ପ୍ରେମିକାଙ୍କୁ କାର୍‌ ଛାତରେ ବାନ୍ଧି ସହର ସାରା ବୁଲାଇଲେ ପ୍ରେମିକ, କାରଣ ଜାଣିଲେ…

ମସ୍କୋ,୫ା୮: ଜଣେ ପ୍ରେମିକାଙ୍କ ସହିତ ଜଣେ ପ୍ରେମିକ ଏମିତି କିଛି କରିଛନ୍ତି, ଯିଏ ଦେଖିଲା ସେ ଆଶ୍ଚର୍ଯ୍ୟ ହେଲା। ‘ଟ୍ରଷ୍ଟ୍‌ ଟେଷ୍ଟ’ ଷ୍ଟଣ୍ଟ୍‌ ସମୟରେ ପ୍ରେମିକ ଜଣକ ନିଜର ପ୍ରେମିକାଙ୍କୁ କାର୍‌ ଛାତରେ ବାନ୍ଧି ସହର ସାରା ବୁଲାଇଛନ୍ତି। ଏହା ଦେଖି ହଜାର ହଜାର ଲୋକ ଚକିତ ହୋଇଛନ୍ତି।

ଏହି ଘଟଣା ରୁଷିଆରେ ଘଟିଛି। ଏହାର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ସର୍ଗେ କୋସେନକୋ ନାମକ ଯୁବକ ଏପରି କାଣ୍ଡ ଘଟାଇଛନ୍ତି। ଭିଡିଓରେ ସର୍ଗେ ନିଜର ପ୍ରେମିକାଙ୍କୁ କାର୍‌ ଛାତରେ ବାନ୍ଧି ରାସ୍ତାରେ ବୁଲାଇଛନ୍ତି। ସର୍ଗେ ଗୋଟିଏ ହାତରେ ହାତକଡ଼ି, ଆଉ ଗୋଟିଏ ହାତକଡ଼ି ପ୍ରେମିକାଙ୍କ ହାତରେ ବାନ୍ଧିଥିଲେ। ଭିଡିଓରେ ଦେଖିବାକୁ ମିଳିଛି, କାର୍‌ ଛାତରେ ତାଙ୍କ ପ୍ରେମିକା ଦଉଡ଼ିରେ ବନ୍ଧା ହୋଇଛନ୍ତି। କାର୍‌କ ନିଜେ ସର୍ଗେ ଚଲାଉଛନ୍ତି।

ସର୍ଗେ ତାଙ୍କ ପ୍ରେମିକାଙ୍କ ବିଶ୍ୱାସ ପରୀକ୍ଷା କରିବା ପାଇଁ ଏପରି କରିଛନ୍ତି। ଇନ୍‌ଷ୍ଟାଗ୍ରାମରେ ଏହି ଭିଡିଓକୁ ୮୦ ହଜାର ଲୋକ ଦେଖିସାରିଲେଣି। ସର୍ଗେଙ୍କର ଇନ୍‌ଷ୍ଟାଗ୍ରାମରେ ୫ ମିଲୟନରୁ ଅଧିକ ଫଲୋଅର୍ସ ଅଛନ୍ତି। ଦୁଇଦିନ ପୂର୍ବରୁ ସେ ଏହି ଭିଡିଓ ଶେୟାର କରିଥିଲେ। ବର୍ତ୍ତମାନ ଏହି ଭିଡିଓକୁ ନେଇ ଖୁବ୍‌ ଚର୍ଚ୍ଚା ହେଉଛି।

Share