Categories: ଜାତୀୟ

୨୯ରୁ ବଜେଟ ଅଧିବେଶନ ଆରମ୍ଭ, ଏପ୍ରିଲ ୮ରେ ଶେଷ

ନୂଆଦିଲ୍ଲୀ,୫।୧: ଚଳିତ  ଜାନୁୟାରୀ ୨୯ରୁ ସଂସଦରେ ବଜେଟ ଅଧିବେଶନ ଆରମ୍ଭ ହେବ। ଏନେଇ ସଂସଦୀୟ ବ୍ୟାପାର କମିଟି(ସିସିପିଏ) ପକ୍ଷରୁ ସୁପାରିଶ କରାଯାଇଛି। ସଂସଦର ବଜେଟ ଅଧିବେଶନ ୨ଟି ଭାଗରେ ହେବ। ପ୍ରଥମ ଭାଗ ୨୯ ଜାନୁୟାରୀରୁ ଆରମ୍ଭ ହୋଇ ୧୫ ଫେବୃୟାରୀ ପର୍ଯ୍ୟନ୍ତ ଚାଲିବ। ଦ୍ୱିତୀୟ ଭାଗ ମାର୍ଚ୍ଚ ୮ରୁ ଏପ୍ରିଲ ୮ ପର୍ଯ୍ୟନ୍ତ ଚାଲିବ। ଫେବୃୟାରୀ ୧ରେ ସାଧାରଣ ବଜେଟ ସଂସଦରେ ଉପସ୍ଥାପିତ କରିବାକୁ କମିଟି ପକ୍ଷରୁ କୁହାଯାଇଛି। ଜାନୁୟାରୀ ୨୯ରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ସଂସଦର ଉଭୟ ଗୃହକୁ ସମ୍ବୋଧିତ କରିବେ। ଉଭୟ ଗୃହ ପ୍ରତ୍ୟେକ ଦିନ ୪ ଘଣ୍ଟା କାର୍ଯ୍ୟ କରିବେ। ଅଧିବେଶନରେ କରୋନା-୧୯ ଗାଇଡଲାଇନ ପାଳନ କରାଯିବ।

Share