Categories: ଜାତୀୟ

ବିବାହ ବେଦୀରେ ବସିଥିଲେ ସିଆର୍‌ପିଏଫ୍‌ ଯବାନ, ପହଞ୍ଚିଲେ ପ୍ରେମିକା: ଆଉ ତା’ପରେ…

କାନପୁର,୨।୭: ସିଆର୍‌ପିଏଫ୍‌ ଯବାନ ନିଜ ପ୍ରେମିକାଙ୍କୁ ଧୋକା ଦେବା ମହଙ୍ଗା ପଡିଛି। ପ୍ରେମିକାଙ୍କୁ ଛାଡି ଅନ୍ୟ ଜଣେ ଯୁବତୀଙ୍କୁ ବିବାହ କରି ଫଶିଯାଇଛନ୍ତି ଯବାନ। ଫଳରେ ତାଙ୍କୁ ଜେଲ୍‌ ଯିବାକୁ ପଡିଛି। ଉତ୍ତର ପ୍ରଦେଶର କାନପୁର ସହରରେ ଘଟିଛି ଏଭଳି ଘଟଣା। ମଙ୍ଗଳପୁର ପୋଲିସ ଷ୍ଟେଶନ ଅଞ୍ଚଳର କେ ଲାଲଜୀ ପୁରୱା ଗ୍ରାମରେ ରହୁଥିବା ମାନବେନ୍ଦ୍ର ସିଂ ଯାଦବ ସିଆର୍‌ପିଏଫ୍‌ର ଜଣେ କନଷ୍ଟେବଳ ଏବଂ ଜାମ୍ମୁ କାଶ୍ମୀରରେ ପୋଷ୍ଟିଂ ଅଛନ୍ତି। ମାନଭେନ୍ଦ୍ର ସିଂ ୨୦୧୫ରେ କାନପୁରର ଶିବରାଜପୁରରେ ରହୁଥିବା ଜଣେ ଯୁବତୀ ସହିତ ଫେସବୁକ ମାଧ୍ୟମରେ ବନ୍ଧୁତା କରିଥିଲେ। ଏହା ପରେ ସେ ମୋବାଇଲରେ ଯୁବତୀଙ୍କ ସହ କଥା ହେବା ଆରମ୍ଭ କରି ତାଙ୍କୁ ସାକ୍ଷାତ ମଧ୍ୟ କରିଥିଲେ। କିନ୍ତୁ ଛାଡି ମାନବେନ୍ଦ୍ର ଅନ୍ୟ ଜଣେ ଯୁବତୀଙ୍କୁ ବିବାହ କରିବାକୁ ଯାଉଥିଲେ। ଏତିକିବେେଳେ ଉକ୍ତ ଯୁବତୀ ବିବାହ ସ୍ଥାନରେ ପୋଲିସ ସହ ପହଞ୍ଚିଥିଲେ। ଏହା ପରେ ହାଇଭୋଲଟେଜ ଡ୍ରାମା ଅନେକ ଘଣ୍ଟା ଧରି ଚାଲିଥିଲା। ଗର୍ଲଫ୍ରେଣ୍ଡ ଅଭିଯୋଗ କରିଛନ୍ତି ଯେ ବିବାହର ବାହାନା କରି ମାନଭେନ୍ଦ୍ର ତାଙ୍କୁ ୨୦୧୬ ମସିହାରୁ ଶାରୀରିକ ନିର୍ଯାତନା ଦେଉଥିଲେ। ସେ ତାଙ୍କୁ ଆର୍ଯ୍ୟ ସମାଜରେ ବିବାହ କରିଥିଲେ ଏବଂ ଗର୍ଭବତୀ ଥିବାବେଳେ ତାଙ୍କୁ ବଟିକା ଦେଇ ଗର୍ଭପାତ କରିଥିଲେ। ପ୍ରଥମ ପତ୍ନୀ ଥିବାବେଳେ ଜଣେ କିପରି ଦ୍ୱିତୀୟରେ ବିବାହ କରିପାରିବ ବୋଲି ସେ ପ୍ରଶ୍ନ କରିଥିଲେ। ପୋଲିସ ବରକୁ ଧରି ପୋଲିସ ଷ୍ଟେଶନ ନେଇଯାଇଛି।

Share