ପାଲେଷ୍ଟାଇନ୍‌ ସପକ୍ଷରେ ରାଲି ବେଳେ ବିସ୍ଫୋରଣ

ଇସ୍‌ଲାମାବାଦ,୨୧ା୫: ପାକିସ୍ତାନର ବେଲୁଚିସ୍ତାନରେ ଶୁକ୍ରବାର ପାଲେଷ୍ଟାଇନ୍‌ ସପକ୍ଷରେ ରାଲି କରାଯାଉଥିବା ବେଳେ ବିସ୍ଫୋରଣ ଘଟିଛି। ଏଥିରେ ୭ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୩ ଜଣ ଆହତ ହୋଇଥିବା ଜଣାପଡିଛି। ଆହତମାନଙ୍କୁ ପ୍ରଦେଶର ରାଜଧାନୀର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ରାଜନୈତିକ ଦଳ ଉଲେମା-ଇ-ଇସ୍‌ଲାମ-ନଜରୟାତି ପକ୍ଷରୁ ଏକ ଶୋଭାଯାତ୍ରା ଆୟୋଜନ କରାଯାଇଥିଲା। ଚମନ ସହରର ମୁର୍ଗୀ ବଜାର ଦେଇ ଲୋକେ ରାଲିରେ ଯାଉଥିବାବେଳେ ବିସ୍ଫୋରଣ ଘଟିଥିଲା। ସମ୍ପୃକ୍ତ ଅଞ୍ଚଳକୁ ସୁରକ୍ଷା ବଳ ସିଲ୍‌ କରିଦେଇଛି ବୋଲି ବେଲୁଚିସ୍ତାନ ସରକାରଙ୍କ ପକ୍ଷରୁ କୁହାଯାଇଛି।

Share