କୋରାପୁଟ,୧୬ା୩(ସ୍ବ.ପ୍ର.): କୋରାପୁଟ ଦାମନଯୋଡ଼ିରୁ ଏକ ବସ୍ ବିଶାଖାପାଟଣା ଯାଉଥିବା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଫଳରେ ହେଲପରଙ୍କ ଜୀବନ ଯାଇଥିବା ବେଳେ ୧୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ବସ୍ର ବ୍ରେକ୍ ଫେଲ୍ ହୋଇଯିବାରୁ ଏହା ଏକ ଗଛରେ ପିଟି ହୋଇଯାଇଥିଲା।
ଆନ୍ଧ୍ରପ୍ରଦେଶର ସରକାରୀ ବସ୍ ଦାମନଯୋଡ଼ିରୁ ଅପରାହ୍ନ ସାଢ଼େ ୩ଟାରେ ଛାଡ଼ିଥିଲା। ଏଥିରେ ୩୨ରୁ ଅଧିକ ଯାତ୍ରୀ ଥିଲେ। ବସ୍ ଛାଡ଼ିବାର ଅଧ ଘଣ୍ଟା ପରେ ୨୬ ନମ୍ବର ଜାତୀୟ ରାଜପଥର ମାଳିପୁଟ ନିକଟରେ ବ୍ରେକ୍ ଫେଲ୍ ହୋଇଥିଲା। ଫଳରେ ଭାରସାମ୍ୟ ହରାଇ ରାସ୍ତାପାର୍ଶ୍ୱ ଗଛରେ ପିଟି ହୋଇଥିଲା।
ପଟାଙ୍ଗୀ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରି କୁନ୍ଦୁଲି ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଛି।