ନାଳକୁ ଗାଧୋଇ ଯାଇଥିବା ବେଳେ ପଥର ସନ୍ଧିରେ ଫସିଲା ବାଳକଙ୍କ ଗୋଡ଼: ୪ ଘଣ୍ଟା ନାକେଦମ୍‌ ହେବା ପରେ ଉଦ୍ଧାର

ହରଭଙ୍ଗା,୨।୯(ଡି.ଏନ୍‌.ଏ.): ବୌଦ୍ଧ ଜିଲା ହରଭଙ୍ଗାବ୍ଲକ ତିଲେଶ୍ବର ପଞ୍ଚାୟତର ବୁରୁବୁଡା ଗ୍ରାମର ଜଣେ ବାଳକ ନିକଟସ୍ଥ ଲକ୍ଷ୍ମିନାଳକୁ ଗାଧୋଇବାକୁ ଯାଇଥିବା ବେଳେ ଗୋଡଟି ପଥର ସନ୍ଧିରେ ରହିଯାଇଥିଲା। ପୂର୍ବାହ୍ନ ୧୧ଟାରୁ ଏପରି ଘଟିଥିବା ବେଳେ ଦୀର୍ଘ ୪ ଘଣ୍ଟାର ପ୍ରଚେଷ୍ଟା ପରେ ଶେଷରେ ତାଙ୍କ ଗୋଡ଼ଟି ବାହାରିଥିବା ସୂଚନା ମିଳିଛି। ବାଳକଜଣକ ହେଉଛନ୍ତି ଗ୍ରାମର ସାରସ୍ବତ ନାଏକଙ୍କ ସାନ ପୁଅ ନିଳମଣି ନାଏକ(୭)। ସେ ନିଜର ଅନ୍ୟ ସାଙ୍ଗମାନଙ୍କ ସହ ମିଶି ପୂର୍ବାହ୍ନରେ ନାଳକୁ ଗାଧୋଇବାକୁ ଯାଇଥିବା ସମୟରେ କୌଣସି କାରଣରୁ ପିଲାଟି ପାଣି ସ୍ରୋତରେ ଭାସିଯାଇଥିଲେ। ପରେ ଏକ ପଥର ସନ୍ଧିରେ ତାଙ୍କ ଗୋଡଟି ରହିଯାଇଥିଲା। ଫଳରେ ପିଲାଟି ସେଠାରୁ ବାହାରିପାରି ନପାରି ଚିତ୍କାର କରି ଡାକିବାରୁ ପାଖରେ ଗାଧୋଉଥିବା ଲୋକ ଦୌଡି ପିଲାକୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ। ହେଲେ ବିଫଳ ହୋଇଥିଲେ। ପରେ ଚାରିଛକ ଦମକଳ ବାହିନୀକୁ ଖବର ଦିଆଯାଇଥିଲା। ଦମକଳବାହିନୀ କର୍ମଚାରୀ ପଥର ସନ୍ଧିରୁ ପିଲାକୁ କାଢିବାରେ ନାକେଦମ ହୋଇଥିବାବେଳେ ଦୀର୍ଘ ଚାରିଘଣ୍ଟା ଧରି ଓଡ୍ରାଫ ଓ ଗ୍ରାମବାସୀ ଜେସିବି ସାହାଯ୍ୟରେ ଉଦ୍ଧାର କାର୍ଯ୍ୟ ଜାରି ରଖିଥିଲେ ।

Share