Categories: ଫୁରସତ

ସାତ ଫେରା ନେବାବେଳେ ବର-ବଧୂ ଟିଭିରେ ଦେଖିୁଥିଲେ ଏହି ମ୍ୟାଚ୍‌

ଭାରତରେ କ୍ରିକେଟ କ୍ରେଜ ବହୁତ ଅଧିକ। ଯଦି ଟିଭିରେ ମ୍ୟାଚ ଚାଲିଥାଏ, ତେବେ ଲୋକମାନେ ସବୁକିଛି ଛାଡି ଦେଖିବା ପାଇଁ ଛିଡା ହୁଅନ୍ତି । ଯଦି ଭାରତର କୌଣସି ମ୍ୟାଚ୍‌ ଚାଲେ ତେବେ ବିବାହରେ ଟିଭି ମଧ୍ୟ ଲଗାଯାଇଥାଏ, ଯାହାଫଳରେ ପୁରା ଅତିଥି ଆସିପାରିବେ। ଏଭଳି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ବିସିସିଆଇ ଏବଂ ଆଇପିଏଲର ମିଡିଆ ଏବଂ ଯୋଗାଯୋଗ ଦଳର ସଦସ୍ୟ ମୌଲିନ ପାରିକ ନିଜ ଟୁଇଟରରେ ଏହି ଅନନ୍ୟ ବିବାହର ଫଟୋ ଶେୟାର କରିଛନ୍ତି ଏବଂ କହିଛନ୍ତି ଯେ ବିବାହରେ କ୍ରିକେଟ୍‌ ମ୍ୟାଚ୍‌ ଦେଖିବା ପାଇଁ ବ୍ୟବସ୍ଥା ହେବା ଉଚିତ୍‌। ଚେନ୍ନାଇର ଏମ ଚିଦାମ୍ବରମ ଷ୍ଟାଡିୟମରେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ ଖେଳାଯାଉଛି। ଏଭଳି ପରିସ୍ଥିତିରେ ବର ଏବଂ କନ୍ୟାଙ୍କ ସମ୍ପର୍କୀୟ ଅତିଥିମାନଙ୍କୁ ଡାକିବା ପାଇଁ ବେଦି ନିକଟରେ ଏକ ଟିଭି ରଖିଥିଲେ ଯେଉଁଥିରେ ମ୍ୟାଚର ପ୍ରସାରଣ ହେଉଥିଲା। ଭାଇରାଲ ହେଉଥିବା ଭିଡିଓରେ ଏହା ଦେଖିବାକୁ ମିଳିଛି ଯେ ଅତିଥିମାନେ ଟିଭିରେ ମ୍ୟାଚ ଉପଭୋଗ କରୁଛନ୍ତି। ବର ଏବଂ କନ୍ୟା ମ୍ୟାଚ୍‌ ଦେଖି ୭ ଫେରା ନେଉଛନ୍ତି। ଫେବୃୟାରୀ ୮ରେ ପାରିକ ଏହି ଫଟୋ ସେୟାର କରିଥିଲେ, ଯାହା ଏପର୍ଯ୍ୟନ୍ତ ୩ ହଜାରରୁ ଅଧିକ ଲାଇକ ଏବଂ ଅନେକ ରିଟୁଇଟ ହୋଇଛି।

Share