୨୫ରେ ପୁଣି ଶ୍ରୀମନ୍ଦିର ବଜେଟ ବୈଠକ

ପୁରୀ ଅଫିସ,୨୨।୪: ପୁରୀ ଶ୍ରୀମନ୍ଦିର ପରିଚାଳନା ପାଇଁ ଆଗାମୀ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ଆସନ୍ତା ୨୫ ତାରିଖରେ ପୁନର୍ବାର ବଜେଟ ବୈଠକ ବସିବ । ଆସନ୍ତା ଚନ୍ଦନ ଯାତ୍ରା ଠାରୁ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବାକୁ ଥିବାରୁ ସିଂହଦାର ସମ୍ମୁଖରୁ ସମସ୍ତ ସେଡ ଖୋଲାଯିବ। ଭକ୍ତମାନେ ଆସନ୍ତା ୨୯ ତାରିଖରୁ ସିଂହଦ୍ବାର ସହ ପଶ୍ଚିମ ଦ୍ୱାର ଦେଇ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରିବେ। ଉତ୍ତର ଓ ଦକ୍ଷିଣ ଦ୍ୱାର ଦେଇ ପ୍ରସ୍ଥାନ କରିବେ। ଏ ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବୀର ବିକ୍ରମ ଯାଦବ ସୂଚନା ଦେଇଛନ୍ତି।

Share