ସାଧାରଣତଃ ବରଯାତ୍ରୀଙ୍କ ସହ ବର କନ୍ୟା ଘରକୁ ଯିବାର ବିଧି ରହିଛି। ମାତ୍ର ଜଣେ କନ୍ୟା ଘୋଡ଼ା ଚଢ଼ି ବରଯାତ୍ରୀଙ୍କୁ ସାଥୀରେ ଧରି ବରଘରେ ପହଞ୍ଚିବା ନିଶ୍ଚିତ ରୂପେ ବିରଳ ଘଟଣା। ଏପରି ଦୃଶ୍ୟ ଦେଖିବାକୁ ମିଳିଛି ମଧ୍ୟପ୍ରଦେଶର ସତନା ସହରରେ। ବଲେଚା ପରିବାରର ଓକିଲାତି କରୁଥିବା ଝିଅ ଘୋଡ଼ା ଚଢ଼ି ବର ଘର ଅଭିମୁଖେ ବାହାରିଥିଲେ। ବରଯାତ୍ରୀଙ୍କ ସହ ଧୂମ୍ଧାମରେ ରୋଷଣୀ କରି ବରଘରେ ପହଞ୍ଚିଛନ୍ତି।
ଝିଅର ଇଚ୍ଛାକୁ ପୂରଣ ପାଇଁ ପରିବାର ଲୋକେ ଏପରି କରିଥିଲେ। ଏମିତି ଘୋଡ଼ା ଚଢ଼ି ଯିବାର ଉଦ୍ଦେଶ୍ୟ ହେଲା ସମାଜକୁ ବାର୍ତ୍ତା ଦେବା। କାରଣ କୌଣସି ଝିଅ କାହା ଉପରେ ବୋଝ ନୁହନ୍ତି। ପୁଅ ଏବଂ ଝିଅ ମଧ୍ୟରେ କୌଣସି ଫରକ ନାହିଁ। ସମାଜରେ ପୁଅର ଯେତିକି ଅଧିକାର ଝିଅର ମଧ୍ୟ ସେତିକି ଅଧିକାର।
କନ୍ୟା ଦୀପା ବଲେଚା କୁହନ୍ତି, ମୁଁ କେବେ ଭାବି ନ ଥିଲି କି ଘୋଡ଼ାଗାଡ଼ିରେ ବସିବି। ଯେତେବେଳେ ଦେଖିଲି ଲୋକମାନେ ଏମିତି କିଛି ଯୋଜନା କରୁଛନ୍ତି ମୋତେ ଏହା ଖୁବ୍ ଭଲ ଲାଗିଥିଲା। ପୁଅମାନଙ୍କ ସହ ଝିଅମାନେ ମଧ୍ୟ ସମାନ ହେବା ଉଚିତ୍। ମୁଁ ଚାହୁଁଥିଲି ପୁଅମାନଙ୍କୁ ଯେତିକି ସ୍ନେହ ପ୍ରେମ ମିଳୁଛି ଝିଅମାନଙ୍କୁ ମଧ୍ୟ ମିଳୁ।
ଦୀପାଙ୍କ ମା କୁହନ୍ତି, ମୁଁ ପୁଅ ଝିଅଙ୍କ ମଧ୍ୟରେ କେବେ ବି ଫରକ ଦେଖେ ନାହିଁ। ଯେମିତି ପୁଅର ବରଯାତ୍ରୀ ବାହାରନ୍ତି ଝିଅର ମଧ୍ୟ ଠିକ୍ ସେମିତି ବରଯାତ୍ରୀ ବାହାରିଥିଲେ। ୨୫ ବର୍ଷ ପରେ ଆମ ଘରେ ଝିଅର ବାହାଘର ହେଉଛି ତେଣୁ ସମସ୍ତେ ବହୁତ ଖୁସି ଅଛୁ।