Categories: ଜାତୀୟ

ଜେଲ୍‌ ଯିବା କଥା ଶୁଣି ଡରିଗଲେ ପ୍ରେମିକ, କଲେ ଏମିତି କାମ

ଗୋରଖପୁର,୧୦।୨: ଉତ୍ତରପ୍ରଦେଶର ଗୋରଖପୁର ଜିଲାର ଗୁଲରିହା ପୋଲିସ ଷ୍ଟେଶନରେ ଏକ ନିଆରା ଦୃଶ୍ୟ ଦେଖିବାକୁ ମିଳିଛି। ଯେଉଁ ଯୁବତୀଙ୍କୁ ବିବାହ କରିବାକୁ ଯୁବକ ମନା କରୁଥିଲେ ଜେଲ୍‌ ଯିବା ଭୟରେ ତାଙ୍କୁ ବିବାହ କରିଛନ୍ତି ଜଣେ ଯୁବକ। ସୂଚନାନୁସାରେ, ମହାରାଜଗଞ୍ଜ ଜିଲାର ପନିଆର ଜଣେ ଯୁବକ ଗୁଲରିହା ଅଞ୍ଚଳର ଏକ ଗାଁର ନନିହାଲରେ ରହି ପାଠ ପଢୁଥିଲେ। ଏହି ସମୟରେ ସେ ଜଣେ ପଡୋଶୀ ଯୁବତୀଙ୍କ ପ୍ରେମରେ ପଡିଥିଲେ। ଯୁବତୀଙ୍କ ପରିବାର ଏହି ବିଷୟରେ ଜାଣିବା ପରେ ସେମାନେ ବିବାହ ପ୍ରସ୍ତାବ ନେଇ ଯୁବକଙ୍କ ଘରକୁ ଯାଇଥିଲେ। କିନ୍ତୁ ଯୁବକଙ୍କ ଘର ଲୋକେ ବିବାହ କରିବାକୁ ମନା କରିଦେଇଥିଲେ। ଏହା ପରେ ସମ୍ପୃକ୍ତ ଯୁବତୀଙ୍କ ବାପା ପୋଲିସ ଷ୍ଟେଶନରେ ଅଭିଯୋଗ କରି ଯୁବକ ଜଣଙ୍କ ତାଙ୍କ ଝିଅକୁ ବଳାତ୍କାର କରିଥିବା ଅଭିଯୋଗ କରିଥିଲେ। ନିଜକୁ ଆଇନଗତ କାର୍ଯ୍ୟରେ ଫସି ଯାଇଥିବା ଏବଂ ଜେଲ ଯିବାକୁ ପଡିବ ଭାବି ଯୁବକଙ୍କ ଜଣଙ୍କ ପ୍ରେମିକାଙ୍କୁ ବିବାହ ପାଇଁ ରାଜି ହୋଇଥିଲେ।

Share