ବିବାହ ରାତିରେ ଛାତରୁ ଡେଇଁ ପଳାଇଲେ କନ୍ୟା, କାରଣ ଜାଣିଲେ…

ଭୋପାଳ,୩୦ା୭: ମଧ୍ୟପ୍ରଦେଶର ଭିଣ୍ଡ୍‌ ଜିଲାରେ ଜଣେ କନ୍ୟା ବିବାହ ଦିନ ରାତିରେ ହିଁ ଛାତରୁ ଡେଇଁ ପଳାଇଥିଲେ। କାରଣ ବର ଜଣକ ବିବାହ କରିବା ପାଇଁ କନ୍ୟାଙ୍କୁ ୧ ଲକ୍ଷ ଟଙ୍କା ଦେବେ ବୋଲି କହିଥିଲେ। ମାତ୍ର ବର ୯୦ ହଜାର ଟଙ୍କା ଦେଇଥିଲେ। ଆଉ ୧୦ ହଜାର ଟଙ୍କା ପାଇଁ କନ୍ୟା ସେହି ବିବାହ ରାତିରେ ଘର ଲୋକ ଶୋଇପଡ଼ିବା ପରେ ଛାତରୁ ଡେଇଁ ପଳାଇଥିଲେ।

ସୂଚନାନୁଯାୟୀ, ଗୋରମି ଅଞ୍ଚଳରେ ରହୁଥିବା ଦିବ୍ୟାଙ୍ଗ ସୋନୁ ଜୈନଙ୍କ ବିବାହ ହେଉ ନ ଥିଲା। ଗ୍ବାଲିୟର ନିବାସୀ ଉଦଲ ଖଟିକ ସୋନୁଙ୍କୁ କହିଥିଲେ ସେ ତାଙ୍କ ବିବାହ କରାଇଦେବେ। କିନ୍ତୁ ଏହା ବଦଳରେ ସେ ୧ ଲକ୍ଷ ଟଙ୍କା ନେବେ। ସୋନୁ ୯୦ ହଜାର ଟଙ୍କା ଦେବେ ବୋଲି କହିଥିଲେ।

ମଙ୍ଗଳବାର ଉଦଲ, ଅନିତା ରତ୍ନାକର ନାମକ ଜଣେ ମହିଳାଙ୍କୁ ନେଇ ସୋନୁଙ୍କ ଘରେ ପହଞ୍ଚତ୍ଥିଲେ। ଅନିତାଙ୍କ ସହିତ ଅରୁଣ ଖଟିକ ଏବଂ ଜିତେନ୍ଦ୍ର ରତ୍ନାକରଙ୍କୁ ନେଇ ଉଦଲ ଗୋରମିରେ ପହଞ୍ଚିଥିଲେ। ଆଉ ଜଣେ ବ୍ୟକ୍ତି ମଧ୍ୟ ଉଦଲଙ୍କ ସହ ଥିଲେ। ସେଠାରେ ସୋନୁ ଏବଂ ଅନିତାଙ୍କ ବିବାହ ହୋଇଥିଲା। ସୋନୁଙ୍କ ପରିବାର ଲୋକେ ବରକନ୍ୟାଙ୍କୁ ଆଶୀର୍ବାଦ କରିଥିଲେ। ପରେ ସମସ୍ତେ ଶୋଇବାକୁ ଚାଲି ଯାଇଥିଲେ। ଅନିତାଙ୍କ ସହିତ ଜିତେନ୍ଦ୍ର ଯିଏକି ଅନିତାଙ୍କ ନିଜ ଭାଇ ବୋଲି କହିଥିଲେ। ଅରୁଣ ଏବଂ ଜିତେନ୍ଦ୍ର ବାହାରେ ଶୋଇବାକୁ ଚାଲିଗଲେ। ସେହି ରାତିରେ ଅନିତା ନିଜ ଦେହ ଖରାପ ଥିବା କହି ଛାତ ଉପରକୁ ଚାଲିଗଲେ। ଅଧ ରାତିରେ ଘର ଲୋକଙ୍କ ନିଦ ଭାଙ୍ଗିବାରୁ ବୋହୂ ଘରେ ନ ଥିବା ଜାଣିବାକୁ ପାଇଥିଲେ। ଏନେଇ ପୋଲିସକୁ ଖବର ଦେଇଥିଲେ। ପୋଲିସ ଅନିତାଙ୍କୁ ପିଛା କରି ଧରିଥିଲା।

Share