୩୬ କୋଟି ଟଙ୍କା ବ୍ୟୟରେ କଣ୍ଠିଆନାଳ ସେତୁ ନିର୍ମାଣ ହେବ

ପଟ୍ଟାମୁଣ୍ଡାଇ,୩ା୧୧ (କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ ସିଂହଗାଁ  ପଞ୍ଚାୟତ କଣ୍ଠିଆନାଳ ସେତୁ ନିର୍ମାଣ କାର୍ଯ୍ୟ ୧୭ବର୍ଷ ତଳେ ଅରମ୍ଭ ହୋଇ ୨ଟି ପିଲର ଅଧା ଉଠି ଏ ପର୍ଯ୍ୟନ୍ତ ବନ୍ଦ ହୋଇ ପଡିରହିଛି। ଯାହାକୁ ନେଇ ୩ ରାଜସ୍ବ ଗାଁର ଅଧିବାସୀ ମୌଳିକ ସୁବିଧାରୁ ବଞ୍ଚତ୍ତ ହେଉଛନ୍ତି। ବିପଦପୂର୍ଣ୍ଣ ଭାବେ ଡଙ୍ଗା ଦ୍ୱାରା ନାଳ ପାର ହେବାକୁ ପଡୁଛି। କଣ୍ଠିଆ ନାଳ ଉପରେ ସେତୁ ନିର୍ମାଣ କାର୍ଯ୍ୟ ତ୍ୱରିତ ଆରମ୍ଭ କରିବା ପାଇଁ ଗ୍ରାମବାସୀ ଓ ବିଭିନ୍ନ ସଙ୍ଗଠନ ଦାବି ଆନ୍ଦୋଳନ ଜାରି ରଖି ଆସୁଥିଲେ। ଏ ନେଇ ରାଜ୍ୟ ସରକାର ଗ୍ରାମ୍ୟ ଉନ୍ନୟନ ବିଭାଗ ବ୍ୟୟ ଅଟକଳକୁ ମଞ୍ଜର ଦେଇ ଜାତୀୟ ଜଳପଥ-୫ ଅଧୀନରେ ଥିବା କଣ୍ଠିଆ ନାଳର କୃଷ୍ଣଦାସପୁର ସିଂହଗାଁ  ସେତୁ ପାଇଁ ବିଜୁ ସେତୁ ଯୋଜନାରେ ମୋଟ ୩୬,୯୧,୩୬,୦୦୦ ଟଙ୍କା ବ୍ୟୟ ବରାଦ ହୋଇ ବିରଜା କନଷ୍ଟ୍ରକଶନ କମ୍ପାନୀ ସହ ଏଗ୍ରିମେଣ୍ଟ ସରିଛି ବୋଲି ସହକାରୀ ଯନ୍ତ୍ରୀ ବିନୋଦ କୁମାର ଦାଶ ସୂଚନା ଦେଇଛନ୍ତି।
ଏ ସମ୍ପର୍କରେ ସିଂହଗାଁର ପୂର୍ଣ୍ଣଚନ୍ଦ୍ର ନାୟକ କହିଛନ୍ତି, ଏହି କଣ୍ଠିଆ ନାଳ ସେତୁ ନିର୍ମାଣ ହେଲେ ସିଂହଗାଁ  ପଞ୍ଚାୟତର ସିଂହଗାଁ , ନୂଆପାଟଣା, ସାନରାଉଳିଆ ଓ ବଡରାଉଳିଆ ଗାଁଗୁଡିକୁ ସବୁଦିନିଆ ଗମନାଗମନ ସୁବିଧା ସମ୍ଭବ ହେବ। ଏହାଦ୍ୱାରା ଆଳି ବ୍ଲକର ଏରଡଙ୍ଗ ଓ ପାଳିମି ପଞ୍ଚାୟତର ଦୂରତା କେନ୍ଦ୍ରାପଡ଼ାଠାରୁ ୨୫କି.ମି. କମିବ। ସହରଠାରୁ ସିଂହଗାଁ  ମାତ୍ର ୨୬ କି.ମି. ଦୂର। ଏଠାରେ ପ୍ରସୂତିଙ୍କ ପାଇଁ ୧୦୨ ଆମ୍ବୁଲାନ୍ସ ସେବା ଏବେ ବି ଅପହଞ୍ଚ। ଗର୍ଭବତୀ ଭାର ସାହାଯ୍ୟରେ ୧୦ କି.ମି. ଦୂର ଅଣ୍ଢରା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଅଥବା ୨୨ କି.ମି. ଦୂର ଆଳି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଯାଉଛନ୍ତି। ସିଂହଗାଁ, ରାଉଳିଆଡ଼ିଆ ଓ କୃଷ୍ଣଦାସପୁର ରାଜସ୍ବ ଗ୍ରାମରେ ଅଗ୍ନିକାଣ୍ଡ ଘଟିଲେ ଦମକଳ ପହଞ୍ଚତ୍ ପାରୁନାହିଁ। କେବଳ ଏତିକି ନୁହେଁ, ଏହି ୩ ରାଜସ୍ବ ଗ୍ରାମର ଛାତ୍ରୀଛାତ୍ର ନିକଟସ୍ଥ ବ୍ରାହ୍ମଣୀ କଲେଜକୁ ଯିବାକୁ କଣ୍ଠିଆ ନାଳ ବାଧା ସୃଷ୍ଟି କରୁଛି। ବର୍ଷକ ମଧ୍ୟରେ ପ୍ରାୟ ୮ ମାସ ଧୋୟାଞ୍ଚଳରେ ଥିବା ଏହି ୩ ରାଜସ୍ବ ଗ୍ରାମର ଅଧିବାସୀ ମୌଳିକ ସୁବିଧାରୁ ବଞ୍ଚତ୍ତ ହେଉଛନ୍ତି। ସାମାଜିକ କର୍ମୀ ନରେନ୍ଦ୍ର ଧଳ କହିଛନ୍ତି, କଣ୍ଠିଆ ନାଳ ସେତୁ ନିର୍ମାଣ ଜାତୀୟ ଜଳପଥ ୫ ବାଧକ ସାଜିଥିବା ବେଳେ ଏବେ ଜଳପଥ-୫ ଅଧୀନରେ ଏହି ସେତୁ କାମ ଆରମ୍ଭ ହେବ ବୋଲି ଶୁଣା ଯାଉଛି। ଏହି କଣ୍ଠିଆ ନାଳ ଉପରେ ରାଜ୍ୟ ସରକାରଙ୍କ ପକ୍ଷରୁ ୨୦୦୮ରେ ସେତୁ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା। ଭାରତୀୟ ଅନ୍ତର୍ଦ୍ଦେଶୀୟ ଜଳପଥ ପ୍ରାଧିକରଣ ଅଧୀନରେ ଥିବା ୬୨୩ କି.