ଢେଙ୍କାନାଳ ଅଫିସ,୧୦ା୪: ଢେଙ୍କାନାଳର ନବନିର୍ବାଚିତ ପୌରାଧ୍ୟକ୍ଷାଙ୍କ ଘର ଆଗରେ ବୋମାମାଡ଼ ହୋଇଛି। ଅଧ୍ୟକ୍ଷା ଜୟନ୍ତୀ ପାତ୍ରଙ୍କ ସିମିଳିଆସ୍ଥିତ ବାସଭବନ ଉପରେ ଦୁର୍ବୃତ୍ତମାନେ ଶନିବାର ବିଳମ୍ବିତ ରାତିରେ ବୋମାମାଡ଼ ଫେରାର ହୋଇଯାଇଛନ୍ତି। ଏଥିରେ କେହି ଆହତ ହୋଇ ନ ଥିବା ସୂଚନା ମିଳିଛି। ଗତ ୩୦ ତାରିଖ ରାତିରେ ଫାଙ୍କା ଗୁଳି ଚଳନା ହୋଇଥିଲା। ଏଥିସହ ହତ୍ୟା ଧମକ ହୋଇଥିଲା। ଗୁଳିକାଣ୍ଡର ମୁଖ୍ୟ ଅଭିଯୁକ୍ତମାନଙ୍କୁ ଏ ପର୍ଯ୍ୟନ୍ତ ପୋଲିସ ଧରିପାରି ନ ଥିବା ସୂଚନା ମିଳିଛି।
ଜୟନ୍ତୀ କହିଛନ୍ତି, ସେ ନିର୍ବାଚିତ ହେବା ପରେ ତାଙ୍କ ଘର ବାହାରେ ଏହା ହେଉଛି ଦ୍ୱିତୀୟ ଘଟଣା। ଏହା ପୂର୍ବରୁ ମାର୍ଚ୍ଚ ୩୦ରେ ଦୁର୍ବୃତ୍ତମାନେ ଫାଙ୍କା ଗୁଳିଚାଳନା କରିଥିଲେ। ଏନେଇ ସେ ଥାନାରେ ଅଭିଯୋଗ ବି କରିଥିଲେ। ଏହି ଘଟଣାରେ ୨ ଜଣଙ୍କୁ ପୋଲିସ ଗିରଫ କରିଥିଲା। ୩ ଜଣ ଫେରାର ଥିଲେ। ଏହି ୨ଟି ଯାକ ଘଟଣାରେ ବିଧାୟକଙ୍କ ସମର୍ଥକମାନଙ୍କ ହାତ ଅଛି ଏବଂ ପୋଲିସ ଚାପରେ ରହିଛି ବୋଲି ପୌରାଧ୍ୟକ୍ଷା ଜୟନ୍ତୀ ପାତ୍ର ଏବଂ ତାଙ୍କ ସ୍ବାମୀ ଭାଜପା ନେତା ରାମଚନ୍ଦ୍ର ପାତ୍ର ଅଭିଯୋଗ କରିଛନ୍ତ। ଏନେଇ ସେ ଢେଙ୍କାନାଳ ଟାଉନ ଥାନାରେ ଅଭିଯୋଗ କରିଛନ୍ତି। ପୋଲିସ ଘଟଣାର ତଦନ୍ତ କରୁଛି।