗୋଳ ଓ ବୋମାମାଡ ଯାଏ ପହଞ୍ଚିଥିଲା। ଘଟଣାସ୍ଥଳରେ ଉତ୍ତେଜନା ଲାଗି ରହିଥିବାରୁ ଗଡ଼ିଶାଗଦା ଥାନାଧିକାରୀ ଏବଂ ୨ ସେକ୍ସନ ପୁଲିସ ମୁତୟନ ଅଛନ୍ତି।

Share