Categories: ଫୁରସତ

ପାଣିରେ ବୁଡ଼ିଯିବାର ଅଭିନୟ କରୁଥିଲା ପିଲା, ପରେ ଘଟିଲା କିଛି ଏମିତି

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛିନା କିଛି ଭଡିଓ ଏବଂ ଫଟୋ ଭାଇରାଲ ହେବାରେ ଲାଗିଛି। କେତେକ ଭିଡିଓ ଦେଖି ହସ ନିୟନ୍ତ୍ରଣ ହେଉ ନ ଥିବା ବେଳେ କେତେକ ଭିଡିଓ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏକ ଭିଡିଓ ବହୁତ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ଏକ ଶିଶୁକୁ ଦେଖି ଆପଣ ଭାବପ୍ରବଣ ହୋଇ ତାଙ୍କ ସାହାଯ୍ୟ ପାଇଁ ପ୍ରାର୍ଥନା କରିବେ। ପରେ ଆପଣ ପିଲାଟିର କାମ ଦେଖି ହସିବେ।

ଏହି ଭିଡିଓରେ ଶିଶୁଟି ଜବରଦସ୍ତ ଡ୍ରାମା କରିଛି। ଭିଡିଓରେ ଆପଣ ସ୍ପଷ୍ଟ ଭାବରେ ଦେଖିପାରିବେ ଯେ, ଏହି ପିଲା ବୋହି ଯାଉଥିବା ପାଣିରେ ଏକ ଦଉଡି ଧରି କାନ୍ଦୁଛି। ବୁଡ଼ି ଯାଉଥିବା ଦେଖାଯାଉଛି। ଏହା ପରେ ପିଲାଟି ଜୋରରେ କାନ୍ଦିବାକୁ ଲାଗୁଛି। ପିଲାଟି କାନ୍ଦୁଥିବା ଦେଖି ଏକ ଝିଅ ତା’ ପାଖକୁ ଆସୁଛି।

ପରେ ଝିଅଛି ପିଲାଟିର କାନ୍ଦିବା ଦେଖି ହସିବା ସହିତ ପ୍ରତିକ୍ରିୟା କରୁଛନ୍ତି। ଶିଶୁର ଦୁଇ ଗୋଡକୁ ଭୂମିରେ ରଖିଛିନ୍ତି। ଶିଶୁର ପାଦକୁ ଭୂମିରେ ରଖି ଦେଇଛନ୍ତି। ଶୁଶୁଟି କିଛି ସେକେଣ୍ଡ ପାଇଁ ବିସ୍ମିତ ହୋଇଗଲା ଏହା କିପରି ହେଲା? ଏହା ପରେ ସେ କାନ ଧରି ଚିନ୍ତା କରିବା ଆରମ୍ଭ କରିଛନ୍ତି।

ଏହି ଭିଡିଓକୁ ଭାରତୀୟ ବନ ସେବା ଅଧିକାରୀ ସୁଶାନ୍ତ ନନ୍ଦା ତାଙ୍କ ଟୁଇଟରରେ ଶେୟାର କରିଛନ୍ତି। ଏହି ଭିଡିଓ ଅଧିକ ଭାଇରାଲ ହେବାରେ ଲାଗିଛି। ସୋସିଆଲ ମିଡିଆ ବ୍ୟବହାରକାରୀମାନେ ଶିଶୁର ପ୍ରଦର୍ଶନକୁ ପ୍ରଶଂସା କରୁଛନ୍ତି।

Share