ବ୍ରିଟିଶ ନିର୍ମିତ ବଙ୍ଗଳା ଏବେ ଭୂତକୋଠି

ମହାକାଳପଡ଼ା,୧୮ା୭(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଞ୍ଚଳରେ ବ୍ରିଟିଶ ଶାସନ ସମୟରେ ହୁକିଟୋଲାଠାରେ ବୃହତ୍‌ ପଣ୍ୟାଗାର, ଜମ୍ବୁ ଗ୍ରାମରେ ଲାଲ୍‌ ରଙ୍ଗର ବ୍ରିଟିଶ ଆଶ୍ରୟସ୍ଥଳ, ଜମ୍ବୁ ଲକ୍‌ଠାରେ ଜଳସେଚନ ବିଭାଗର ବଙ୍ଗଳା ନିର୍ମାଣ ହୋଇଥିଲା। ସୂକ୍ଷ୍ମ କାରିଗରି ଖୁବ୍‌ ସୁନ୍ଦର ଓ ମନଲୋଭା। ବ୍ରିଟିଶ ଶାସନ ସମୟ ଚାଲିଯାଇଛି କିନ୍ତୁ ଅନେକ ଅକୁହା କଥା ଛାଡ଼ି ଦେଇ ଯାଇଛି।
ଜମ୍ବୁ-ମାର୍ଶାଘାଇ କେନାଲ କଟକର ମହାନଦୀ ଜଗତପୁରଠାରୁ ଉତ୍ପତ୍ତି ହୋଇଛି। ଏହି କେନାଲ ଅଞ୍ଚଳ ଜମ୍ବୁ ଲକ୍‌ସ୍ଥିତ ଗୋବରୀ ନଦୀ ଚଟକା ବଙ୍ଗୋପସାଗରଠାରେ ମିଶିଛି। ବ୍ରିଟିଶ ସମୟରେ ନୌବାଣିଜ୍ୟ କାରବାର ବା ଯାତାୟାତ ପାଇଁ ଏହି କେନାଲ ଖନନ କରାଯାଇଥିଲା। ଓଡ଼ିଶାରେ ନଅଙ୍କ ଦୁର୍ଭିକ୍ଷ ସମୟରେ କେନାଲ ଜଳପଥରେ ପଣ୍ୟ ଦ୍ରବ୍ୟକୁ ନେଇ କଟକ ମାଲଗୋଦାମରେ ଗଚ୍ଛିତ ରଖି ରାଜ୍ୟର ବିଭିନ୍ନ କୋଣ ଅନୁକୋଣରେ ପହଞ୍ଚାଯାଉଥିଲା। ସେହିପରି ଏହି କେନାଲ ଜଳ ନିୟନ୍ତ୍ରଣ ପାଇଁ ଜଗତପୁରଠାରୁ ସାଲେପୁର, ଦାନପୁର, ବସୁପୁର, କଳପଡ଼ା, ମାର୍ଶାଘାଇ ଓ ଜମ୍ବୁଠାରେ କଟକ-ବାରବାଟୀ ଗଡ଼ ଖାଇ ବଉଳମାଳିଆ ପଥର ଖଞ୍ଜାଯାଇ ଲକ୍‌ ନିର୍ମାଣ କରାଯାଇଥିଲା। ଏହି ଜଳ ନିଷ୍କାସନ ଓ ନିୟନ୍ତ୍ରଣ ଲକ୍‌ ଲୁହାଗୁଡ଼ିକ କଳଙ୍କି ଲାଗିଲାଣି। ବିଭାଗ ପକ୍ଷରୁ ପ୍ରତିବର୍ଷ ରଙ୍ଗ ଲେପନ ପାଇଁ ଦାବି ହେଉଛି। ଅପରପକ୍ଷରେ ବ୍ରିଟିଶ ଶାସକମାନେ ଜମ୍ବୁ ଲକ୍‌ଠାରେ ଏକ ବଙ୍ଗଳା ନିର୍ମାଣ କରିଥିଲେ। ଏହି ବଙ୍ଗଳା ନିର୍ମାଣ (ଷ୍ଟର୍ମ ୱେଭ ୧୮୮୫) ଏକ ମାର୍ବଲ ଲେଖାରୁ ସ୍ପଷ୍ଟ ଭାବେ ଦେଖିବାକୁ ମିଳୁଛି। ତେବେ ବଙ୍ଗଳାର ନିର୍ମାଣ ୧୩୮ବର୍ଷରୁ ଅଧିକ ହୋଇଥିଲେ ମଧ୍ୟ ଅଦ୍ୟାବଧି ତା’ର ପୂର୍ବ ରୂପ ଓ ସୌନ୍ଦର୍ଯ୍ୟ ହରାଇଛି। ସ୍ବାଧୀନତା ପରେ ଏହା ଜଳସେଚନ ବିଭାଗ ଅଧୀନରେ ରହିଛି। ୧୯୭୧ ବାତ୍ୟାରେ ଏଠାରେ ୧୦ ହଜାର ଲୋକଙ୍କ ମୃତ୍ୟୁ ହୋଇଥିଲା। ବିଜୁ ପଟ୍ଟନାୟକ ଏଠାରେ ପହଞ୍ଚତ୍ ଲୋକଙ୍କୁ ସହାୟତାର ହାତ ବଢ଼ାଇଥିଲେ। ଏହି ବଙ୍ଗଳରେ ଖାଦ୍ୟଶସ୍ୟ ରଖାଯାଇ ବିପନ୍ନ ଲୋକଙ୍କୁ ବଣ୍ଟନ କରାଯାଇଥିଲା। ଏହାର ମରାମତି ଓ ସଂରକ୍ଷଣ ପାଇଁ ସ୍ଥାନୀୟ ଲୋକମାନେ ଦାବି କରିଛନ୍ତି। ସାମାଜିକ କର୍ମୀ ସୁବାସ ସ୍ବାଇଁ, ଲକ୍ଷ୍ମୀକାନ୍ତ ସ୍ବାଇଁ, ପରିବେଶପ୍ରେମୀ ସମରେନ୍ଦ୍ର ମାହାଳି କହିବା କଥା ଏହି ବ୍ରିଟିଶ୍‌ ନିର୍ମିତ ବଙ୍ଗଳା କୀର୍ତ୍ତିରାଜି ଦିନକୁ ଦିନ ପୂର୍ବ ସୌନ୍ଦର୍ଯ୍ୟ ହରାଇଛି। ତା’ର ନିଜ ପୂର୍ବ ରୂପ ଓ ସୌନ୍ଦର୍ଯ୍ୟ ଉଦ୍ଧାର ପାଇଁ ରାଜ୍ୟ ସରକାରଙ୍କ ନିକଟରେ ଦାବି କରିଛନ୍ତି। ଏହି ବ୍ରିଟିଶ୍‌ ନିର୍ମିତ ବଙ୍ଗଳା ଅଦ୍ୟାବଧି ରାଜ୍ୟ ସରକାରଙ୍କ ଜଳସେଚନ ବିଭାଗ ଅଧୀନରେ ପରିଚାଳିତ ହେଉଛି। ଏ ସମ୍ପର୍କରେ କେନ୍ଦ୍ରାପଡ଼ା ଜଳସେଚନ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ଉମେଶ ଚନ୍ଦ୍ର ସେଠୀଙ୍କୁ ପଚାରିବାରେ ବ୍ରିଟିଶ ନିର୍ମିତ ବଙ୍ଗଳାର ବିକାଶ ପାଇଁ ବିଭାଗ ପକ୍ଷରୁ ପ୍ରସ୍ତାବ ରହିଛି। ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କଠାରୁ ଅନୁମତି ମିଳିଲେ ନୂତନ ବଙ୍ଗଳା ନିର୍ମାଣ ହେବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବଏଲଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ: ଶାନ୍ତି ଶୃଙ୍ଖଳା ରକ୍ଷା ଉପରେ ଗୁରୁତ୍ୱ

ପାଟଣାଗଡ ୨୧।୯ (ସଚ୍ଚିଦାନନ୍ଦ ମହାକୁର): ବଲାଙ୍ଗୀର ଜିଲା ପାଟଣାଗଡ ଏନଏସିସ୍ଥିତ ହରିଶଙ୍କର ସମ୍ମିଳନୀ ସଦନଠାରେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଦଶହରା ବଏଲଯାତ୍ରା ପାଇଁ ପ୍ରସ୍ତୁତି ବୈଠକ...

‘ବିଜେଡି ପ୍ରତିଶ୍ରୁତି ଅନୁଯାୟୀ ଷ୍ଟିଲ୍‌ ପ୍ଲାଣ୍ଟ କୁଆଡ଼େ ଗଲା’

କେନ୍ଦୁଝର,୨୧ା୯(ନରେଶ ଚନ୍ଦ୍ର ପଟ୍ଟନାୟକ):କେନ୍ଦୁଝର ଜିଲାକୁ ଶୁକ୍ରବାରଠାରୁ ୩ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆସିଛନ୍ତି। ମୁଖ୍ୟମନ୍ତ୍ରୀ ହେବା ପରେ ନିଜ ଜିଲାକୁ ଏହା...

ଆଜିଠୁ ୩ଦିନ ରତ୍ନଭଣ୍ଡାରର ବୈଷୟିକ ସର୍ଭେ: ଅପରାହ୍ନ ୧ଟାରୁ କାର୍ଯ୍ୟ ଶେଷ ଯାଏ ମହାପ୍ରଭୁଙ୍କ ଦର୍ଶନ ବନ୍ଦ

ପୁରୀ,୨୧ା୯(ଅଜିତ୍‌ କୁମାର ମହାନ୍ତି):ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା (ଏଏସ୍‌ଆଇ) ପକ୍ଷରୁ ସେପ୍ଟେମ୍ବର ୨୧, ୨୨ ଏବଂ ୨୩ ତାରିଖ ତିନିଦିନ ଧରି ଶ୍ରୀମନ୍ଦିର ରତ୍ନଭଣ୍ଡାରର ବୈଷୟିକ...

ଫରେଷ୍ଟର ଆମତ୍ହତ୍ୟା ମାମଲା:ବିଭାଗୀୟ ଅଧିକାରୀଙ୍କ ନାଁରେ ସାଂଘାତିକ ଅଭିଯୋଗ ଆଣିଲେ ସ୍ତ୍ରୀ

ରାୟଗଡ଼ା,୨୧ା୯(ଆଶିଷ ରଞ୍ଜନ ପଣ୍ଡା):ଦୀର୍ଘ ୧୨ ବର୍ଷ ବନ ବିଭାଗ ସିଲ୍‌ଭିକ୍‌ଲଚର ଡିଭିଜନରେ କାର୍ଯ୍ୟରତ ଥିଲେ ରାୟଗଡ଼ା ସହର ଶୁଣ୍ଢିସାହିର ଲବଣୀ ନାୟକଙ୍କ ସାନ ପୁଅ ସଞ୍ଜୟ...

ଭାଇ ମୃତ୍ୟୁର ନ୍ୟାୟ ମାଗୁଛି: ନେହୁରା ହେଲେ ଫରେଷ୍ଟରଙ୍କ ଭାଇ

ଭବାନୀପାଟଣା,୨୦ା୯(ଉତ୍ତମ କୁମାର ଦାଶ): ଫରେଷ୍ଟର ଆତ୍ମହତ୍ୟା ମାମଲାକୁ ନେଇ ବିବାଦ ଥମିବାର ନାଁ ଧରୁନି। ମୃତ ଫରେଷ୍ଟର ସଞ୍ଜୟ ନାୟକଙ୍କ ଭାଇ ରବି ନାରାୟଣ ନାୟକ ସାମାଜିକ...

ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ କଲେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ

କଟକ,୨୦।୯(ଶିଳ୍ପା ପ୍ରିୟଦର୍ଶିନୀ) କଟକ ବାଲିଯାତ୍ରା ଉପର ପଡିଆରେ ଗଣେଶ ମହୋତ୍ସବ ଶୁକ୍ରବାର ଉଦ୍‌ଯାପିତ ହୋଇଯାଇଛି। ଉଦ୍‌ଯାପନୀ ଉତ୍ସବରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ ଯୋଗଦେଇଥିଲେ। ଏହାପରେ...

ବୋନସ ଦାବି ତେଜିଲା…

ରାଉରକେଲା,୨୦।୯(ସଙ୍ଗୀତା ଜେନା): କେନ୍ଦ୍ରୀୟ ଟ୍ରେଡ୍‌ ୟୁନିୟନ ସିଟୁ ସମର୍ଥିତ ଷ୍ଟିଲ୍‌ ଏମ୍ପ୍ଲୟିଜ୍‌ ଟ୍ରେଡ୍‌ ୟୁନିୟନ ତଥା ରାଉରକେଲା କଣ୍ଟ୍ରାକ୍ଟର ୱାର୍କର୍ସ ୟୁନିୟନ ପକ୍ଷରୁ ଶୁକ୍ରବାର ପାୱାରଗେଟ୍‌...

ନିଆରା ଅନ୍ଦାଜରେ ମୁଖ୍ୟମନ୍ତ୍ରୀ: କ୍ରୀଡାବିତଙ୍କୁ କଲେ ଉତ୍ସାହିତ

କେନ୍ଦୁଝର ,୨୦ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): ଜିଲା କରଞ୍ଜିଆପଡା ଖେଳପଡିଆରେ ଆୟୋଜିତ ୧୮ ତମ ନକ ଆଉଟ୍ ଫୁଟବଲ ପ୍ରତିଯୋଗିତାରେ ସାମିଲ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri