ବିଜେଡି ମହିଳା ସଭାନେତ୍ରୀଙ୍କ ଘର ଉପରକୁ ବୋମାମାଡ଼

ବରୀ,୧୪ା୩(ଡି.ଏନ୍‌.ଏ.): ଯାଜପୁର ଜିଲା ବରୀ ବ୍ଲକ ବିଜେଡି ମହିଳା ସଭାନେତ୍ରୀ ଜ୍ୟୋତ୍ସ୍ନାରାଣୀ ନାଥଶର୍ମାଙ୍କ ଘର ଉପରକୁ ଦୁର୍ବୃତ୍ତମାନେ ବୋମାମାଡ଼ କରିଛନ୍ତି। ଏନେଇ ଜ୍ୟୋତ୍ସ୍ନାରାଣୀ ରାମଚନ୍ଦ୍ରପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।

ଚଳିତ ପଞ୍ଚାୟତ ନିର୍ବାଚନରେ ଶାସକ ଦଳର ଦୁଇ ଗୋଷ୍ଠୀ ମୁହାଁମୁହିଁ ହେବା ଯୋଗୁ ଏଭଳି ଘଟଣା ଘଟିଥିବା ସାଧାରଣରେ ଆଲୋଚନା ହେଉଛି।

Share