ବୈବାହିକ ସମ୍ପର୍କ ବି ଭାଙ୍ଗିପାରେ ବହି, ଜାଣନ୍ତୁ କିପରି

ଜୀବନରେ ଜ୍ଞାନ ଏପରି ଏକ ଜିନିଷ ଯାହା କେବେ ଶେଷ ହୋଇପାରିବ ନାହିଁ। ଯାହାକୁ କେହି ନେଇପାରିବେ ନାହିଁ। ଯାହା ବାଣ୍ଟିଲେ ବଢ଼େ। ଏହି ଜ୍ଞାନ ଆହରଣରେ ପୁସ୍ତକଗୁଡ଼ିକ ମାର୍ଗଦର୍ଶନ କରନ୍ତି। ତେଣୁ ଘରେ ବହିର ସ୍ଥାନ କେଉଁଠି ହେବା ଉଚିତ ଜାଣନ୍ତୁ। କାରଣ ଏହା ବେଳେ ବେଳେ ବୈବାହିକ ସମ୍ପର୍କକୁ ମଧ୍ୟ ଭାଙ୍ଗିପାରେ।

> ବାସ୍ତୁ ଅନୁଯାୟୀ, ଶିକ୍ଷାରେ ଭଲ ଫଳ ପାଇଁ, ଟେବୁଲ ଏପରି ସ୍ଥାନରେ ରହିବା ଉଚିତ ଯେଉଁଠି ଛାତ୍ରୀଛାତ୍ର ପୂର୍ବ ଆଡକୁ ମୁହଁ କରି ପଢ଼ିବେ। ଅଧ୍ୟୟନ କରିବା ସମୟରେ ଛାତ୍ରଙ୍କ ପିଠି କବାଟ ଆଡକୁ ନ ରହିବା ଭଲ।

> ଅଧ୍ୟୟନ କକ୍ଷ ଉତ୍ତର ଏବଂ ପୂର୍ବ, ଉତ୍ତର ଏବଂ ପଶ୍ଚିମ, ପଶ୍ଚିମ ଏବଂ ପଶ୍ଚିମ କୋଣରେ ରହିବା ଉଚିତ।

> ଅଧ୍ୟୟନ କକ୍ଷରେ ବହିଗୁଡ଼ିକ ଖୋଲା ର଼୍ୟାକ୍‌ରେ ରହିବା ଉଚିତ ନୁହେଁ। ଏହା ନକାରାତ୍ମକ ଶକ୍ତି ମଧ୍ୟ ସୃଷ୍ଟି କରିଥାଏ। ସବୁବେଳେ ର଼୍ୟାକ୍‌କୁ ବନ୍ଦ ରଖନ୍ତୁ।

> ବହିକୁ ଡାଇନିଂ ରୁମ୍‌ରେ ରଖିବା ଭଲ ବୋଲି ବିବେଚନା କରାଯାଉଥିବାବେଳେ ଏହାକୁ ଶୋଇବା ଘରେ ରଖିବା ଉଚିତ ନୁହେଁ। ଏହା ଆପଣଙ୍କ ବୈବାହିକ ସମ୍ପର୍କ ଉପରେ ନକାରାତ୍ମକ ପ୍ରଭାବ ପକାଇ, ତାହାକୁ ଭାଙ୍ଗିପାରେ।

> ଯେଉଁଠାରେ ଆପଣ ବହିଗୁଡିକ ରଖିଛନ୍ତି ସେହି ସ୍ଥାନ ସର୍ବଦା ପରିଷ୍କାର ହେବା ଉଚିତ।

> ପିଲାମାନଙ୍କର ଅଧ୍ୟୟନ କକ୍ଷ କେବେ ବି ଦକ୍ଷିଣ ଦିଗରେ କରାଯିବା ଉଚିତ ନୁହେଁ ।