ଆଜିଠାରୁ ଆରମ୍ଭ ହୋଇଛି ସଂସଦର ବଜେଟ ଅଧିବେଶନ । ପ୍ରଥମ ଦିନରେ ଉଭୟ ଗୃହକୁ ସମ୍ବୋଧନ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଅଭିଭାଷଣରେ ରାଷ୍ଟ୍ରପତି କହିଛନ୍ତି କରୋନା ସଙ୍କଟ ଏବଂ କୃଷକଙ୍କ ଆନ୍ଦୋଳନ ସମୟରେ ଏହି ବଜେଟ ଅଧିବେଶନ ବହୁ ଗୁରୁତ୍ୱପୂର୍ଣ୍ଣ । କରୋନା ପାଇଁ ଜୀବନ ହରାଇଥିବା ଲୋକଙ୍କୁ ମନେ ପକାଇ ଦୁଃଖ ପ୍ରକାଶ କରିଥିଲେ ରାଷ୍ଟ୍ରପତି ।