ଚଣ୍ଡିଖୋଲ,୨୩।୭(ଡି.ଏନ.ଏ): ପ୍ରେମ ସମ୍ପର୍କ। ବିବାହର ପ୍ରତିଶ୍ରୁତି। ଶାରୀରିକ ସମ୍ପର୍କ ପରେ ପ୍ରେମିକା ଗର୍ଭବତୀ। ପ୍ରେମିକାଙ୍କୁ ପ୍ରତାରଣା ଦେଇ ପ୍ରେମିକ ଫେରାର। ଏଭଳି ଅଭିଯୋଗ ହୋଇଛି ଯାଜପୁର ଜିଲା ବାଲିଚନ୍ଦ୍ରପୁର ଥାନାରେ। ଅଭିଯୋଗକୁ ଭିତ୍ତି କରି ପୋଲିସ ଏକ ମାମଲା(ନଂ.୨୧୪/୨୧) ରୁଜ୍ଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।
ଅଭିଯୋଗ ମୁତାବକ, ନଳୀପୁର ଅଞ୍ଚଳର ଜଣେ ଯୁବକଙ୍କ ସହିତ ପୀଡିତାଙ୍କ ପ୍ରେମ ସମ୍ପର୍କ ଗଢି ଉଠିଥିଲା। ବର୍ତ୍ତମାନ ଯୁବତୀ ଜଣକ ୬ ମାସର ଗର୍ଭବତୀ। ଯୁବତୀ ବିବାହ ପାଇଁ ଜିଦି ଧରିବାରୁ ଫେରାର ହୋଇଯାଇଛି ପ୍ରେମିକ।