ପାଣିକୁ ଖସିଲା ବସ୍‌, ୧୨ ଶିଶୁ ସମେତ ୨୦ ଜଣଙ୍କ ମୃତ୍ୟୁ

ଇସଲାମାବାଦ,୧୮ା୧୧: ପାକିସ୍ତାନର ବନ୍ୟା ପ୍ରଭାବିତ ସିନ୍ଧ ପ୍ରଦେଶରେ ଏକ ବସ୍‌ ପାଣି ଭିତରକୁ ଖସି ପଡ଼ିଛି। ଫଳରେ ୧୨ ଶିଶୁଙ୍କ ସମେତ ଅତି କମ୍‌ରେ ୨୦ଜଣଙ୍କର ମୃତ୍ୟୁ ଘଟିଛି। ଏହି ବସଟି ଖଇରପୁରରୁ ଶେହଓ୍ବାନକୁ ଆସୁଥିଲା। ତୀର୍ଥଯାତ୍ରୀଙ୍କୁ ନେଇ ଯାଉଥିବା ଏହି ଯାତ୍ରୀବାହୀ ବସ୍‌ଟି ସିନ୍ଧ ପ୍ରଦେଶର ରାଜପଥରେ ବନ୍ୟା ଜଳ ଦ୍ୱାରା ସୃଷ୍ଟି ହୋଇଥିବା ଖାଲରେ ଖସିପଡ଼ିଥିଲା।

ଫଳରେ ୧୨ ଶିଶୁଙ୍କ ସମେତ ୨୦ ତୀର୍ଥଯାତ୍ରୀଙ୍କ ମୃତ୍ୟୁ ଘଟିଛି। ଅନେକ ଆହତ ହୋଇଛନ୍ତି। ପୋଲିସର ସୂଚନାନୁସାରେ, ମୃତଦେହକୁ ସୟଦ ଅବଦୁଲ୍ଲା ଶାହ ସଂସ୍ଥାନ ଶେହଓ୍ବାନ ଶରିଫକୁ ସ୍ଥାନାନ୍ତର କରାଯାଇଛି।

Share