ଗଛରେ ପିଟିହୋଇ ଓଲଟିଲା ବସ୍‌: ୩୦ ଯାତ୍ରୀ ଆହତ

ଦଶପଲ୍ଲା,୮।୧୧: ନୟାଗଡ଼ ଜିଲା ନୂଆଗାଁ ଥାନା ସୋରଡା ଛକରେ ଶୁକ୍ରବାର ଏକ ଘରୋଇ ଯାତ୍ରୀବାହୀ ବସ୍‌ ଗଛକୁ ପିଟି ରାସ୍ତାରେ ଓଲଟି ପଡ଼ିଛି। ଦୁର୍ଘଟଣାରେ ୩୦ଜଣ ଯାତ୍ରୀ ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ କେତେଜଣ ଗୁରୁତର ଥିବା ସୂଚନା ମିଳିଛି।

ମିଳିଥିବା ସୂଚନା ମୁତାବକ, ୪୦ରୁ ଊର୍ଦ୍ଧ୍ୱ ଯାତ୍ରୀଙ୍କୁ ଧରି ଏକ ଘରୋଇ ବସ୍‌ ଭୁବନେଶ୍ବରରୁ ବଲାଙ୍ଗୀର ଯାଉଥିଲା। ହେଲେ ବସ୍‌ଟି ନୂଆଗାଁ ଥାନା ସୋରଡ଼ା ଛକରେ ଭାରସାମ୍ୟ ହରାଇ ଏକ ଗଛରେ ପିଟି ହୋଇ ରାସ୍ତାରେ ଓଲଟି ପଡିଥିଲା। ଫଳରେ ୩୦ଜଣ ଯାତ୍ରୀ ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ କେତେଜଣ ଗୁରୁତର ହୋଇଥିବା ଜଣାପଡିଛି। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ଆହତଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଦ୍ୟୁତତାର ସଂସ୍ପର୍ଶରେ ଆସି ୩ ଛାତ୍ର ଆହତ

ବ୍ରାହ୍ମଣୀଗାଁ,୮ା୧୧(ମନୋରଞ୍ଜନ ରଣା): ବିଦ୍ୟୁତତାର ସଂସ୍ପର୍ଶରେ ଆସି ୩ ଛାତ୍ର ଆହତ ହୋଇଛନ୍ତି। କନ୍ଧମାଳ ଜିଲା ସୀମାନ୍ତ ଗଜପତି ଜିଲା ମୋହନା ବ୍ଲକ ଅନ୍ତର୍ଗତ କଟାମା ପଞ୍ଚାୟତର...

ତାରାତାରିଣୀ ମନ୍ଦିରରୁ ଚୋରି ଘଟଣା: ସନ୍ଦେହଘେରରେ ସେବାୟତ-ସୁରକ୍ଷାକର୍ମୀଙ୍କ ଭୂମିକା

ପୁରୁଷୋତ୍ତମପୁର,୮ା୧୧(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ମନ୍ଦିରରୁ ମା’ଙ୍କ ଅଳଙ୍କାର ଚୋରାଇ ନେବା ସହ ହୁଣ୍ଡି ଭାଙ୍ଗି ସେଥିରେ ଥିବା ଭକ୍ତଙ୍କ...

ତାରାତାରିଣୀ ମନ୍ଦିରରୁ ଚୋରି: ପବିତ୍ରତା ଫେରାଇ ଆଣିବା ପାଇଁ ମା’ଙ୍କୁ କରାଗଲା ମହାସ୍ନାନ

ପୁରୁଷୋତ୍ତମପୁର,୮ା୧୧(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ମନ୍ଦିରରେ ପଶି ଦୁର୍ବୃତ୍ତମାନେ ତାରାତାରିଣୀ ଦୁଇ ଭଉଣୀଙ୍କ ପିନ୍ଧା ଅଳଙ୍କାରକୁ ଲୁଟି ନେଇଥିଲେ। ଯାହାକି...

