ବୁଡ଼ାଗୁଡ଼ା-ଗୁମିକିଆ ରାସ୍ତା ସାରା ଖାଲ, ଗର୍ଭବତୀଙ୍କୁ ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚାଇବା କଷ୍ଟକର

ଦାରିଙ୍ଗବାଡ଼ି,୧୫ା୧୧(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକର ଦୁର୍ଗମ ପଞ୍ଚାୟତ ଗୁମିକିଆ ଓ ଅଲିମାହା ରାସ୍ତାର ଅବସ୍ଥା ଶୋଚନୀୟ ହୋଇପଡ଼ିଛି।
ପ୍ରକାଶ ଯେ, ବୁଡ଼ାଗୁଡ଼ାଠାରୁ ଅଲିମାହା ଗ୍ରାମକୁ ପ୍ରାୟ ୭ କିଲୋମିଟର ରାସ୍ତା ଖାଲଖମା ହୋଇ ରହିଥିବା ବେଳେ ଯାତାୟାତରେ ସମସ୍ୟା ଦେଖାଯାଉଛି। ବିଶେଷକରି ଗର୍ଭବତୀ ମହିଳା ଓ ଅନ୍ୟ ରୋଗୀଙ୍କୁ ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚାଇବା ବହୁତ କଷ୍ଟ ହେଉଛି। ଦୀର୍ଘଦିନ ହେଲା ଉକ୍ତ ରାସ୍ତା ମରାମତି କରାଯାଉନାହିଁ ଏକ ଦଶନ୍ଧି ପୂର୍ବରୁ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ଉକ୍ତ ରାସ୍ତା ସମ୍ପ୍ରସାରଣ କାର୍ଯ୍ୟ କରାଯାଇଥିବା ବେଳେ ତାକୁ ଆଉ ତଦାରଖ କରାଯାଉନାହିଁ। ବୁଡ଼ାଗୁଡ଼ା ପଞ୍ଚାୟତ ସମେତ ଗୁମିକିଆ ପଞ୍ଚାୟତ ଓ ପଡ଼ୋଶୀ କୋଟଗଡ଼ ବ୍ଲକର କିଛି ଅଞ୍ଚଳର ହଜାର ହଜାର ଜନସାଧାରଣ ଉକ୍ତ ରାସ୍ତା ଉପରେ ନିର୍ଭର କରୁଛନ୍ତି। ସେହିପରି ବିଦ୍ୟାଳୟକୁ ଓ କଲେଜ ଛାତ୍ରୀଛାତ୍ର ଉକ୍ତ ରାସ୍ତାରେ ଯାତାୟାତ କରିବାରେ ସମସ୍ୟା ହେବା ସହ ବାରମ୍ବାର ଉକ୍ତ ରାସ୍ତାରେ ଦୁର୍ଘଟଣା ଘଟୁଛି ବୋଲି ଅଲିମାହା ଗ୍ରାମର ଡାଇକା ପ୍ରଧାନ କହିଛନ୍ତି। ଅଞ୍ଚଳବାସୀ ବାରମ୍ବାର ଏନେଇ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ଅବଗତ କରାଇଥିଲେ ସୁଦ୍ଧା କେହି ଗୁହାରି ଶୁଣୁ ନ ଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ଏନେଇ ଗ୍ରାମ୍ୟ ଉନ୍ନୟନ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ଶ୍ୟାମସୁନ୍ଦର ସିଂ କହିଛନ୍ତି ଉକ୍ତ ରାସ୍ତା ମରାମତି ପାଇଁ ଟେଣ୍ଡର ସରିଛି। ଖୁବ ଶୀଘ୍ର କାର୍ଯ୍ୟ କରାଯିବ ବୋଲି କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଖାଇଫୋଡ ଯାତ୍ରାରେ ଶ୍ରଦ୍ଧାଳୁଙ୍କ ଭିଡ: ୨୨ହାତ ଖାଇଦଣ୍ଡରୁ ଝୁଲିଲେ ପାଟୁଆ

ସାକ୍ଷୀଗୋପାଳ,୧୪।୪(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ପୁରୀ ଜିଲା ସାକ୍ଷୀଗୋପାଳ ନିକଟବର୍ତ୍ତୀ ଭିଁପୁର ଓ ଦାଶବିଦ୍ୟାଧରପୁର ଗ୍ରାମରେ ପ୍ରସିଦ୍ଧ ଖାଇଫୋଡ ଯାତ୍ରା ସୋମବାର ଅନୁଷ୍ଠିତ ହୋଇଯାଇଛି। ମାନସିକ...

ନାସା ଆଣିଲା ଜବରଦସ୍ତ ଅଫର୍‌:ଟଏଲେଟ୍‌ ସଫା କଲେ ମିଳିବ ୨୫ କୋଟି ଟଙ୍କା

ଓ୍ବାଶିଂଟନ,୧୪।୪:ନାସା ସାରା ବିଶ୍ୱର ସୃଜନଶୀଳ ଲୋକଙ୍କ ପାଇଁ ଏକ ବିଶେଷ ଚ୍ୟାଲେଞ୍ଜ ଉପସ୍ଥାପନ କରିଛି। ଏହି ଚ୍ୟାଲେଞ୍ଜର ଲକ୍ଷ୍ୟ ହେଉଛି ଏପରି ପ୍ରଯୁକ୍ତିବିଦ୍ୟା ବିକଶିତ କରିବା,...

