ଗଛରେ ପିଟିହେଲା ବସ୍‌, ୭ ଗୁରୁତର

ଜଳେଶ୍ୱର,୨୯ା୭: ବାଲେଶ୍ୱର ଜିଲା ବାଲିଆପାଳ-ବସ୍ତା ରାସ୍ତାର କୁଟୁରା ଛକ ନିକଟରେ ସୋମବାର ସକାଳେ ଏକ ଦୁର୍ଘଟଣା ଘଟିଛି। ଏକ ଯାତ୍ରୀବାହୀ ଭାରସାମ୍ୟ ହରାଇ ଗଛରେ ପିଟି ହୋଇଯିବାରୁ ବସ୍‌ ଡ୍ରାଇଭରଙ୍କ ସମେତ ୭ ଜଣ ଗୁରୁତର ହୋଇଛନ୍ତି। ସମସ୍ତଙ୍କୁ ବସ୍ତା ମେଡିକାଲରେ ଭର୍ତ୍ତି କରାଯାଇଛି। ବସ୍‌ଟି ପ୍ରାୟ ୩୦ ଜଣ ଯାତ୍ରୀଙ୍କୁ ନେଇ ବସ୍ତା ଅଭିମୁଖେ ଯିବା ବେଳେ ଏହି ଦୁର୍ଘଟଣା ଘଟିଛି।

Share