Categories: ଫୁରସତ

ଦିଅରଙ୍କ ସହ ଷ୍ଟେଜ୍‌ରେ ଡ୍ୟାନ୍ସ କଲେ କନ୍ୟା, ବର ସାଜିଲେ ଦର୍ଶକ, ଭିଡିଓ ଉପରେ ଥରେ ପକାନ୍ତୁ ନଜର

ଜଣେ କନ୍ୟାଙ୍କ ଡ୍ୟାନ୍ସ ଭିଡିଓ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ସେ ତାଙ୍କ ଦିଅରଙ୍କ ସହ ଜବରଦସ୍ତ ଡ୍ୟାନ୍ସ କରୁଥିବା ଦେଖିବାକୁ ମିଳିଛି। ତାଙ୍କ ଡ୍ୟାନ୍ସ ଦେଖି ଷ୍ଟେଜ୍‌ରେ ଥିବା ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଏପରିକି ବର ମଧ୍ୟ ତାଙ୍କ ଡ୍ୟାନ୍ସକୁ ଚୁପ୍‌ଚାପ୍‌ ଠିଆ ହୋଇ ଦେଖୁଥିଲେ। ଦିଅର ଭାଉଜଙ୍କ ସହ ତାଳ ଦେଇ ଡ୍ୟାନ୍ସ କଲେ। ଏବେ ଦିଅର-ଭାଉଜଙ୍କ ଡ୍ୟାନ୍ସ ଦେଖିଲେ କାହାର ବି ପାଦ ଉଠିଯିବ।

 

@ChapraZila ନାମକ ଏକ ‘ଏକ୍ସ’ ପେଜ୍‌ରେ ଭିଡିଓଟି ଶେୟାର କରାଯାଇଛି। ଏଥିରେ କ୍ୟାପ୍‌ଶନ ଲେଖାଯାଇଛି, କନ୍ୟା ତାଙ୍କ ଦିଅରଙ୍କ ସହ ଷ୍ଟେଜ୍‌ରେ ଡ୍ୟାନ୍ସ କରୁଛନ୍ତି। ନଭେମ୍ବର ୨୪ରେ ଶେୟାର ହୋଇଥିବା ଏହି ଭିଡିଓକୁ ବର୍ତ୍ତମାନ ସୁଦ୍ଧା ୭୫ ହଜାରରୁ ଅଧିକ ଲୋକ ଦେଖିସାରିଲେଣି। ଏଥିସହିତ ବହୁ ସଂଖ୍ୟକ ଲୋକ ମଧ୍ୟ ଏହି ଭିଡିଓ ଉପରେ ମନ୍ତବ୍ୟ ଦେଇଛନ୍ତି।

ଭିଡିଓ ଆରମ୍ଭରେ ଦେଖାଯାଉଛି କନ୍ୟା ଏକ ଲାଲ ରଙ୍ଗର ଲେହେଙ୍ଗା ପିନ୍ଧିଛନ୍ତି। ଶେରଓ୍ବାନି ପିନ୍ଧିଥିବା ବର ତାଙ୍କଠାରୁ କିଛି ଦୂରରେ ଠିଆ ହୋଇଛନ୍ତି। ଅନ୍ୟ ଝିଅ ଏବଂ ପୁଅ ମଧ୍ୟ ଠିଆ ହୋଇଛନ୍ତି। ଏହି ସମୟରେ ଦିଅର ତାଙ୍କ ଭାଉଜଙ୍କ ସାମ୍ନାରେ ଠିଆ ହୋଇଥିଲେ। ଯେତେବେଳେ ଏକ ଭୋଜପୁରୀ ଗୀତ ବାଜିଲା, ସେହି ସମୟରେ କନ୍ୟା ତାଙ୍କ ଦିଅରଙ୍କ ସହ ଡ୍ୟାନ୍ସ କଲେ। ଭିଡିଓଗ୍ରାଫର ମଧ୍ୟ ତାଙ୍କର ଭିଡିଓ ତିଆରି କରୁଥିବା ଦେଖିବାକୁ ମିଳିଛି।

କନ୍ୟାଙ୍କ ଡ୍ୟାନ୍ସ ବହୁତ ଭଲ ଥିଲା। ତାଙ୍କର ପ୍ରତ୍ୟେକ ଡ୍ୟାନ୍ସ ଷ୍ଟେପ୍‌ ଅତ୍ୟନ୍ତ ପ୍ରଭାବଶାଳୀ ଥିଲା। ସେ ଖୁବ୍‌ ସୁନ୍ଦର ଡ୍ୟାନ୍ସ କରିଛନ୍ତି। ଡ୍ୟାନ୍ସ ଶେଷ ପରେ ସମସ୍ତ ଅତିଥି ଦିଅର ଏବଂ ଭାଉଜଙ୍କ ଡ୍ୟାନ୍ସକୁ ପ୍ରଶଂସା କରିଥିଲେ। ଏବେ ସୋସିଆଲ ମିଡିଆରେ ଦିଅର-ଭାଉଜଙ୍କ ଡ୍ୟାନ୍ସ ଭାଇରାଲ ହେବାରେ ଲାଗିଛି।

Share