ମି. ଲମ୍ବର ୫ ନଂ. ଜାତୀୟ ଜଳପଥ ପ୍ରକଳ୍ପକୁ ମଞ୍ଜୁରି ମିଳିଥିଲା। ଏଥିମଧ୍ୟରୁ ପଶ୍ଚିମବଙ୍ଗରେ ୯୧ କି.ମି. ଥିବା ବେଳେ ଓଡ଼ିଶାରେ ଅବଶିଷ୍ଟ ୫୩୨ କି.ମି. ରହିଛି। ଏହି ଜଳପଥ ପ୍ରକଳ୍ପ କେତେକ କାରଣରୁ ନିର୍ମାଣ ବନ୍ଦ ହୋଇଥିବା ବେଳେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସମନ୍ବୟ ଅଭାବରୁ ଏହାର ଅଗ୍ରଗତି ହୋଇପାରୁନାହିଁ। ଏହି ଜଳପଥ ମଧ୍ୟରେ ସିଂହଗାଁ  କଣ୍ଠିଆ ନାଳ ଅନ୍ତର୍ଭୁକ୍ତ ହୋଇଛି। ତେବେ ଏହି ସେତୁ ନିର୍ମାଣ ସମୟରେ ଜାତୀୟ ଜଳପଥ ଅନ୍ତର୍ଭୁକ୍ତ ହେବାରୁ ତାହା ବନ୍ଦ ହୋଇରହିଥିଲା। ସିଂହଗାଁର ପୂର୍ବତନ ସରପଞ୍ଚ ନିର୍ମଳ ଚନ୍ଦ୍ର ଜେନା କହିଛନ୍ତି, ଏହି ସେତୁ ନିର୍ମାଣ ପରେ ୩ ରାଜସ୍ବ ଗ୍ରାମର ୫ ହଜାରରୁ ଅଧିକ ଅଧିବାସୀଙ୍କ ସମସ୍ୟା ସମାଧାନ ହେବ। ୨୦୦୮ରେ ସେତୁ ନିର୍ମାଣ ପାଇଁ କେତେକ ଜମି ସମସ୍ୟା ଦେଖାଦେଇଥିଲା। ୨୦୧୨ରେ ସରପଞ୍ଚ ଦାୟିତ୍ୱ ନେବା ପରେ ସ୍ଥାନୀୟ ଲୋକଙ୍କ ସହ ବୁଝାମଣା କରି ଜମି ଅଧିଗ୍ରହଣ ସମସ୍ୟାର ସମାଧାନ କରିଥିଲି। ପରେ ସେତୁ ନିର୍ମାଣ ବିଳମ୍ବକୁ ବରଦାସ୍ତ କରା ନ ଯାଇ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବାରମ୍ବାର ଆନ୍ଦୋଳନ ମଧ୍ୟ କରିଛୁ। ଯାହା ହେଉ ସେତୁ ନିର୍ମାଣ ପାଇଁ ଏଗ୍ରିମେଣ୍ଟ ହୋଇଥିବାରୁ ଅଞ୍ଚଳବାସୀଙ୍କ ମଧ୍ୟରେ ଖୁସିର ଲହରି ଖେଳିଯାଇଛି। ପୂର୍ବତନ ସରପଞ୍ଚ ଜୟନ୍ତୀ ଦାସ କହିଛନ୍ତି, ସିହଗାଁ  ସେତୁ ନିର୍ମାଣ ହେଲେ ପଞ୍ଚାୟତର ଉନ୍ନୟନ କାର୍ଯ୍ୟରେ ବାଧା ହେବ ନାହିଁ। ଆବାସ ଯୋଜନାଠାରୁ ଆରମ୍ଭ କରି ଶିକ୍ଷା, ସ୍ବାସ୍ଥ୍ୟ, ବିଦ୍ୟୁତ୍‌, ପାନୀୟ ଜଳ ଆଦି ମୌଳିକ ସୁବିଧା ଲୋକଙ୍କ ପାଖରେ ତ୍ୱରିତ ପହଞ୍ଚତ୍ ପାରିବ। ଏ ସମ୍ପର୍କରେ ସହନିର୍ବାହୀଯନ୍ତ୍ରୀ ବିନୋଦ ଦାଶଙ୍କୁ ପଚାରିବାରେ ଗ୍ରାମ ଉନ୍ନୟନ ବିଭାଗ ବ୍ୟୟ ଅଟକଳ କରାଯାଇ ପ୍ରାୟ ୩୬ କୋଟି ଟଙ୍କା ବ୍ୟୟ ବରାଦ ହୋଇ ବିରଜା କନଷ୍ଟ୍ରକଶନ କମ୍ପାନୀ ସହିତ ୨୮ା୭ା୨୦୨୩ରେ ଏଗ୍ରିମେଣ୍ଟ ସରିଛି। ଏହାରି ଭିତରେ କାମ ଆରମ୍ଭ ହୋଇ ୨୭ା୭ା୨୦୨୫ ସୁଦ୍ଧା କାମ ସାରିବାକୁ ଅବଧି ଦିଆଯାଇଛି। ଜାତୀୟ ଜଳପଥ-୫ ଅଧୀନରେ କଣ୍ଠିଆ ନାଳର କୃଷ୍ଣଦାସପୁର ସିଂହଗାଁ ବିଜୁ ସେତୁ ଯୋଜନାରେ କାର୍ଯ୍ୟ କାରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପଶ୍ଚିମବଙ୍ଗରେ ରାଷ୍ଟ୍ରପତି ଶାସନ ଲାଗୁ ଦାବି

ଭଞ୍ଜନଗର,୨୨।୪(ବାବୁଲା ପ୍ରଧାନ): ବିଶ୍ବହିନ୍ଦୁ ପରିଷଦ ଓଡ଼ିଶା ପ୍ରଦେଶର ଆହ୍ବାନକ୍ରମେ ବିଶ୍ବହିନ୍ଦୁ ପରିଷଦ ଭଞ୍ଜନଗର ଶାଖା ପକ୍ଷରୁ ମଙ୍ଗଳବାର ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଭଞ୍ଜନଗର ଉପଜିଲାପାଳ...

ହାତ ଗୋଡ଼ ବନ୍ଧା ଅବସ୍ଥାରେ ପୋଖରୀରୁ ମିଳିଲା ବୃଦ୍ଧାଙ୍କ ମୃତଦେହ, ହତ୍ୟା ସନ୍ଦେହ

ନୂଆପଡ଼ା/କୋମନା,୨୨ା୪ (ମକାରୁ ବେମାଲ/ସୋବିନ ଛତ୍ରିଆ): ନୂଆପଡ଼ା ଜିଲା କୋମନା ଥାନା ଟିକ୍ରାପଡ଼ା ଗାଁ ବଡ଼ବନ୍ଧ ପୋଖରୀରୁ ମଙ୍ଗଳବାର ପୋଲିସ ଜଣେ ବୃଦ୍ଧାଙ୍କ ଗଳିତ ମୃତଦେହ ଜବତ...

ଛାଉଣୀ ନଥିବାରୁ ପ୍ରତିବାଦ: ପେଟ୍ରୋଲ ପମ୍ପକୁ ବନ୍ଦ କଲା ନାଗରିକ ମଞ୍ଚ

ବରଗଡ଼, ୨୨।୪(ପ୍ରେମାନନ୍ଦ ଖମାରୀ) : ବରଗଡ଼ ଜିଲାରେ ତାତି ବଢି ଚାଲିଛି। ଏଥିରେ ଜୀବନ ଅସ୍ତବ୍ୟସ୍ତ ହୋଇ ପଡୁଛି। କିନ୍ତୁ ଏଭଳି ସ୍ଥିତିରେ ବରଗଡ଼ ସହରର...

ଅଷ୍ଟ୍ରେଲିଆର ଏହି ପୂର୍ବତନ ଟେଷ୍ଟ କ୍ରିକେଟରଙ୍କୁ ୪ ବର୍ଷ କାରାଦଣ୍ଡ

ମେଲବୋର୍ନ,୨୨ା୪: ଅଷ୍ଟ୍ରେଲିଆର ପୂର୍ବତନ ଟେଷ୍ଟ କ୍ରିକେଟର ମାଇକେଲ ସ୍ଲାଟରଙ୍କୁ ୪ ବର୍ଷର ଜେଲ ଦଣ୍ଡରେ ଦଣ୍ଡିତ କରାଯାଇଛି। କିନ୍ତୁ ପୋଲିସ ହେପାଜତରେ ଏକ ବର୍ଷରୁ ଊର୍ଦ୍ଧ୍ୱ...

ବିଷ୍ଣୁମୁଣ୍ଡା ମନୋଜ ନାଏକଙ୍କ ହତ୍ୟା ମାମଲା: ଭୁବନେଶ୍ବରରୁ ଅଭିଯୁକ୍ତ ଗିରଫ

ବଲାଙ୍ଗୀର,୨୨।୪: ବଲାଙ୍ଗୀର ସହର ବିଷ୍ଣୁମୁଣ୍ଡା ମନୋଜ ନାଏକ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତଙ୍କୁ ଭୁବନେଶ୍ବରରୁ ପୋଲିସ ଗିରଫ କରିଛି। ମଙ୍ଗଳବାର ବଲାଙ୍ଗୀର ଟାଉନ ଥାନା ଠାରେ...

ସ୍କୁଲ୍‌ ଛୁଟି ଘୋଷଣା କଲେ ଜିଲାପାଳ, ଝାରସୁଗୁଡ଼ାରେ ୪୬ ଟପିଲା ତାତି

ଭୁବନେଶ୍ୱର,୨୨।୪: ଓଡ଼ିଶାରେ ଅସହ୍ୟ ଗରମ ଓ ତାତି ଜନିତ ପରିସ୍ଥିତି ମଧ୍ୟରେ ଝାରସୁଗୁଡ଼ା ଜିଲାରେ ତାପମାତ୍ରା ୪୬ ଡିଗ୍ରୀ ସେଲସିୟସ ଛୁଇଁଛି। ଏହି ପରିପ୍ରେକ୍ଷୀରେ ଛାତ୍ରଛାତ୍ରୀଙ୍କ...

ଗର୍ଭବତୀ ସ୍ତ୍ରୀଙ୍କୁ ପିଟିପିଟି ହତ୍ୟା: ସ୍ବାମୀ ଫେରାର

ଲକ୍ଷ୍ମୀପୁର,୨୨।୪: କୋରାପୁଟ ଜିଲା ଦଶମନ୍ତପୁର ଥାନା ନେର୍କାଗୁଡ଼ା ଗାଁରେ ମଙ୍ଗଳବାର ଏକ ଅଭାବନୀୟ ଘଟଣା ସାମ୍‌ନାକୁ ଆସିଛି। ଗର୍ଭବତୀ ସ୍ତ୍ରୀଙ୍କୁ ପିଟିପିଟି ହତ୍ୟା କରାଯାଇଥିବା ଅଭିଯୋଗ...

ଡେଲାଙ୍ଗ ରତନପୁର ବର୍ବର ହତ୍ୟାକାଣ୍ଡ: ପୁରୀ ଏସ୍‌ପି କଲେ ବଡ଼ ଖୁଲାସା

ପୁରୀ,୨୨।୪: ପୁରୀ ଜିଲା ଡେଲାଙ୍ଗ ଥାନା ଅଧୀନ ରତନପୁର ଗ୍ରାମରେ ଏକ ନାବାଳକଙ୍କୁ ବର୍ବରୋଚିତ ଭାବେ ହତ୍ୟା ଘଟଣା ସାରା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image