ଜାମୁକୋଳି ଖାଇବାକୁ ଯାଇ ଚାଲିଗଲା ବାଳକଙ୍କ ଜୀବନ

ଛେଣ୍ଡିପଦା,୩୦ା୫(ସ୍ବ.ପ୍ର.): ଅନୁଗୋଳ ଜିଲା ଛେଣ୍ଡିପଦା ଥାନା ଜାମ୍ବୁନାଳି ଗ୍ରାମରେ ସୋମବାର ଏକ ଦୁଃଖଦ ଘଟଣା ଘଟିଛି। ଗ୍ରାମର ରଞ୍ଜନ କୁମାର ମାଝିଙ୍କ ୧୦ ବର୍ଷର ପୁଅ ନିରାକାର ସାଙ୍ଗମାନଙ୍କ ସହ ଜାମୁକୋଳି ଖାଇବାକୁ ଯାଇଥିଲେ। ପରେ ଗ୍ରାମ ନିକଟରେ ଥିବା ଜିରାବାହାଳି ପୋଖରୀରେ ଗାଧୋଉଥିବା ବେଳେ ବୁଡ଼ି ଯାଇଥିଲେ। ଏହା ଦେଖି ସାଙ୍ଗମାନେ ପାଟି କରିବାରୁ ପୋଖରୀରେ ଗୋଧୋଉଥିବା ଅନ୍ୟ ଲୋକମାନେ ପାଣିରେ ପଶି ନିରାକାରଙ୍କୁ ଉଦ୍ଧାର କରିବା ସହିତ ଛେଣ୍ଡିପଦା ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇ ଯାଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି।

Share