ତାପସୀଙ୍କ ପୋଷ୍ଟରେ ଏମିତି କମେଣ୍ଟ ଦେଲେ ପ୍ରେମିକ

ବଲିଉଡ୍‌ ଅଭିନେତ୍ରୀ ତାପସୀ ପନ୍ନୁ ପ୍ରାୟତହଃ ଚର୍ଚ୍ଚାରେ ରହିଥାନ୍ତି। ବ୍ୟକ୍ତିଗତ ଜୀବନ ହେଉ କିମ୍ବା ବୃତ୍ତିଗତ ସେ ସବୁବେଳେ ଆଲୋଚନାରେ ରୁହନ୍ତି । ସେ ତାଙ୍କର ସୁନ୍ଦର ଅଭିନୟ ପାଇଁ ଦର୍ଶକଙ୍କ ହୃଦୟ ଜିତି ପାରିଛନ୍ତି । ଗତ କିଛି ଦିନ ହେବ ବ୍ୟାଡମିଣ୍ଟନ ପ୍ରଶିକ୍ଷକ ମାଥିଆସ ବୋଇଙ୍କୁ ସେ ଡେଟ୍‌ କରୁଥିବା ଚର୍ଚ୍ଚା ହୋଇଥିବା ବେଳେ ବିବାହକୁ ନେଇ ସେ ସ୍ପଷ୍ଟ କରି ନାହାନ୍ତି। ବର୍ତ୍ତମାନ ତାପସୀ ଫିଲ୍ମ ‘ସାବାସ ମିଠୁ’କୁ ନେଇ ଚର୍ଚ୍ଚାକୁ ଆସିଛନ୍ତି। ବର୍ତ୍ତମାନ ସେ ଏହାର ପୋଷ୍ଟର ଶେୟାର କରିଥିଲା ବେଳେ ବୟଫ୍ରେଣ୍ଡଙ୍କ କମେଣ୍ଟକୁ ନେଇ ଚର୍ଚ୍ଚା ଜୋର ଧରିଛି।
ପୂର୍ବରୁ ତାପସୀ ଫିଲ୍ମର ଟିଜର ରିଲିଜ କରିଥିଲେ । ବର୍ତ୍ତମାନ ପୋଷ୍ଟର ରିଲିଜ କରିବା ସହ ରିଲିଜ ଡେଟ୍‌ ଶେୟାର କରିଛନ୍ତି । କେବଳ ଏତିକି ହିଁ ନୁହେଁ ପୋଷ୍ଟରରେ ତାପସୀ ମିତାଲୀ ରାଜଙ୍କଲୁକ୍‌ରେ ନଜର ଆସିଛନ୍ତ। ଏହି ଫିଲ୍ମଟି ୧୫ ଜୁଲାଇ ୨୦୨୨ରେ ରିଲିଜ କରାଯିବ।
ତାପସୀଙ୍କ ଏହି ପୋଷ୍ଟରେ ମାଥିଆସ କମେଣ୍ଟ ଦେଇ ଲେଖିଛନ୍ତି, ଏହା ଛକ୍କା । ତାପସୀ ତାଙ୍କୁ କହିଛନ୍ତି, ନା.. ନା, ଏହା ଚଉକା ଭଳି ସଟ ଲାଗୁଛି ବୋଧ ହୁଏ ଫଟୋରେ । ତାପସୀ ଏବଂ ମାଥିଆସ ୨୦୧୪ରେ ବ୍ୟାଡମିଣ୍ଟନ ଟୁର୍ନାମେଣ୍ଟର ଏକ ଇଭେଣ୍ଟରେ ଭେଟିଥିଲେ । କିଛି ସମୟ ବନ୍ଧୁତା ପରେ ଦୁହେଁ ପରସ୍ପରକୁ ଡେଟ କରିବା ଆରମ୍ଭ କଲେ ।

Share