ଶେଷ ଦିନରେ ପାରିତ ହେଲା ବ୍ୟୟମଞ୍ଜୁରୀ ବିଲ

ଭୁବନେଶ୍ୱର, ୩୧।୩(ବ୍ୟୁରୋ) : ବିଧାନସଭା ଅଧିବେସନ ଗୁରୁବାର ଶେଷ ହୋଇଛି। ସମୁଦାୟ ୬ଟି କାର୍ଯ୍ୟ ଦିବସ ରହିଥିଲା । ୨ଟି ମୁଲତବୀ ପ୍ରସ୍ତାବ, ୪ଟି ଅଧ୍ୟାଦେଶ ଓ ୫ଟି ବିଲ ଉପସ୍ଥାପିତ ହୋଇଛି । ଏଥିସହିତ ଅପରାହ୍ନରେ ଗୃହରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ବ୍ୟୟମଞ୍ଜୁରୀ ବିଲ ପାରିତ କରିଛନ୍ତି। ଆସନ୍ତା ୪ ମାସ ପାଇଁ ୧ ଲକ୍ଷ ୬ ହଜାର ୪୯୮ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ଲେଖା ଅନୁଦାନ ବିଲକୁ ଗୃହରେ ଆଗତ କରାଇଛନ୍ତି ଅର୍ଥ ମନ୍ତ୍ରୀ ।
ତେବେ ଆଜି ବିଧାନସଭା ବଜେଟ ଅଧିବେଶନର ଶେଷ ଦିନ ଥିଲା। ପ୍ରଶ୍ନ କାଳରେ ଜଳସମ୍ପଦ, ଯୋଜନା ସଂଯୋଜନା, କ୍ରୀଡା ଓ ଯୁବ ବ୍ୟାପାର, ସୂଚନା ଓ ଲୋକସଂପର୍କ,ବାଣିଜ୍ୟ, ପରିବହନ, ଓଡିଆ ଭାଷା, ସାହିତ୍ୟ, ସଂସ୍କୃତି ବିଭାଗର ଆଲୋଚନା ହୋଇଥିବା ଜଣାପଡିଛି।

Share