ବୃଦ୍ଧାଙ୍କୁ କଚାଡ଼ି ମାରିଲା ଷଣ୍ଢ

ଛତ୍ରପୁର,୨୩।୩(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ଥାନା ବଡମାଧପୁର ଗାଁରେ ଅଭାବନୀୟ ଘଟଣା ଘଟିଛି। ଏକ ମାରଣା ଷଣ୍ଢ ଆକ୍ରମଣରେ ଜଣେ ବୃଦ୍ଧାଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଗ୍ରାମର ବି.ପୁରସ୍ତମଙ୍କ ସ୍ତ୍ରୀ ବି.କାମିଲି ପାତ୍ର, । କାମିଲି ସକାଳୁ ଘର ପାଖକୁ କୌଣସି ଏକ କାମରେ ଯାଉଥିବା ବେଳେ ତାଙ୍କୁ ଷଣ୍ଢ କଚାଡ଼ି ଆକ୍ରମଣ କରିଥିଲା । ଫଳରେ ଘଟଣାସ୍ଥଳରେ ହିଁ ତାଙ୍କ ମୃତ୍ୟୁ ଘଟିଥିଲା।