ବାଲେଶ୍ୱର ଅଫିସ,୨୨ା୫: ବାଲେଶ୍ୱର ଜିଲା ମୁଖ୍ୟ ଚିକିତ୍ସାଳୟର ପ୍ରସ୍ଥାନ ମୁଖ୍ୟ ଗେଟ୍ରେ ଗୋରୁଗାଈଙ୍କ ପ୍ରବେଶ ରୋକିବା ଲାଗି ଲାଗିଥିବା ପାଇପ ଲାଇନ୍ ମଝିରେ ଜଣେ ୫ ବର୍ଷର ବାଳକ ଫଶି ରହିବା ଆଲୋଡ଼ନ ସୃଷ୍ଟି କରିଛି। ତାଙ୍କ ଗୋଡ଼ ପାଇପ୍ ଲାଇନ ମଝିରେ ପଶି ଯାଇଥିଲା। ସ୍ଥାନୀୟ ଲୋକେ ଗୋଡ଼ ବାହାର କରିବା ପାଇଁ ଚେଷ୍ଟା କରି ବିଫଳ ହୋଇଥିଲେ। ଖବରପାଇ ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚତ୍ କଟର ସାହାଯ୍ୟରେ ପାଇପ ଲାଇନ୍କୁ କାଟି ଗୋଡ଼ ବାହାର କରିଥିଲେ।