ପୋଖରୀକୁ ଗାଧୋଇବାକୁ ଯାଇ ଶିଶୁପୁତ୍ରର ଜୀବନ ଗଲା

ପାଟଣା,୪ା୮(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଡୁମୁରିଆ ପଞ୍ଚାୟତ ବଡ଼ନୂଆଗାଁ ଏତାଙ୍ଗ ସାହିରେ ଘର ପାଖ ପୋଖରୀରେ ଶୁକ୍ରବାର ଜଣେ ୫ ବର୍ଷର ଶିଶୁପୁତ୍ର ମୃତଦେହ ଭାସୁଛି। ନାବାଳକ ଜଣକ ହେଉଛନ୍ତି ଉକ୍ତ ସାହିର ମାଧ ମୁଣ୍ଡାଙ୍କ ପୁଅ ଟୁକୁନା(୫)।

ସୂଚନାଯୋଗ୍ୟ, ଶିଶୁ ଜଣକ ଗୁରୁବାର ଅପରାହ୍ନରୁ ନିଖୋଜ ଥିଲେ। ପରିବାର ଲୋକେ ବହୁ ଖୋଜାଖୋଜି କରିବା ପରେ ଘରଠାରୁ କିଛି ଦୂରରେ ଥିବା ଏକ ପୋଖରୀରେ ଶୁକ୍ରବାର ମୃତଦେହ ଭାସୁଥିବା ଦେଖିବାକୁ ମିଳିଛି। ପରିବାର ଲୋକେ ଘଟଗାଁ ପୋଲିସ ଓ ଅଗ୍ନିଶମ ବାହିନୀକୁ ଖବର ଦେଇଛନ୍ତି।

Share