Categories: ଜାତୀୟ

ବଧୂ ବେଶରେ ସଜେଇ ହୋଇଥିବା ପ୍ରେମିକାଙ୍କୁ ଭେଟିବାକୁ ଯାଇଥିଲେ ପ୍ରେମିକ, ଆଉ ତା’ପରେ

ଲକ୍ଷ୍ନୌ,୨୫।୧୨: ଉତ୍ତର ପ୍ରଦେଶର ଦଓ୍ବେରିଆରେ ଏକ ଅଭାବନୀୟ ଘଟଣା ଘଟିଛି। ବଧୂ ବେଶରେ ସଜେଇ ହୋଇଥିବା ପ୍ରେମିକାଙ୍କୁ ଭେଟିବାକୁ ଯାଇଥିଲେ ପ୍ରେମିକଙ୍କୁ ମହଙ୍ଗା ପଡିଛି। ପ୍ରେମିକାଙ୍କ ଶାଶୁଘର ଲୋକେ ତାଙ୍କୁ ପିଟିପଟି ହତ୍ୟା କରିଛନ୍ତି। ବନକଟା ପୋଲିସ ୭ ଲୋକଙ୍କ ବିରୋଧରେ ମାମଲା ରୁଜୁ କରିଛି। ସୂଚନାଯୋଗ୍ୟ, ବିହାରରେ ସିଓ୍ବାନ ଜିଲାର ଦରୌଲି ଥାନାର ମଠିୟା ଗ୍ରାମରେ ରହୁଥିବା କାଜଲ ପଙ୍କଜଙ୍କୁ ଦୀର୍ଘ ବର୍ଷ ହେବ ପ୍ରେମ କରୁଥିଲେ। ଦୁହେଁ ବିବାହ ମଧ୍ୟ କରିବାକୁ ଚାହୁଁଥିଲେ। କିନ୍ତୁ ଯୁବତୀଙ୍କ ଘର ଲୋକେ ଡିସେମ୍ବର ୮ରେ ତାଙ୍କ ବିବାହ ଅନ୍ୟତ୍ର କରାଇ ଦେଇଥିଲେ। ଏହାପରେ ପ୍ରେମିକା ପଙ୍କଜଙ୍କୁ ଭେଟିବାକୁ ଦଓ୍ବେରିଆ ଡାକିଥିଲେ। ପଙ୍କଜ ନିଜ ସାଥୀଙ୍କ ସହ ମିଶି ପ୍ରେମିକାଙ୍କ ଘରକୁ ଯାଇଥିଲେ। ପରେ କାଜଲ ନିଜ ପ୍ରେମିକଙ୍କ ସହ ପଳାଇବାକୁ ଇଚ୍ଛୁକ ଥିଲେ। ଏହା ଜାଣିବା ପରେ କାଜଲଙ୍କ ସ୍ବାମୀ ଏବଂ ଶ୍ୱଶୁର ବିରୋଧ କରି ପଙ୍କଜଙ୍କୁ ମାରପିଟ୍‌ କରିଥିଲେ। ଏହି ସମୟରେ ଗାଁ ଲୋକେ ଏକତ୍ର ହୋଇ ପଙ୍କଜଙ୍କୁ ପିଟିଥିଲେ। ପୋଲିସ ସୂଚନା ପାଇ ଘଟଣାସ୍ଥଳରେ ପହଞ୍ଚି ପଙ୍କଜଙ୍କୁ ଉଦ୍ଧାର କରି ହସ୍ପିଟାଲା ନେଇଥିଲା। ବାଟରେ ତାଙ୍କର ମୃତ୍ୟୁ ଘଟିଥିଲା। ପୋଲିସ ଏନେଇ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

Share