ସାଫ୍‌ରେ ଓଡ଼ିଆ କ୍ରୀଡ଼ାବିତ୍‌ଙ୍କ ଚମକ

ଭୁବନେଶ୍ୱର, ୧୫।୯ (ତପନ ସ୍ବାଇଁ): ଚେନ୍ନାଇରେ ଶେଷ ହୋଇଥିବା ଜୁନିୟର ଦକ୍ଷିଣ ଏସୀୟ ଆଥ୍‌ଲେଟିକ୍ସ ଫେଡେରେଶନ୍‌ (ସାଫ୍‌) ଚାମ୍ପିୟନଶିପ୍‌ରେ ଭାରତ ଭଲ ପ୍ରଦର୍ଶନ କରିଛି। ମୋଟ ୪୮ ପଦକ ସହ ଭାରତ ଟେବୁଲର ଶୀର୍ଷସ୍ଥାନ ଅଧିକାର କରିଛି। ଓଡ଼ିଶାର ଯୁବ ଖେଳାଳିମାନେ ଭାରତ ପାଇଁ ୫ ପଦକ ହାସଲ କରିଛନ୍ତି। ଓଡ଼ିଶାର ପ୍ରତୀକ ମହାରଣା, ଦଣ୍ଡପତି ମୃତ୍ୟମ୍‌ ଜୟରାମ, ମହେନ୍ଦ୍ର ସାନ୍ତା, ସବିତା ଟପ୍ପୋ ଓ ଲକ୍ଷ୍ମୀ ପ୍ରିୟା କିସାନ ଏଥିରେ ଭାରତ ପକ୍ଷରୁ ପ୍ରତିନିଧିତ୍ୱ କରିଥିଲେ। ସେମାନେ ୪ଟି ବ୍ୟକ୍ତିଗତ ଓ ଗୋଟିଏ ଦଳଗତ ଇଭେଣ୍ଟରେ ୪ ରୌପ୍ୟ ଓ ଗୋଟିଏ ବ୍ରୋଞ୍ଜ ପଦକ ଯୋଡ଼ିଛନ୍ତି।
ବରଗଡ଼ରେ ଡେଲିଭରି ଏକ୍‌ଜିକ୍ୟୁଟିଭ୍‌ ଭାବେ କାମ କରୁଥିବା ପ୍ରତୀକ କୋଭିଡ୍‌ ମହାମାରୀ ସମୟରେ ଜୀବନ ଓ ଭାଗ୍ୟ ସହ ସଂଘର୍ଷ କରିଥିଲେ। ଜଣେ ଦୌଡ଼କୁଦ ଆଥଲେଟ୍‌ ଭାବେ ବଡ଼ ହୋଇ ଦେଶ ପାଇଁ ଗୌରବ ଅର୍ଜନ କରିବାର ସ୍ବପ୍ନ ଦେଖିଥିଲେ ମଧ୍ୟ ଜୀବନର କଠୋର ବାସ୍ତବତା ତାଙ୍କୁ ପଛକୁ ଠେଲି ଦେଇଥିଲା। ତେବେ ରାଜ୍ୟ ସରକାରଙ୍କ ସହାୟତା ଓ ପ୍ରଶିକ୍ଷକଙ୍କ ମାର୍ଗଦର୍ଶନରେ ସେ ଟ୍ରାକ୍‌କୁ ଫେରି ସାଫ୍‌ ଜୁନିୟର ଚାମ୍ପିୟନଶିପ୍‌ ପାଇଁ କଠିନ ଅଭ୍ୟାସ କରିଥିଲେ। ଏହାପରେ ସେ ଜୁନିୟର ପୁରୁଷ ୨୦୦ ମିଟର ଓ ୪x୧୦୦ ମିଟର ରିଲେରେ ଭାରତ ପାଇଁ ଗୋଟିଏ ଦିନରେ ୨ଟି ରୌପ୍ୟ ପଦକ ଜିତି ଇତିହାସ ରଚିଥିଲେ। ସେହିପରି ୧୯ ବର୍ଷୀୟ ଜୟରାମଙ୍କ ଜୀବନରେ ଆଗକୁ ବଢ଼ିବା ସହଜ ନ ଥିଲା। କଳାହାଣ୍ଡି ବାସିନ୍ଦା ଏହି ପ୍ରତିଭାସମ୍ପନ୍ନ ଆଥଲେଟ୍‌ଙ୍କ କ୍ରୀଡ଼ା ପ୍ରତି ଆଗ୍ରହ ଥିଲେ ମଧ୍ୟ ଉପଯୁକ୍ତ ପ୍ରଶିକ୍ଷଣ ଅଭାବରୁ କ୍ରିକେଟ୍‌ ସମେତ ବିଭିନ୍ନ କ୍ରୀଡ଼ାକୁ ଆପଣେଇଥିଲେ। କିନ୍ତୁ ଓଡ଼ିଶା ସରକାରଙ୍କ ଏକ ଟ୍ୟାଲେଣ୍ଟ ସ୍କାଉଟ୍‌ କାର୍ଯ୍ୟକ୍ରମରେ ଜିଲା ସ୍ତରୀୟ ଟ୍ରାକ୍‌ରେ ଦୌଡ଼ିବାପରେ ତାଙ୍କ ଭାଗ୍ୟ ବଦଳି ଯାଇଥିଲା। ଏବେ ସେ ଜଣେ ପଦକ ବିଜେତା ଓ ଟ୍ରାକ୍‌ ଆଣ୍ଡ ଫିଲ୍ଡ ଆଥ୍‌ଲେଟ୍‌ ଭାବେ ପରିଚିତ ହେବା ସହ ନିଜର ପ୍ରଥମ ସାଫ୍‌ ପ୍ରତିଯୋଗିତାରେ ଦେଶ ପାଇଁ ୨ଟି ପଦକ (୧ ରୌପ୍ୟ, ୧ ବ୍ରୋଞ୍ଜ) ଜିତିଛନ୍ତି।
ସାଫ୍‌ କ୍ରୀଡ଼ାରେ ଓଡ଼ିଶାକୁ ମିଳିଥିବା ୫ ପଦକ ମଧ୍ୟରୁ ୨ଟି ମହିଳା କ୍ରୀଡ଼ାବିତ୍‌ ଜିତିଥିଲେ। ଭାରତୀୟ ଦଳରେ ଶେଷ ମୁହୂର୍ତ୍ତରେ ସାମିଲ ହୋଇଥିବା ଓଡ଼ିଶାର ସବିତା ଟପ୍ପୋ ୧୦୦ ମିଟର ହର୍ଡଲ୍ସ ଓ ମହିଳା ୮୦୦ ମିଟର ଦୌଡ଼ରେ ଲକ୍ଷ୍ମୀପ୍ରିୟା କିସାନ ରୌପ୍ୟ ପଦକ ଜିତିଛନ୍ତି। ଉଭୟ ଓଡ଼ିଶାର ଆଦିବାସୀ ସମ୍ପ୍ରଦାୟର ହୋଇଥିବା ବେଳେ ତୃଣମୂଳସ୍ତରରୁ ଆଥଲେଟମାନଙ୍କୁ ଖୋଜିବା ଓ ବିକଶିତ କରିବା ପାଇଁ ଓଡ଼ିଶା ସରକାର ନେଇଥିବା ପଦକ୍ଷେପ ମାଧ୍ୟମରେ ଭାରତର ପ୍ରତିନିଧିତ୍ୱ କରିବା ସହ ପଦକ ଜିତିଛନ୍ତି। ପ୍ରଶିକ୍ଷକ ମାର୍ଟିନ୍‌ ଓଭେନ୍ସଙ୍କ ତତ୍ତ୍ୱାବଧାନରେ ଜୟରାମ, ମହେନ୍ଦ୍ର ସାନ୍ତା, ସବିତା ଟପ୍ପୋ ଓ ଲକ୍ଷ୍ମୀ ପ୍ରିୟା କିସାନ ଓଡ଼ିଶା ରିଲାଏନ୍ସ ଫାଉଣ୍ଡେଶନ୍‌ ଆଥ୍‌ଲେଟିକ୍ସ ହାଇ ପର୍‌ଫର୍ମାନ୍ସ ସେଣ୍ଟର, ପ୍ରତୀକ ମହାରଣା ରାଉରକେଲା ବିର୍ସା ମୁଣ୍ଡା ଆଥ୍‌ଲେଟିକ୍ସ ଷ୍ଟାଡିୟମରେ ନିଜ ପ୍ରଶିକ୍ଷକ ଶିବ ମିଶ୍ରଙ୍କ ଅଧୀନରେ ପ୍ରଶିକ୍ଷଣ ନେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଲଜ୍ଜା: ନାବାଳିକାଙ୍କୁ ବଳାତ୍କାର ପରେ ହତ୍ୟା, ନ୍ୟାୟ ପାଇଁ ଧାରଣାରେ ବସିଲେ ଗ୍ରାମବାସୀ

