ବାର୍‌ହା ସହ ପିଟିହୋଇ ଯୁବକଙ୍କ ଗୋଡ଼ ଭାଙ୍ଗିଲା

ରାଜନଗର, ୧୧ା୧୨(ଡି.ଏନ୍‌.ଏ.): ରାସ୍ତାରେ ଜଣେ ଯୁବକ ବାଇକ୍‌ ନେଇ ଯାଉଥିବା ବେଳେ ବାର୍‌ହା ଦେହରେ ପିଟି ହେବାରୁ ତାଙ୍କ ଗୋଡ଼ ଭାଙ୍ଗିଯାଇଛି। ଶନିବାର ସକାଳେ ରାଜନଗର ବ୍ଲକ ରଙ୍ଗଣୀ ପଞ୍ଚାୟତ ପ୍ରଭାତୀ ଗାଁର ସୁଦାମ ମଣ୍ଡଳ (୨୫) ଓ ତାଙ୍କ ପିତା ଦେବୁ ମଣ୍ଡଳ ବାଇକ୍‌ ଯୋଗେ ତାଳଚୁଆ ଯାଉଥିଲେ। ଭିତରକନିକା ଜାତୀୟ ଉଦ୍ୟାନ ମଧ୍ୟରୁ ଏକ ବାର୍‌ହା ଦ୍ରୁତଗତିରେ ଆସି ସୁଦାମଙ୍କ ବାଇକ୍‌ରେ ପିଟି ହୋଇଥିଲା। ଘଟଣାସ୍ଥଳରେ ସୁଦାମ ପଡ଼ିଯିବାରୁ ତାଙ୍କ ବାମଗୋଡ଼ ଭାଙ୍ଗିଯାଇଛି। ତାଙ୍କୁ ଚିକିତ୍ସା ପାଇଁ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଛି। ବର୍ତ୍ତମାନ ବାର୍‌ହା ପାଚିଲା ଧାନ ଖାଇବାକୁ ଜନବସତିକୁ ପଶି ଆସୁଛନ୍ତି। ଏହି ବାର୍‌ହାଟି ଜନବସତିକୁ ଫସଲ ଖାଇବାକୁ ଆସୁଥିବା ବେଳେ ସୁଦାମଙ୍କ ବାଇକ୍‌ରେ ପିଟି ହୋଇଥିଲା।