ଚୋକସିଙ୍କ ପ୍ରତ୍ୟର୍ପଣ ଅନୁରୋଧ ଦାଖଲ କରିଛି ଭାରତ: ବେଲଜିୟମ କର୍ତ୍ତପକ୍ଷ

ବ୍ରସେଲସ,୧୪।୪: ଭାରତର ପଳାତକ ବ୍ୟବସାୟୀ ମେହୁଲ ଚୋକସିଙ୍କୁ ସୋବାର ବେଲଜିୟମରୁ ଗିରଫ କରାଯାଇଛି। ଚୋକସିଙ୍କ ଗିରଫଦାରୀ ପରେ, ଆଲୋଚନା ହେଉଛି ଯେ ୨୬,୧୧ ଆକ୍ରମଣର ମାଷ୍ଟରମାଇଣ୍ଡ...

ଖଣିରେ ଏନ୍‌ଫୋର୍ସମେଣ୍ଟ ଟିମ୍‌ର ତନାଘନା

ଟେନସା,୧୪।୪(ସମୀର କୁମାର ପାଢୀ): ମାଙ୍ଗାନିଜ ଓ ଆଇରନ ଚୋରି ପାଇଁ ଗଠିତ ସ୍ପେଶାଲ ଏନଫୋର୍ସମେଣ୍ଟ ସ୍କାର୍ଡ ସୋମବାର କୋଇଡା ଖଣି ଅଞ୍ଚଳରେ ପହଞ୍ଚି ତନାଘନା ଆରମ୍ଭ...

ସନ୍ତରଣରେ ବିଶ୍ୱ ରେକର୍ଡ ସୃଷ୍ଟି କଲେ ଜର୍ମାନୀର ଏହି ଅଲିମ୍ପିକ ଚାମ୍ପିୟନ

ଷ୍ଟକ୍‌ହାମ,୧୪ା୪: ଜର୍ମାନୀର ଅଲିମ୍ପିକ ଚାମ୍ପିୟନ ଲୁକାସ ମାର୍ଟେନ୍ସ ପୁରୁଷ ୪୦୦ ମିଟର ଫ୍ରିଷ୍ଟାଇଲ ରେକର୍ଡ ଭଙ୍ଗ କରିଛନ୍ତି। ସ୍ବିମ୍‌ ଓପନ୍‌ ଷ୍ଟକ୍‌ହାମରେ ସେ ଏହି ସଫଳତା...

ବ୍ଲକ ପ୍ରଶାସନର ନିର୍ଦ୍ଦେଶ ପରେ ମଧ୍ୟ ଡିଏସସି ଫେରସ୍ତ କରୁନାହାନ୍ତି ପଦଚ୍ୟୁତ ସରପଞ୍ଚ:ଉନ୍ନୟନ ମୂଳକ କାର୍ଯ୍ୟରେ ବାଧାସୃଷ୍ଟି

ଥୁଆମୂଳ ରାମପୁର,୧୪।୪-(ଦୁର୍ଗା କୀର୍ତ୍ତି):- କଳାହାଣ୍ଡି ଜିଲା ଥୁଆମୁଳ ରାମପୁର ବ୍ଳକ ଅନ୍ତର୍ଗତ ପାଡେପଦର ଗ୍ରାମପଞ୍ଚାୟତର ପୂର୍ବତନ ସରପଞ୍ଚ ସମ୍ବାରୀ ମାଝୀ ଅନାସ୍ଥା ଭୋଟରେ ହାରି ଯାଇଥିବା...

ବାଇକ ଧକ୍କାରେ ଚାଲିଗଲା ମହିଳାଙ୍କ ଜୀବନ

ଭଞ୍ଜନଗର,୧୪।୪(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ କୁଲାଡ଼ ମୁଖ୍ୟ ରାସ୍ତାରେ ବାଇକ ଧକ୍କାରେ ଜଣେ ମହିଳା ମୃତ୍ୟୁବରଣ କରିଛନ୍ତି। ସେ ହେଲେ କୁଲାଡର ସୁଷମା...

ଶେଷ ହେଲା ପ୍ରସିଦ୍ଧ ମା’ଦଣ୍ଡକାଳୀ ଯାତ୍ରା

ପୁରୁଷୋତ୍ତମପୁର,୧୪।୪(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ମା’ ଦଣ୍ଡ କାଳୀଙ୍କ ଯାତ୍ରା ସୋମବାର ମେଷ ସଂକ୍ରାନ୍ତି ବା ମେରୁ ଯାତ୍ରାରେ ଉଦ୍‌ଯାପିତ ହୋଇଯାଇଛି। ଏନେଇ ପୁରୁଷୋତ୍ତମପୁର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image