ତେନ୍ତୁଳିଖୁଣ୍ଟି,୧୮ା୯(ଚିଦାନନ୍ଦ ସାହୁ) : ନବରଙ୍ଗପୁର ଜିଲାର ତେନ୍ତୁଳିଖୁଣ୍ଟି ବ୍ଲକର କଣ୍ଟା ଗାଁରେ ପୁଣି ଲଜ୍ଜା। ଜଣେ ୧୧ବର୍ଷୀୟା ନାବାଳିକାଙ୍କୁ ବଳାତ୍କାର ପରେ ହତ୍ୟା କରାଯାଇଥିବା ଅଭିଯୋଗ...

ବଢ଼ିଲା ଡିଜିପି ଓ୍ବାଇବି ଖୁରାନିଆଙ୍କ କାର୍ଯ୍ୟକାଳ

କଟକ,୧୮ା୯: ପୋଲିସ ଡିଜି ଯୋଗେଶ ବାହାଦୂର (ଓ୍ବାଇବି) ଖୁରାନିଆଙ୍କ କାର୍ଯ୍ୟକାଳ ବଢ଼ିଛି। ରାଜ୍ୟ ସରକାର ୨୦୨୬ ପର୍ଯ୍ୟନ୍ତ ତାଙ୍କର କାର୍ଯ୍ୟକାଳ ବଢ଼ାଇଛନ୍ତି। ତେବେ ଏହି କାର୍ଯ୍ୟକାଳକୁ...

ଆସନ୍ତା ୨୩ ରେ ମୁଖ୍ୟମନ୍ତ୍ରୀଙ୍କ ଜନଅଭିଯୋଗ ଶୁଣାଣି: ଜାଣନ୍ତୁ କିପରି କରିବେ ଅନ୍‌ଲାଇନ୍‌ ପଞ୍ଜୀକରଣ

ନୂଆଦିଲ୍ଲୀ,୧୮ା୯: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଜନଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଆସନ୍ତା ୨୩ ତାରିଖ ସୋମବାର ଦିନ ଅନୁଷ୍ଠିତ ହେବ । ଭୁବନେଶ୍ୱର ୟୁନିଟ୍‌-୫ସ୍ଥିତ ମୁଖ୍ୟମନ୍ତ୍ରୀଙ୍କ...

ସରପଞ୍ଚଙ୍କ ବିରୋଧରେ ଅନାସ୍ଥା ଆଣିଲେ ଓ୍ବାର୍ଡ ସଭ୍ୟ

ଛତ୍ରପୁର,୧୮ା୯(ସନ୍ତୋଷ ପାଢ଼ୀ/ ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ହିଞ୍ଜିଳି ବ୍ଲକ ଅନ୍ତର୍ଗତ ଦାରୁଭଦ୍ରା ପଞ୍ଚାୟତ ସରପଞ୍ଚ ବିକାଶ ସେଠୀଙ୍କ ନିଜ ମନମୁଖୀ କାର୍ଯ୍ୟ ନେଇ ଓ୍ବାର୍ଡ...

ସୁଭଦ୍ରା ଟଙ୍କା ପାଇଁ ଠେଲାପେଲା: ମେସେଜ ଆସିନଥିବାରୁ ବ୍ୟାଙ୍କରେ ଭୟଙ୍କର ଭିଡ

ବରୀ,୧୮ା୯(ମହେନ୍ଦ୍ର ସ୍ୱାଇଁ): ସାରା ଓଡ଼ିଶାରେ ଏବେ ସୁଭଦ୍ରା ଚର୍ଚ୍ଚା। ଯୁଆଡେ ଦେଖିଲେ ସମସ୍ତଙ୍କ ମୁହଁରେ ସୁଭଦ୍ରା ଟଙ୍କା ଆସିଲା କି ନାହିଁ ପ୍ରଶ୍ନ। ଏହାରି ମଧ୍ୟରେ...

କାହିଁକି ଆକାଉଣ୍ଟକୁ ଗଲା ନାହିଁ ସୁଭଦ୍ରା ଟଙ୍କା, ଏହାର ବଡ଼ କାରଣ କହିଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୮ା୯: ସୁଭଦ୍ରା ଯୋଜନା ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ବୁଧବାର ଏକ ବଡ଼ ସୂଚନା ଦେଇଛନ୍ତି। ୨ ହଜାର ମହିଳାଙ୍କ ଆବେଦନ ଖାରଜ ହୋଇଥିବା କହିଛନ୍ତି...

ବାଲେଶ୍ବର ବନ୍ୟାଞ୍ଚଳ ବୁଲି ମୁଖ୍ୟମନ୍ତ୍ରୀ କହିଲେ ସ୍ଥିତି…

ବାଲେଶ୍ୱର,୧୮।୯(ବାଞ୍ଛାନିଧି ଦେ): ବାଲେଶ୍ବର ଜିଲାରେ ବନ୍ୟାସ୍ଥିତି ଉଦ୍‌ବେଗଜନକ କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝି । ବନ୍ୟାଞ୍ଚଳ ପରିଦର୍ଶନ ପରେ ମୁଖ୍ୟମନ୍ତ୍ରୀ  ଏଭଳି ସୂଚନା ଦେଇଛନ୍ତ। ଉପର...

୩ ଘଣ୍ଟା ପ୍ରବଳରୁ ଅତିପ୍ରବଳ ଛେଚିବ: ଘଡ଼ଘଡ଼ି ସହ ବର୍ଷା ନେଇ…

ଭୁବନେଶ୍ୱର,୧୮।୯: ଟୁଇନ ସିଟରେ ପ୍ରବଳ ଛେଚିବ। ବୁଧବାର ପାଣିପାଗକେନ୍ଦ୍ର ପକ୍ଷରୁ ଏ ନେଇ ପୂର୍ବାନୁମାନ କରାଯାଇଛି। ଭୁବନେଶ୍ବର ଓ କଟକ ପାଇଁ ୟେଲୋ ୱାର୍ନିଂ ଜାରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri