ଭୁଶୁଡ଼ିଲା ବ୍ରିଜ୍‌ ସେଣ୍ଟ୍ରିଂ, ଚାଲିଗଲା ଶ୍ରମିକଙ୍କ ଜୀବନ

ମାଲକାନଗିରି,୨୧ା୭(ଡି.ଏନ୍‌.ଏ.): ମାଲକାନଗିରି ଜିଲା ଖଇରପୁଟ ବ୍ଲକ ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଏକ ବ୍ରିଜ୍‌ର ସେଣ୍ଟ୍ରିଂ କାମ ଚାଲିଥିବା ବେଳେ ଏହା ଭୁଶୁଡ଼ି ପଡ଼ିବାରୁ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ମୃତକ ଶ୍ରମିକ ଜଣଙ୍କ ହେଲେ ଦେବ ଶିଶା।

ଖଇରପୁଟ ବ୍ଲକର ଗୋବିନ୍ଦପାଲୀଠାରୁ ବଡ଼ଡୁରାଲ ପର୍ଯ୍ୟନ୍ତ ରାସ୍ତା ମଝିରେ ଏକ ବ୍ରିଜ ନିର୍ମାଣ ହେଉଥିଲା। ଗୁରୁବାର ସକାଳେ କିଛି ଶ୍ରମିକ ସେଠାରେ କାମ କରୁଥିଲେ। କାମ ଚାଲିଥିବା ବେଳେ ହଠାତ୍‌ ବ୍ରିଜର ସେଣ୍ଟ୍ରିଂ ଭୁଶଡ଼ି ପଡ଼ିଥିଲା। ଫଳରେ ଦେବ ସେଣ୍ଟ୍ରିଂ ତଳେ ଚାପି ହୋଇ ରହି ଯାଇଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଗୋବିନ୍ଦପାଲୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ଜୟପୁର ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ତେବେ ଡାକ୍ତର ସେଠାରେ ଦେବଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଡିଜିପି ସମ୍ମିଳନୀ: ଲୋକସଭା ଭବନରେ ପହଞ୍ଚିଲେ ମୋଦି, ଶାହା

ଭୁବନେଶ୍ୱର,୩୦।୧୧: ପୋଲିସ ମହାନିର୍ଦ୍ଦେଶକ / ମହାନିରୀକ୍ଷକମାନଙ୍କ ସର୍ବଭାରତୀୟ ସମ୍ମିଳନୀରେ ଯୋଗଦେବା ପାଇଁ ଶନିବାର ରାଜଭବନରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଅମିତ୍‌ ଶାହା, ଜାତୀୟ ସୁରକ୍ଷା ପରାମର୍ଶଦାତା...

‘ପେଙ୍ଗଲ’ ପ୍ରଭାବରେ ବର୍ଷା, ଫସଲ ନଷ୍ଟ

ପୁରୁଷୋତ୍ତମପୁର,୩୦ା୧୧(ସିମାଞ୍ଚଳ ମିଶ୍ର):ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ଘନୀଭୁତ ହୋଇ ଶୁକ୍ରବାର ମଧ୍ୟରାତି ଶନିବାର ଭୋର ବାତ୍ୟାର ରୂପ ନେଇ କାକାଇକାଲ ଓ ମହାବଳିପୁରମ...

ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର: ୩୦୬ପଞ୍ଜିକୃତ, ୧୫୮ ଜଣଙ୍କୁ ପ୍ରମାଣ ପତ୍ର ବଣ୍ଟନ

ଦାରିଙ୍ଗବାଡ଼ି/ବ୍ରାହ୍ମଣୀଗାଁ,୨୯ା୧୧(ଅରୁଣ ସାହୁ/ମନୋରଞ୍ଜନ ରଣା):କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସର ମଧ୍ୟରେ ଶୁକ୍ରବାର ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ...

ସଜେଇ ହେଉଛି ହିଲ୍‌ଭିୟୁ ପାର୍କ: ବଦଳିଲା ଫାଟକର ରଙ୍ଗ

ଦାରିଙ୍ଗବାଡ଼ି,୨୯ା୧୧(ଅରୁଣ ସାହୁ):ଦାରିଙ୍ଗବାଡ଼ି ବ୍ଲକର ଅନେକ ପର୍ଯ୍ୟଟନକ୍ଷେତ୍ର ରହିଛି ତା ମଧ୍ୟରେ ପ୍ରମୁଖ ପର୍ଯ୍ୟଟନ କ୍ଷେତ୍ର ହିଲ୍‌ଭିୟୁ ପାର୍କ ଏବେ ସଜେଇ ହେଉଛି। ଜାତୀୟ ରାଜପଥ ଠାରୁ...

ଗୁରୁମନ୍ତ୍ର ଦେଉ ଦେଉ ବିଳମ୍ବ କରିଦେଲେ ମୋଦି: ୨ ଘଣ୍ଟାର କାର୍ଯ୍ୟସୂଚୀ ଥିଲା, ସାଢେ ୩ ଘଣ୍ଟା ରହିଲେ

ଭୁବନେଶ୍ୱର, ୩୦ା୧୧(ସୁନିତ୍‌ ମିଶ୍ର):୩ ଦିନିଆ ଓଡ଼ିଶା ଗସ୍ତରେ ଆସିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ସକାଳ ୮ଟାରେ ଭୁବନେଶ୍ୱରସ୍ଥିତ ଲୋକସେବା ଭବନର କନ୍‌ଭେନଶନ୍‌ ସେଣ୍ଟରଠାରେ ଅନୁଷ୍ଠିତ...

ନନ୍ଦନକାନନ ଆସିଲେ ୫ ଲକ୍ଷ୍ମୀପେଚା

ତ୍ରିଶୂଳିଆ,୩୦ା୧୧(ତୁଷାରକାନ୍ତ ବେହେରା):ସିଟି ଫରେଷ୍ଟ ଡିଭିଜନର ନନ୍ଦନକାନନ ଥାନା ଅଧୀନ ରଘୁନାଥପୁର ଅଞ୍ଚଳରୁ ଉଦ୍ଧାର ହୋଇଥିବା ୫ ଲକ୍ଷ୍ମୀପେଚାଙ୍କୁ ବନ ବିଭାଗ ଶୁକ୍ରବାର ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ...

ମାଡ଼ିଆସୁଛି ବାତ୍ୟା ‘ପେଙ୍ଗାଲ’: ଆଜି ୧୭ ଜିଲାରେ ବର୍ଷିବ

ଭୁବନେଶ୍ୱର,୩୦ା୧୧(ଅନୁରାଧା ମହାରଣା):ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ଘନୀଭୂତ ହେଉଥିବାବେଳେ କ୍ରମଶଃ ବାତ୍ୟାର ରୂପ ନେବାକୁ ଯାଉଛି। ବାତ୍ୟାର ନାଁ ‘ଫେଙ୍ଗାଲ’ ରଖାଯାଇଥିବାବେଳେ...

୯ ବର୍ଷର ନାବାଳିକାଙ୍କୁ ବଳାତ୍କାର କଲେ ଜେଜେବାପା: ବାନ୍ଧିଲା ପୋଲିସ

ପଟ୍ଟାମୁଣ୍ଡାଇ,୩୦ା୧୧(କଳ୍ପତରୁ ନାୟକ):କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଅଧୀନ ଏକ ଗ୍ରାମରେ ଜଣେ ୯ ବର୍ଷର ନାବାଳିକାଙ୍କୁ ଜଣେ ବୃଦ୍ଧ ବଳାତ୍କାର କରିଥିବା ଅଭିଯୋଗ ହୋଇଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri