Categories: ଫୁରସତ

୧ ମିନିଟ୍‌ରେ ୧୯୬ ଗଣିତ ପ୍ରଶ୍ନର ଉତ୍ତର ଦେଇ ରେକର୍ଡ କଲେ ଏହି ବାଳକ

କରାଚି, ୮।୭: ପୃଥିବୀରେ କରୋନା ମହାମାରୀ ଆତଙ୍କ ସୃଷ୍ଟି କରିଛି। ଏପରି ସ୍ଥଳେ ବହୁ ଦେଶରେ ଲକ୍‌ ଡାଉନ୍‌ ଜାରି ରହିଛି। ଫଳରେ ସ୍କୁଲ କଲେଜ ବନ୍ଦ ରହିଛି। ପାକିସ୍ତାନର ଜଣେ ୧୦ ବର୍ଷ ବୟସ୍କ ବାଳକ ନାବୁଦ ଗିଲ୍‌ ଅନ୍‌ଲାଇନ୍‌ରେ ୧ ମିନିଟରେ ୧୯୬ ଗଣିତ ପ୍ରଶ୍ନର ଠିକ୍‌ ଉତ୍ତର ଦେଇ ନିଆରା ରେକର୍ଡ କରିଛନ୍ତି। ଅନ୍‌ଲାଇନ୍‌ ମ୍ୟାଥ୍‌ ଟେବୁଲ୍‌ ଲର୍ଣ୍ଣିଂ ଆପ୍‌ ‘ଟାଇମ୍ସ୍‌ ଟେବୁଲ୍‌ ରକ୍‌ ଷ୍ଟାରର୍ସ’ରେ ଗିଲ୍‌ ଏହି ବିଶ୍ୱ ରେକର୍ଡ କରିପାରିଛନ୍ତି। ଲକ୍‌ଡାଉନ୍‌ ଯୋଗୁ ଗିଲ୍‌ ଘରେ ରହି ନୂଆ ନୂଆ ମ୍ୟାଥ୍‌ ଫର୍ମୂଲା ନିଜେ ତିଆରି କରି ପ୍ରଶ୍ନ ଗୁଡ଼ିକର ଉତ୍ତର ସହଜରେ ଦେଇପାରିଛନ୍ତି। ଗିଲ୍‌ କିଭଳି ଗଣିତ ପ୍ରଶ୍ନର ଉତ୍ତର ଆଖି ପିଛୁଳାକେ ଦେଉଛନ୍ତି ତାହାର ଏକ ଭିଡ଼ିଓ ଏବେ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ପ୍ରଶ୍ନ ପଚରାଯିବା ପରେ ପେରେ ଲ୍ୟାପଟପ୍‌ରେ ଆଙ୍ଗୁଳିଗୁଡ଼ିକୁ ତୀବ୍ର ବେଗରେ ଗିଲ୍‌ ଚଳାଉଥିବାର ଦୃଶ୍ୟ ଭିଡ଼ିଓରେ ଦେଖିବାକୁ ମିଳୁଛି।

Share