ହାଇସ୍କୁଲ ଶିକ୍ଷକଙ୍କ ପାଇଁ ଆସିଲା ଖୁସି ଖବର, ଏଣିକି ନୂଆ ଜମି, ଘର କିଣିବା ପାଇଁ ମିଳିବ ଅଗ୍ରୀମ ଟଙ୍କା

ଭୁବନେଶ୍ୱର,୮।୧୧: ସରକାରୀ ହାଇସ୍କୁଲ ଶିକ୍ଷକ ଏବଂ କର୍ମଚାରୀଙ୍କ ପାଇଁ ଶୁକ୍ରବାର ଏକ ଖୁସି ଖବର ଆସିଛି। ହାଇସ୍କୁଲ ଶିକ୍ଷକ ଏବଂ କର୍ମଚାରୀଙ୍କୁ ନୂଆ ଜମି ଓ...

ବ୍ୟାଙ୍କ କର୍ମଚାରୀଙ୍କ ବେକରେ ଟାଙ୍ଗିଆ ଲଗାଇ ୭ ଲକ୍ଷ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

କଣ୍ଟାବାଞ୍ଜି,୮ା୧୧: ବେକରେ ଟାଙ୍ଗିଆ ଲଗାଇ ମିନି ବ୍ୟାଙ୍କ କର୍ମଚାରୀଙ୍କଠାରୁ ଲକ୍ଷାଧିକ ଟଙ୍କା ଲୁଟ୍‌ ହୋଇଛି। ବ୍ୟାଙ୍କ କର୍ମଚାରୀ ଭାଇ-ଭଉଣୀ ବାଇକ୍‌ରେ ଯିବାବେଳେ ୨ରୁ ଅଧିକ ଦୁର୍ବୃତ୍ତ...

ନାଳରୁ ଧରାପଡ଼ିଲା ୭ ଫୁଟର ବଉଳା କୁମ୍ଭୀର, ଲୋକେ ଆତଙ୍କିତ

ଭୋଗରାଇ,୮ା୧୧(ପ୍ରଦୀପ ଦାସ): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ବିଚିତ୍ରପୁର ଇକୋ ଟୁରିଜିମ୍‌ ନିକଟ ସମୁଦ୍ରକୁ ଲାଗିଥିବା ଏକ ନାଳରୁ ୭ ଫୁଟ ୬ ଇଞ୍ଚ ଲମ୍ବର...

ଏଣିକି ତହସିଲ, ସବ୍‌ରେଜିଷ୍ଟ୍ରାର ଅଫିସରେ ରହିବ ରେଜିଷ୍ଟର, ମତାମତ ଦେଇପାରିବେ ଆଗନ୍ତୁକ: ରାଜସ୍ବ ମନ୍ତ୍ରୀ

ଭୁବନେଶ୍ୱର,୮ା୧୧: ରାଜ୍ୟର ସମସ୍ତ ତହସିଲ ଓ ସବରେଜିଷ୍ଟ୍ରାର ଅଫିସକୁ ଯାଉଥିବା ବ୍ୟକ୍ତିମାନେ ନିଜର ମତାମତ ଓ ପ୍ରତିକ୍ରିୟାକୁ ରେଜିଷ୍ଟରରେ ଦରଜ କରିପାରିବେ। ସେଥିପାଇଁ ଆବଶ୍ୟକ ବ୍ୟବସ୍ଥା...

ଠେଙ୍ଗାବାଡ଼ି ଧରି ଦେଶୀ ମଦଭାଟି ଭାଙ୍ଗିଲେ ମହିଳା, ଶୋଇ ରହିଛି ଅବକାରୀ ବିଭାଗ

ଜି.ଉଦୟଗିରି,୮ା୧୧(ଚିନ୍ମୟ କୁମାର ସେଠୀ): କନ୍ଧମାଳ ଜିଲା ଜି.ଉଦୟଗିରି କକଟୀ ପଦାସାହିର ଉଦୟଜ୍ୟୋତି ମହିଳା ମହାସଂଘ ତରଫରୁ ତୃତୀୟ ଦିନରେ ମଦ ବିରୋଧୀ ଆନ୍ଦୋଳନକୁ ଉଗ୍ର ରୂପ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri