ପାତ୍ରପୁର,୧୨ା୯(ଡି.ଏନ.ଏ.): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଯୋଗୁ ଲଗାଣ ବର୍ଷା ଜାରି ରହିଛି। ଲଗାଣ ବର୍ଷାରେ ଚାଷି କୁଳ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ପାତ୍ରପୁର ବ୍ଲକ ଭୀମପୁର ଗ୍ରାମ ନିକଟ ବଗି ନଦୀ କେନାଲ ଭାଙ୍ଗିଯାଇଛି। ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ବଗି କେନାଲରେ ପ୍ରବଳ ପାଣି ଆସିବାରୁ ଏହା ଭାଙ୍ଗିଯାଇଛି। କେନାଲ ଭାଙ୍ଗି ଯାଇଥିବାରୁ ଭୀମପୁର ଗାଁର ଶହ ଶହ ଏକର ଜମିରେ ବନ୍ୟା ପାଣି ପଶି ଫସଲ ନଷ୍ଟ ସହ ବାଲି ମାଡି ଯାଇଛି l ଠିକ ସମୟରେ କେନାଲ ତଦାରଖ ନ କରିବାରୁ ଆଜି ଏଭଳି ପରିସ୍ଥିତି ଉପୁଜିଥିବା ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇବା ସହ ଦୁର୍ବଳ ନଦୀ ବନ୍ଧ ଯୋଗୁ କେନାଲ ଭାଙ୍ଗିଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି।