ତଳି ଅଞ୍ଚଳ ଜଳାର୍ଣ୍ଣବ

ଅନୁଗୋଳ/ତାଳଚେର, ୨୬।୬(ଅମିତ ସାମଲ/ମନୋଜ ନନ୍ଦ): ଉଛୁଳିଲା ଡ୍ରେନ୍‌। ରାସ୍ତାରେ ଚାଲିଲା ଆଣ୍ଠୁଏ ଉଚ୍ଚତାର ପାଣି। କେବଳ ସହରତଳି ଅଞ୍ଚଳ ନୁହେଁ, କେଇ ଘଣ୍ଟାରେ ଜଳାର୍ଣ୍ଣବ ହୋଇଗଲା ବ୍ୟସ୍ତବହୁଳ ସଡ଼କ। ଲଘୁଚାପଜନିତ ଲଗାଣବର୍ଷାରେ ରବିବାର ଅନୁଗୋଳ ସହରରେ ଦେଖିବାକୁ ମିଳିଥିଲା ଏଭଳି ଦୃଶ୍ୟ। ଡ୍ରେନେଜ୍‌ ଅବ୍ୟବସ୍ଥା, ନର୍ଦ୍ଦମାରେ ଜମି ରହିଥିବା କୁଢ଼ କୁଢ଼ ଆବର୍ଜନା ପାଇଁ ଏଭଳି ସ୍ଥିତି ସୃଷ୍ଟି ହୋଇଥିବା ବୁଦ୍ଧିଜୀବୀ ଅଭିଯୋଗ କରିଛନ୍ତି।
ଅନୁଗୋଳରେ ଶନିବାର ରାତିରୁ ଆରମ୍ଭ ହୋଇଯାଇଥିଲା ମୁଷଳଧାରାରେ ବର୍ଷା। ଦିନ ବଢ଼ିବା ସହିତ ଏହାର ପରିମାଣ ମଧ୍ୟ ବୃଦ୍ଧି ପାଇଥିଲା। ଫଳରେ ବ୍ରାହ୍ମଣଦେଈପଡ଼ା, ହେମସୁରପଡ଼ା, ଅମଲାପଡ଼ା, ରାଧାରମଣପଡ଼ା ସମେତ ତଳି ଅଞ୍ଚଳରେ ପାଣି ପଶିଯାଇଥିଲା। ସହରର ବ୍ୟସ୍ତବହୁଳ ସଡ଼କ କୁହାଯାଉଥିବା ବଜାର ଛକଠାରୁ-ଗାନ୍ଧୀ ମାର୍ଗ ଯାଏ ୩ ଫୁଟର ପାଣି ଚାଲିଥିଲା। ଫଳରେ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ଶଙ୍କର ସିନେମା ରୋଡ୍‌ରେ ଅନୁରୂପ ସ୍ଥିତି ଦେଖିବାକୁ ମିଳିଥିଲା। ହେମସୁରପଡ଼ାରେ ସ୍ଥିତି ଏମିତି ହୋଇଥିଲା ଯେ, ବର୍ଷା ପାଣି ନିଷ୍କାସନ ହେବାକୁ ବାଟ ପାଇ ନ ଥିଲା। ପୌର କର୍ତ୍ତୃପକ୍ଷ ଜେସିବି ସହାୟତାରେ ରାସ୍ତା ଖୋଳିବା ପରେ ପାଣି ନିଷ୍କାସନ ହୋଇଥିଲା। ମୌସୁମୀ ଋତୁର ପ୍ରଥମ ବଡ଼ ବର୍ଷାରେ ସହରର ଏଭଳି ସ୍ଥିତି ପୌର ପ୍ରଶାସନର ଅପାରଗତାକୁ ପଦାରେ ପକାଇଛି। ତେଣୁ ତୁରନ୍ତ ପାଣି ଜମୁଥିବା ସ୍ଥାନଗୁଡ଼ିକୁ ଚିହ୍ନଟ କରି ବିକଳ୍ପ ବ୍ୟବସ୍ଥା ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି।
ଅନୁରୂପ ଭାବେ ତାଳଚେର ବ୍ଲକ ୨୦ନଂ. ଜିଲା ପରିଷଦ ଜୋନ୍‌ ମୁଣ୍ଡାବଜାର ଅନ୍ତର୍ଗତ ଦଳିତ ସାହିରେ ବର୍ଷା ପାଣି ଲୋକଙ୍କ ଘରେ ପଶିଛି। ଫଳରେ ସାହିବାସୀ ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ବନିୟା ସାହୁ, ବଳରାମ ନାଏକ, ଲକ୍ଷ୍ମୀ ମୁଖୀ, ଡଲି ଦାସ, ବାବୁଲି ନାଏକ, ମଙ୍ଗୁଳୁ ନାଏକ, ଲକ୍ଷ୍ମୀଧର ଜେନା, କମଳକାନ୍ତ ଜେନା, ଦୀପ୍ତିପ୍ରଭା ଜେନା, ରଞ୍ଜୁଲତା ନାଏକ, ସୀତା ନାଏକ, ଜଗବନ୍ଧୁ ଦାସ, ପବିତ୍ର ନାଏକ, ଲକି ନାଏକ, ଚିନ୍ମୟ ଜେନା, ଦାଶରଥୀ ନାଏକ, ବାରିଆ ନାଏକ, ଲିଙ୍ଗା ନାଏକଙ୍କ ଘରର ଆସବାବପତ୍ର ନଷ୍ଟ ହୋଇଯାଇଛି। ତଳିଆ ଅଞ୍ଚଳ ହୋଇଥିବାରୁ ଏଭଳି ସମସ୍ୟା ସୃଷ୍ଟି ହୋଇଥିବା ଜିଲା ପରିଷଦ ସଦସ୍ୟା ରୀତାରାଣୀ ଦାସ କହିଛନ୍ତି। କ୍ଷୟକ୍ଷତି ଆକଳନ କରି କ୍ଷତିଗ୍ରସ୍ତ ପରିବାରଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ସେ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରକ-ବାଇକ୍‌ ଧକ୍କା: ଚାଲିଗଲା ବାପ-ପୁଅଙ୍କ ଜୀବନ, ମା’ ଗୁରୁତର

ଗୋପାଳପୁର, ୨୨।୯(ନବୀନ ରାଜ ଆଚାରୀ): ଗଞ୍ଜାମ ଜିଲା ୧୬ ନମ୍ବର ଜାତୀୟ ରାଜପଥ ଭାଲିଆଗାଡ଼ ନିକଟରେ ରବିବାର ଏକ ଟ୍ରକ-ବାଇକ୍‌ ମଧ୍ୟରେ ଧକ୍କା ହୋଇଛି। ଦୁର୍ଘଟଣାରେ...

ପୁରୁଷୋତ୍ତମପୁରରେ ବୁଲିଲା ଖଣ୍ଡା: ଭାଜପା କର୍ମୀଙ୍କୁ….

ପୁରୁଷୋତ୍ତମପୁର,୨୨।୯(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ରାଜନୈତିକ କାରଣକୁ ନେଇ ରବିବାର ଗୋଷ୍ଠୀ ସଂଘର୍ସ ଘଟିଛି। ଏଥିରେ ଉଭୟ ପକ୍ଷରୁ ଦୁଇଜଣ ଆହାତ ହୋଇଛନ୍ତି। ଆହାତମାନେ...

ଗଞ୍ଜେଇ ଜବତ, ଜେଲ ଗଲେ ଅଭିଯୁକ୍ତ

ଦିଗପହଣ୍ଡି,୨୨।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ପୋଲିସ ରବିବାର ସାନଖେମୁଣ୍ଡି ବ୍ଲକ ଧରମପୁର ଗ୍ରାମ ଶ୍ମଶାନ ନିକଟରୁ ୨ କିଣ୍ଟାଲ ୧୪ କେ.ଜି ୨...

ରାସ୍ତା ପାର୍‌ ହେଉଥିବା ବେଳେ ଧକ୍କା ଦେଲା ଟ୍ରଲର, ୨ ମହିଳା ଗୁରୁତର

କେନ୍ଦୁଝର,୨୨।୯(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ଥାନା ଅନ୍ତର୍ଗତ ୨୦ନମ୍ବର ଜାତୀୟ ରାଜପଥ ରାଇସୁଆଁ ପୁରୁଣା ଥାନା ନିକଟରେ ରବିବାର ସାରେ ରାସ୍ତା ଅତିକ୍ରମ କରୁଥିବାବେଳେ...

୨ ନାବାଳିକାଙ୍କୁ ଗଣବଳାତ୍କାର: ଅଭିଯୋଗ ପରେ ପୋଲିସର ତତ୍ପରତା, ୩ ଜଣ ଅଟକ

ରାଉରକେଲା, ୨୨।୯(ସଂଗୀତା ଜେନା): ରାଉରକେଲାରେ ଚାଞ୍ଚଲ୍ୟ। ଦୁଇ ଜଣ ନାବାଳିକାଙ୍କୁ ଗଣବଳାତ୍କାର ହୋଇଥିବା ଥାନାରେ ଅଭିଯୋଗ ହେବା ପରେ ପୋଲିସ ତତ୍ପର ହୋଇ ଉଠିଛି। ଏହି...

ଶ୍ୱଶୁରଙ୍କୁ ହତ୍ୟା କଲେ ଜ୍ବାଇଁ : ସ୍ତ୍ରୀ, ଶାଶୁ ଗୁରୁତର

ଲକ୍ଷ୍ମୀପୁର,୨୨ା୯(ଅନନ୍ତ ନାୟକ): କୋରାପୁଟ ଜିଲା ଲକ୍ଷ୍ମୀପୁର ସଦର ରେଲୱେ କଲୋନୀ ନିକଟ ଆମ୍ବଗୁଡ଼ା ସାହିରେ ଏକ ହତ୍ୟାକାଣ୍ଡ ଘଟିଛି। ଏଥିରେ ଶ୍ୱଶୁରଙ୍କୁ ଲୁହା ରଡ୍‌ରେ ପିଟି...

ଗାଁ ନିକଟରେ ଦିନ ଦି ପ୍ରହରରେ ବୁଲୁଛି ଗୋଠ ଛଡା ଭାଲୁ, ଲୋକେ ଆତଙ୍କିତ

କୋକସରା,୨୨।୯(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଆମପାଣି ଫରେଷ୍ଟ ସେକ୍ସନ ଅଧୀନରେ ଥିବା ପାତ୍ରବସା ଗାଁ ନିକଟରେ ଏକ ଭାଲୁ ଦିନ ଦି...

୪ ଘଣ୍ଟାରେ ଖାଇଗଲେ ୨ କୁଇଣ୍ଟାଲ ଚିକେନ ପକୋଡ଼ା

ପୁରୀ,୨୨।୯: ରାଜ୍ୟରେ ଏବେ ବି ରହିଛି ବାର୍ଡଫ୍ଲୁ ଆତଙ୍କ। ଖାସ୍‌ କରି ପୁରୀ ଜିଲାରେ ବାର୍ଡଫ୍ଲୁକୁ ନେଇ ସରକାରଙ୍କ ପକ୍ଷରୁ ସଚେତନତା ଜାରି ରହିଛି। ଏଭଳିସ୍ଥିତିରେ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri