Categories: ଫୁରସତ

ପଣ୍ଡିତ ମନ୍ତ୍ରପାଠ କରୁଥିବା ବେଳେ ବେଦୀ ଉପରେ ଶୋଇପଡ଼ିଲେ କନ୍ୟା, ଭିଡିଓ ଦେଖିଲେ…

ବିବାହ ହେଉଛି ପ୍ରତ୍ୟେକ ଝିଅ-ପୁଅଙ୍କ ପାଇଁ ଏକ ସ୍ବପ୍ନ। ପ୍ରତ୍ୟେକ ଯୁବତୀ ଯୁବକ ଉତ୍ସାହର ସହିତ ଜୀବନର ଏହି ବିଶେଷ ଦିନକୁ ଅପେକ୍ଷା କରି ରହିଥାନ୍ତି। ବିବାହ ରୀତିନୀତି ଅନେକ ଦିନ ପୂର୍ବରୁ ଆରମ୍ଭ ହୋଇଥାଏ, ତେଣୁ ବିବାହ ଦିନ ଆସିବା ପରେ କନ୍ୟା ଏବଂ ବର ଥକ୍କି ଯାଇଥାନ୍ତି। ଏବେ ସୋସିଆଲ ମିଡିଆରେ ଏକ ମଜାଳିଆ ଦୃଶ୍ୟ ଦେଖିବାକୁ ମିଳିଛି। ଯାହା କ୍ୟାମେରାରେ କଏଦ ହୋଇଛି।

mahesh_photography_vizag ନାମକ ଏକ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ଭିଡିଓଟି ଶେୟାର କରାଯାଇଛି। ଭିଡିଓରେ ବିବାହ ରୀତିନୀତି ଅନୁଷ୍ଠିତ ହେଉଥିବା ଦେଖିବାକୁ ମିଳିଛି। ପଣ୍ଡିତ ମନ୍ତ୍ର ପଢୁଥିବା ଏହି ସମୟରେ କନ୍ୟା ଆଖି ବୁଜି ବସୁବସୁ ଶୋଇପଡ଼ିଛନ୍ତି। ଏହି ସମୟରେ ତାଙ୍କ ପାଖରେ ବସିଥିବା ବର ତାଙ୍କୁ ଶୋଇଥିବାର ଦେଖି ଡାକୁଛନ୍ତି। କନ୍ୟା ଜଣକ ହଠାତ୍‌ ଉଠିପଡୁଛନ୍ତି। ଏହା ପରେ ସେ ଏମିତି ପ୍ରତିକ୍ରିୟା ଦେଲେ ଯେ, ଯିଏ ଦେଖୁଛି ସିଏ ହସୁଛି।

ୟୁଜରମାନେ ମଧ୍ୟ ଏହି ଭିଡିଓକୁ ବହୁତ ଉପଭୋଗ କରିଛନ୍ତି। ଜଣଙ୍କ ପରେ ଜଣେ ମଜାଳିଆ ବି କମେଣ୍ଟ ଦେଇଚାଲିଛନ୍ତି। ଜଣେ ୟୁଜର କହିଛନ୍ତି, ‘ମାଡାମ, ତୁମ ପାଇଁ ବିବାହ, ଶୋଇବା, ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କ’ଣ? ଅନ୍ୟ ଜଣେ ଲେଖିଛନ୍ତି- ‘ଦୁର୍ଭାଗ୍ୟବଶତଃ ସେ କ’ଣ କରିବେ, ଶୁଭ ମହୁରତ ରାତି ୨ରୁ ୩ଟା ଥିବ। ତେଣୁ ଏମିତି ହେବା ସ୍ବାଭାବିକ। ଅନ୍ୟ ଜଣେ ଲେଖିଛନ୍ତି, ସକାଳ ବିବାହ ଏହିପରି। ଭିଡିଓଟିକୁ ବର୍ତ୍ତମାନ ସୁଦ୍ଧା ୫ ଲକ୍ଷରୁ ଅଧିକ ଲାଇକ୍‌ ମିଳିଛି।

Share