Categories: ଫୁରସତ

୯୦ ବର୍ଷ ପରେ ଲାଇବ୍ରେରିକୁ ଫେରିଲା ବହି

ଲଣ୍ଡନ

ଅନେକ ଲୋକ ଲାଇବ୍ରେରି ଯିବାକୁ ପସନ୍ଦ କରନ୍ତି ଏବଂ ସେଠାକୁ କିଛି ବହି ମଧ୍ୟ ଆଣିଥା’ନ୍ତି। ହେଲେ କିଛି ଲୋକ ବହି ଫେରାଇବାକୁ ଭୁଲିଯାଆନ୍ତି। କିଛିଦିନ ପୂର୍ବେ ବ୍ରିଟେନ୍‌ରେ ଜଣେ ବ୍ୟକ୍ତି ତାଙ୍କ ଜେଜେବାପା ନେଇଥିବା ବହିକୁ ୯୦ ବର୍ଷ ପରେ ଲାଇବ୍ରେରିକୁ ଫେରାଇଛନ୍ତି। ଏଥିପାଇଁ ତାଙ୍କୁ ଜରିମାନା ମଧ୍ୟ ଦେବାକୁ ପଡ଼ିଛି। ରିପୋର୍ଟ ମୁତାବକ, ୧୯୩୩ରେ ଲାର୍ଚମୋଣ୍ଟ ପବ୍ଲିକ ଲାଇବ୍ରେରିରୁ ଜଣେ ବ୍ୟକ୍ତି ଯୋଶେଫ କନରାଡଙ୍କ ୧୯୨୫ ମସିହାର ବହି ‘ୟୁଥ୍‌ ଆଣ୍ଡ ଟୁ ଅଦର ଷ୍ଟୋରିଜ୍‌’କୁ ନେଇଥିଲେ, ଯାହାକୁ ତାଙ୍କ ନାତି ଜୋନି ମାର୍ଗନ ନିକଟରେ ଫେରାଇଛନ୍ତି। ଲାଇବ୍ରେରିଆନ୍‌ କାରୋଲିନ୍‌ କନିଂହାମ କହିଛନ୍ତି, ଯେତେବେଳେ ବ୍ୟକ୍ତି ଜଣକ ଏହି ବହି ନେଇଥିଲେ, ସେ ଏଇ ପାଖରେ ରହୁଥିଲେ। ହେଲେ ଏବେ ତାଙ୍କ ପାଇଁ ଖୁସିର ବିଷୟ ଏହା କି ଏତେ ପୁରୁଣା ବହି ସେମାନେ ଫେରିପାଇଛନ୍ତି। ହେଲେ ଆଶ୍ଚର୍ଯ୍ୟର କଥା, ଲାଇବ୍ରେରିଆନ ମାର୍ଗନଙ୍କଠାରୁ ମାତ୍ର ୫ ଡଲାର ଅର୍ଥାତ୍‌ ଭାରତୀୟ ମୁଦ୍ରାରେ ୪୧୭ ଟଙ୍କା ଜରିମାନା ନେଲେ। ଲାଇବ୍ରେରିଆନ କାରୋଲିନ୍‌ଙ୍କ କହିବା କଥା, କିଛିଦିନ ଆଗରୁ ମାର୍ଗନ ତାଙ୍କ ସହ ଯୋଗାଯୋଗ କରିଥିଲେ। ମାର୍ଗନ ଯେତେବେଳେ କହିଲେ ଲାଇବ୍ରେରିକୁ ଏତେ ପୁରୁଣା ବହି ଆସୁଛି ତାହା କାରୋଲିନ୍‌ଙ୍କୁ ବିଶ୍ୱାସ ହୋଇ ନ ଥିଲା। ଜିମ୍ମି ଏଲିସ୍‌ ନାମକ ଜଣେ ବ୍ୟକ୍ତି ଏହି ବହି ନେଇଥିଲେ। ସେତେବେଳେ ସେ ଲାଇବ୍ରେରି ପାଖରେ ନିଜ ସ୍ତ୍ରୀ ଏବଂ ୨ ପିଲାଙ୍କ ସହ ରହୁଥିଲେ। ହେଲେ ୧୯୭୮ରେ ଏଲିସ୍‌ଙ୍କ ମୃତ୍ୟୁ ଘଟିଥିଲା। ସେବେଠାରୁ ବହିଟି ରହିଯାଇଥିଲା। ମାର୍ଗନ କହିଛନ୍ତି, ଦିନେ ସେ ଘର ସଫା କରିବାବେଳେ ଏହି ବହିଟିକୁ ପାଇଥିଲେ।

Share