ବଜେଟରେ ଜନଜାତି ସ୍ବାସ୍ଥ୍ୟ, କୃଷିକୁ ଗୁରୁତ୍ୱ ଦିଆଯାଉ

ଭୁବନେଶ୍ୱର,୧୩ା୧(ବ୍ୟୁରୋ): କରୋନା କାଳରେ ସମଗ୍ର ବିଶ୍ୱରେ ଜନସାଧାରଣଙ୍କ ସ୍ବାସ୍ଥ୍ୟ, ଜୀବିକା ଓ ଅର୍ଥନୀତି ପ୍ରଭାବିତ ହୋଇଛି। ତେବେ ସବୁଠାରୁ ଅଧିକ ଆଦିବାସୀ ଓ ପ୍ରବାସୀ ଶ୍ରମିକମାନେ ହନ୍ତସନ୍ତ ହୋଇଛନ୍ତି। ଜନଜାତିଙ୍କ ସ୍ବାସ୍ଥ୍ୟ ଏବେ ବି ଚିନ୍ତାର ବିଷୟ ହୋଇରହିଛି। ସେମାନଙ୍କ ପାଇଁ ପୁଷ୍ଟିକର ଖାଦ୍ୟ, ସ୍ବାସ୍ଥ୍ୟ ଓ ଜୀବିକା ସାଙ୍ଗକୁ ସାମାଜିକ ସୁରକ୍ଷା ଦିଗରେ ପଦକ୍ଷେପ ନେବାକୁ ବଜେଟରେ ବ୍ୟୟ ବରାଦ କରିବା ଆବଶ୍ୟକ ବୋଲି ଯୁବ ଓ ସାମାଜିକ ବିକାଶ କେନ୍ଦ୍ର (ସିୱାଇଏସ୍‌ଡ) ଏବଂ ଓଡ଼ିଶା ବଜେଟ ଆକାଉଣ୍ଟବିଲିଟି ସେଣ୍ଟର(ଓବାକ) ପକ୍ଷରୁ ମଙ୍ଗଳବାର ଆୟୋଜିତ ୱେବିନାରରେ ମତପ୍ରକାଶ ପାଇଛି।
ସମ୍ପ୍ରତି ପ୍ରାକୃତିକ କୃଷି କୌଶଳକୁ ବ୍ୟାପକ କରାଯିବା ସହ ମୋଟ ରାଜ୍ୟ ବଜେଟର ୫୦ ପ୍ରତିଶତ ଅର୍ଥ ସାମାଜିକ କ୍ଷେତ୍ରଗୁଡ଼ିକରେ ଆବଣ୍ଟନ ହେବାର ଆବଶ୍ୟକ ରହିଛି। କରୋନା ଏକାଧିକ ସମସ୍ୟା ସୃଷ୍ଟି କରିଛି। ଏହାର କ୍ଷତ ଭରଣା ପାଇଁ ସରକାର ବଜେଟ ପରିମାଣକୁ ବଢ଼ାଇବାର ଆବଶ୍ୟକତା ରହଥିବା ଆଲୋଚକମାନେ ପରାମର୍ଶ ଦେଇଥିଲେ। ଜନସ୍ବାସ୍ଥ୍ୟ ବାବଦରେ ଓଡ଼ିଶା ମାତ୍ର ୫.୧୩ ପ୍ରତିଶତ ଖର୍ଚ୍ଚ କରୁଛି। ଏହା ୮ ପ୍ରତିଶତ କରାଯିବା ନେଇ ମତପୋଷଣ କରାଯାଇଥିଲା। ରାଜ୍ୟ ସରକାର ଏକାଧିକ ସ୍ବାସ୍ଥ୍ୟ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି। ଏ ସମସ୍ତ ଯୋଜନାକୁ ମିଶାଇ ଗୋଟିଏ ଯୋଜନା କରିପାରିଲେ ସ୍ବଚ୍ଛତା ଓ ଉତ୍ତରଦାୟିତ୍ୱ ନିର୍ବାହ କରାଯାଇପାରିବ। ପରିବାରଗୁଡ଼ିକୁ ପାଇପ ଜଳ ଯୋଗାଣ ପାଇଁ ବସୁଧା ଜଳ ଜୀବନ ମିଶନ ଭଳି କାର୍ଯ୍ୟକ୍ରମ ରହିଛି। କିନ୍ତୁ ଦୁର୍ଗମ ପାହାଡ଼ିଆ ଅଞ୍ଚଳରେ ଏହା କାର୍ଯ୍ୟକାରୀ ହୋଇପାରୁ ନାହିଁ। ଏସବୁ ଅଞ୍ଚଳରେ ଜଳାଶୟ ଚିହ୍ନଟ, ବିକାଶ ଓ ପାଇପ ସଂଯୋଗ କରାଯିବା ପାଇଁ ଆର୍ଥତ୍କ ବ୍ୟବସ୍ଥା କରିବାକୁ ଦାବି ହୋଇଥିଲା। ରାଜ୍ୟ ସରକାର ବରଗଡ଼, ବଲାଙ୍ଗିର ଓ କଳାହାଣ୍ଡିର ୨୦ଟି ବ୍ଲକରେ ଏମ୍‌ଜିଏନ୍‌ଆର୍‌ଇଜିଏ ମାଧ୍ୟମରେ ଦୈନିକ ମଜୁରି ୨୮୨.୩୦ ଟଙ୍କା ପ୍ରଦାନ କରୁଛନ୍ତି। ଏହା ସମଗ୍ର ଓଡ଼ିଶାରେ କାର୍ଯ୍ୟକାରୀ କରିବା ଉଚିତ। ସାମାଜିକ ସୁରକ୍ଷା ଯୋଜନାରେ ରାଜ୍ୟର ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ଯୋଡ଼ାଯାଇ ନାହିଁ। ଅନେକ ଯୋଗ୍ୟ ହିତାଧିକାରୀ ଯୋଜନାରୁ ବାଦ ପଡ଼ିଛନ୍ତି। ସେମାନଙ୍କୁ ଚିହ୍ନଟ କରାଯିବା ସହିତ ସହାୟତା ଯୋଗାଇ ଦେବାର ଆବଶ୍ୟକ ରହିଛି। ଏହାସହ ମଧ୍ୟାହ୍ନ ଭୋଜନର ମାନ ବୃଦ୍ଧି, ପ୍ରାକ୍‌ ଶୈଶବ ଶିକ୍ଷାକୁ ଗୁରୁତ୍ୱ, ସାରା ରାଜ୍ୟର ଶିକ୍ଷକମାନଙ୍କୁ ତାଲିମ, କୃଷି ଗବେଷଣା ସଂସ୍ଥାରେ ଖାଲିଥିବା ପଦବୀ ପୂରଣ, ଡିଜିଟାଲ ପ୍ଲାଟଫର୍ମର ସୁଦୃଢ଼ୀକରଣ, ପ୍ରତ୍ୟେକ ଜିଲା ଓ ପଞ୍ଚୟତ ସ୍ତରରେ ବିପର୍ଯ୍ୟୟ ପରିଚାଳନା ପାଣ୍ଠି ଗଠନ ପାଇଁ ବଜେଟରେ ପ୍ରାବଧାନ ରଖିବାକୁ ପରାମର୍ଶ ଦିଆଯାଇଛି। ସିୱାଇଏସଡିର ପ୍ରତିଷ୍ଠାତା ସଦସ୍ୟ ଜଗଦାନନ୍ଦଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ୱେବିନାରରେ ସଂଯୋଜକ ବସନ୍ତ କୁମାର ନାୟକ ପ୍ରାରମ୍ଭିକ ସୂଚନା ଦେଇଥିଲେ। ୱାସନର ଏ. ରବୀନ୍ଦ୍ର, ସ୍ବାସ୍ଥ୍ୟ ବିଶେଷଜ୍ଞ ଡା. ଆକ୍ୱିନେଟ, ପ୍ରଫେସର ଗୌରାଙ୍ଗ ଚନ୍ଦ୍ର ନନ୍ଦ, ପ୍ରଭାତ କୁମାର ମିଶ୍ର, ଡ. ସତ୍ୟପ୍ରିୟ ରଥ, ନବନୀତା ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମିଳିଲାନି ମହାପ୍ରୟାଣ ଗାଡ଼ି, ବାଇକ୍‌ରେ ଗାଁକୁ ଗଲା ମୃତଦେହ

ଲାଞ୍ଜିଗଡ଼,୧୪ା୧୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ମୁଖ୍ୟାଳୟ ବିଶ୍ୱନାଥପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରଠାରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିବା ରୋଗୀଙ୍କ ପାଇଁ ମିଳିଲାନି ମହାପ୍ରୟାଣ...

ଘାଟିରେ ଜିଆଇ ତାର ବୋଝେଇ ଟ୍ରକ୍‌ ଦୁର୍ଘଟଣାଗ୍ରସ୍ତ, କଟର ସାହାଯ୍ୟରେ ଉଦ୍ଧାର ହେଲେ ଚାଳକ

ଜି.ଉଦୟଗିରି,(ଚିନ୍ମୟ କୁମାର ସେଠୀ): କନ୍ଧମାଳ ଜିଲା ଜି.ଉଦୟଗିରି ବ୍ଲକ ଅନ୍ତର୍ଗତ କଳିଙ୍ଗାଠାରୁ ମାତ୍ର ୩ କିଲୋମିଟର ଦୂର କଳିଙ୍ଗା ଘାଟି ପ୍ରଥମ ବୁଲାଣିରେ ବୁଧବାର ବିଳମ୍ବିତ...

ଓଡ଼ିଶା ଷ୍ଟାଇଲରେ ଝାଡଖଣ୍ଡରେ ମୋଦିଙ୍କ ପ୍ରଚାର, ଶପଥ ଗ୍ରହଣ ଦିନକୁ କଲେ ନିମନ୍ତ୍ରଣ

ରାଞ୍ଚି,୧୪।୧୧: ଝାଡ଼ଖଣ୍ଡରେ ମୋଦିଙ୍କ ଓଡ଼ିଶା ଫର୍ମୁଲା। ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଚାଲିଥିବା ବେଳେ ଜନତାଙ୍କୁ ଆଗୁଆ ଶପଥଗ୍ରହଣ ସମାରୋହକୁ କରିଛନ୍ତି ନିମନ୍ତ୍ରଣ । ଦେଓଘରରେ ଦ୍ବିତୀୟ...

କଥା ଦେଇ କଥା ରଖି ନ ଥିଲେ ପୂର୍ବ ସରକାର, ଆମ ସରକାର ଆସୁ ଆସୁ…

ଭୁବନେଶ୍ୱର,୧୪ା୧୧: ପୂର୍ବ ବିଜେଡି ସରକାରଙ୍କୁ ପୁଣି ଟାର୍ଗେଟ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସମବାୟ ସପ୍ତାହ ପାଳନ କାର୍ଯ୍ୟକ୍ରମରେ ଯୋଗଦେଇ ପୂର୍ବ ସରକାରଙ୍କୁ ମୋହନ...

ଟ୍ରକ୍‌କୁ ପଛରୁ ପିଟିଲା ଟ୍ରକ୍‌; ଷ୍ଟିଅରିଂରେ ଚାପି ହୋଇ ରହିଛନ୍ତି ଡ୍ରାଇଭର

ଆନନ୍ଦପୁର/ଘଷିପୁରା,୧୪।୧୧(ସୁଶାନ୍ତ କୁମାର ସାହୁ/ନିରଞ୍ଜନ ସାହୁ ): କେନ୍ଦୁଝର ଜିଲା ଘଷିପୁରା ଥାନା ଅନ୍ତର୍ଗତ ୨୦ ନଂ ଜାତୀୟ ରାଜପଥ ଦରଖୋଳା ଛକ ନିକଟରେ ଏକ ଭୟଙ୍କର...

ବାଲିଯାତ୍ରା ପାଇଁ ଟ୍ରାଫିକ୍‌ କଟକଣା

କଟକ,୧୪ା୧୧(କାର୍ତ୍ତିକ ସାହୁ): କଟକ ସହରରେ ଆସନ୍ତା ୧୫ରୁ ୨୨ ତାରିଖ ପର୍ଯ୍ୟନ୍ତ ବାଲିଯାତ୍ରା ଉତ୍ସବ ଅନୁଷ୍ଠିତ ହେବ। କମିଶନ୍‌ରେଟ୍‌ ପୋଲିସ ପକ୍ଷରୁ ସହରର ବିଭିନ୍ନ ରାସ୍ତାରେ...

କୋର୍ଟରେ ହାଜର ହେଲେ ଏମ୍‌ପି ପ୍ରଦୀପ, ପାଠକ ବାପପୁଅ

ବ୍ରହ୍ମପୁର, ୧୪ା୧୧ (ସୁବାସ ଚନ୍ଦ୍ର ପାଢ଼ୀ): ଟାଟା ମୋଟର୍ସରେ ଚାକିରି ଦେବାକୁ କହି ଏକାଧିକ ଯୁବକଙ୍କଠାରୁ ଟଙ୍କା ଠକେଇ ମାମଲାରେ ବ୍ରହ୍ମପୁର ଏମ୍‌ପି ପ୍ରଦୀପ ପାଣିଗ୍ରାହୀ...

ନଭେମ୍ବର ୨୦ରୁ ଆରମ୍ଭ ହେବ ଧାନ ସଂଗ୍ରହ, ଉଚ୍ଚ ପଦାଧିକାରୀ, ଜିଲାପାଳମାନଙ୍କ ସହିତ ମୁଖ୍ୟମନ୍ତ୍ରୀଙ୍କ ବୈଠକ

ଭୁବନେଶ୍ୱର,୧୩।୧୧: ବୁଧବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଲୋକସେବା ଭବନ ଠାରେ, ଆଗାମୀ ଧାନ ସଂଗ୍ରହ ବ୍ୟବସ୍ଥାକୁ ସୁବ୍ୟବସ୍ଥିତ କରିବା ପାଇଁ ଆଭାସୀ ଜରିଆରେ ଜିଲ୍ଲାପାଳମାନଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri